Advertisment

୨ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ; ଛାଡ଼ିଗଲେ ଧମକପୂର୍ଣ୍ଣ ପୋଷ୍ଟର

ଡିସେମ୍ବର ୨ ତାରିଖରେ ଏହି ୨ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ।

author-image
Tapaswini Nayak
Naxal

Naxal

ନକ୍ସଲଙ୍କ ବର୍ବରକାଣ୍ଡ। ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ ମୁରୁଗା ବଜାରରର ପୂର୍ବତନ ସରପଞ୍ଚ ସୁଖରାମ ଅବଲାମ।

Advertisment

ଡିସେମ୍ବର ୨ ତାରିଖରେ ଏହି ୨ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ପରେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ନକ୍ସଲମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସାଙ୍କ ମୃତଦେହ ନିକଟରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ବିଜେପି ଛାଡ଼ିବାକୁ ସୁଖଲୁଙ୍କୁ ୩ ଥର ଚେତାବନୀ ଦିଆଯାଇଥିଲା। ହେଲେ ସେ ଶୁଣିଲେ ନାହିଁ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।

ତେବେ ସୁଖରାମ ଅବଲାମଙ୍କୁ କାହିଁକି ନକ୍ସଲ କଲେ ହତ୍ୟା ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି।

Advertisment
Chhattisgarh Naxal