ଛତିଶଗଡ଼ ଦନ୍ତେୱାଡ଼ାରେ ନକ୍ସଲଙ୍କର ରହିଛି ବଡ଼ ବଙ୍କର। ଜଙ୍ଗଲ ଭିତରେ ନକ୍ସଲଙ୍କ ଏତେ ବଡ଼ ବଙ୍କର ଦେଖି ପୁଲିସ ଛାନିଆ ହୋଇଯାଇଛି। ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ସୁଡ଼ଙ୍ଗ ଓ ବଙ୍କର କରିଛନ୍ତି ନକ୍ସଲ।
ଦନ୍ତେୱାଡ଼ାରେ ନକ୍ସଲ ଅପରେସନ ବେଳେ ଏଭଳି ବଙ୍କର ଠାବ କରିଛି ପୁଲିସ। ବଙ୍କର ଉପରକୁ କାଠ ଓ ମାଟିରେ ଘୋଡ଼ାଇ ରଖିଥିଲେ ନକ୍ସଲ। ଯେମିତି କେହି ଜାଣିପାରିବେ ନାହିଁ। ତେବେ ପୁଲିସ ସର୍ଚ୍ଚ ଅପରେସନ ବେଳେ ବଙ୍କର ଓ ସୁଡ଼ଙ୍ଗ ଠାବ କରିଛି। ଏହି ସୁଡ଼ଙ୍ଗରୁ ନକ୍ସଲ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।
Also Read
ଗତକାଲି ଛତିଶଗଡ଼ର ବସ୍ତର ଅଞ୍ଚଳରେ ବଡ଼ ଧରଣର ନକ୍ସଲ ହମଲାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ
ହୋଇଥିଲେ। ଆହତଙ୍କୁ ଜଗଦଲପୁର ଏବଂ ରାୟପୁର ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି। ସେହିପରି ଏନକାଉଣ୍ଟରରେ ୬ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।

National
୩୦ ବର୍ଷ ତଳେ କେମିତି ତାଲିବାନ କବଳରୁ ଖସି ଆସିଥିଲେ ଜଣେ ଭାରତୀୟ ମହିଳା?
୧୯୮୮ ମସିହା ଜୁଲାଇ ୨ରେ ଉଭୟ ଗୁପ୍ତ ଭାବେ ବିବାହ କରିଥିଲେ। ବାହାଘର ପରେ ଜାମବାଜ ତାଙ୍କୁ ଆଫଗାନିସ୍ତାନ ନେଇ ଯାଇଥିଲେ।

Politics
କମେଡିଆନ କୁନାଲ କାମରାଙ୍କୁ ନେଇ ବିବାଦ: ଅପମାନ ନା ବାକ ସ୍ୱାଧୀନତା?
ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍କୁ କହିଛନ୍ତି।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

National
ଜଜଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣା: ନ୍ୟାୟିକ କାର୍ଯ୍ୟରୁ ଜଷ୍ଟିସ ବର୍ମାଙ୍କୁ ହଟାଇଲେ ହାଇକୋର୍ଟ
ହାଇକୋର୍ଟ ପକ୍ଷରୁ ଜାରି ସର୍କ୍ୟୁଲାରରେ କୁହାଯାଇଛି, ନିକଟରେ ଘଟୁଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ତତ୍କାଳ ଭାବେ ହଟାଯାଉଛି।