Advertisment

୨ ଦଶନ୍ଧିର ସବୁଠାରୁ ବଡ଼ ନିଶା ରାକେଟର ପର୍ଦ୍ଦାଫାସ: ଡାର୍କ ନେଟ୍ ଓ କ୍ରିପ୍ଟୋରେ ଚାଲିଥିଲା ବେପାର

ଏହି ଏଲଏସଡି ବ୍ଲଟ୍ ମୁଖ୍ୟତ ମାନସିକ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ବେଳେ ଏହାକୁ ବିଦେଶରୁ ଆଣି ଭାରତରେ ବେପାର କିଛି ଲୋକ ବେଆଇନ ଭାବେ ବେପାର କରୁଥିଲେ।

LSD

LSD

Advertisment

ସମଗ୍ର ଭାରତରେ ଚାଲିଥିବା ସବୁଠାରୁ ବଡ଼ ନିଶା କାରବାର ରାକେଟର ପର୍ଦ୍ଦାଫାସ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ ବଡ଼ ଧରଣରେ ନିଶା ରାକେଟକୁ ଧରିବାକୁ ସକ୍ଷମ ହୋଇଛି ଏନସିବି। ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ୧୫ ହଜାର ଏଲଏସଡି ବ୍ଲଟ୍।

Advertisment

ଏହି ଏଲଏସଡି ବ୍ଲଟ୍ ମୁଖ୍ୟତ ମାନସିକ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ବେଳେ ଏହାକୁ ବିଦେଶରୁ ଆଣି ଭାରତରେ ବେପାର କିଛି ଲୋକ ବେଆଇନ ଭାବେ ବେପାର କରୁଥିଲେ। ଜବତ ଏଲଏସଡି ବ୍ଲଟର ମୂଲ୍ୟ ହଜାର ହଜାର କୋଟି ଟଙ୍କା ହେବ ବୋଲି ଏନସିବି କହିଛି। 

ଉତ୍ତର ରେଞ୍ଜ ଦିଲ୍ଲୀରୁ ୬ ଜଣ ନିଶା ବେପାରୀଙ୍କୁ ଏନସିବି ଧରିବାକୁ ସକ୍ଷମ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏହି ନିଶା କାରବାର କ୍ରିପ୍ଟୋକରେନ୍ସିରେ ଦ୍ୱାରା ଚାଲିଥିଲା। ଗିରଫ ୬ ଅଭିଯୁକ୍ତ ଠିକଣାରେ ଚଢ଼ଉ କରି ଏନସିବି LSD ଅର୍ଥାତ ଲିସରଜିକ୍ ଏସିଡ ଡାଇଇଥାଲମାଇଡ୍ ଜବତ କରିଛି।

Advertisment

ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁଯାୟୀ ଔଷଧ ଭାବେ ଏହାକୁ ମାନସିକ ରୋଗୀମାନେ ବ୍ୟବହାର କରନ୍ତି। ହେଲେ ଏହାକୁ ଏବେ ନିଶାଦ୍ରବ୍ୟ ଭାବେ ବେଆଇନ ଢଙ୍ଗରେ ପୂରା ଭାରତ ବର୍ଷରେ କାରବାର କରାଯାଉଥିଲା।

ଉତ୍ତର ରେଞ୍ଜର ଏନସିବି ଉପ ନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହ କହିଛନ୍ତି, ବେଆଇନ ଏଲଏସଡି କାରବାର ସମ୍ପର୍କରେ ଏନସିବି ପାଖରେ ସୂଚନା ରହିଥିଲା। ଏହାକୁ ବିକ୍ରି କରିବା ପାଇଁ ଡ୍ରଗସ୍ କଣ୍ଟ୍ରୋଲରଙ୍କ ଲାଇସେନସ ଦରକାର ପଡ଼ିଥାଏ। ହେଲେ ବେଆଇନ ଭାବେ ଏହାକୁ କ୍ରିପ୍ଟୋକରେନସି ମାଧ୍ୟମରେ କିଣାବିକା କରାଯାଉଥିଲା।

ତେଣୁ ଏନସିବିର ଟିମ ଚଢ଼ଉ କରି ୬ ନିଶା ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଲେଜ ଛାତ୍ର ଅଛନ୍ତି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨୪.୬୫ ଲକ୍ଷ ଟଙ୍କା ଜବତ ହୋଇଛି ।

ଏନସିବି ଚଢ଼ଉ କରି ପ୍ରାୟ ୧୫ ହଜାର ଏଲଏସଡି ବ୍ଲଟ୍ ଜବତ କରିଛି। ଏତେ ପରିମାଣର ଏଲଏସଡି ବ୍ଲଟ ଜବତ ହେବା ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି।

ପୋଲାଣ୍ଡ, ନେଦରଲାଣ୍ଡ ଓ ଆମେରିକା ଭଳି ଦେଶରେ ଏହାକୁ ତିଆରି କରାଯାଉଥିବା ବେଳେ ଭାରତର ଅନେକ ରାଜ୍ୟରେ ନିଶା ବେପାରୀମାନେ ଏହାକୁ କିଣୁଥିଲେ। ଭାରତରେ ମୁଖ୍ୟତଃ ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ଏଲଏସଡି ବ୍ୟବହାର ଅଧିକ ମାତ୍ରାରେ ହେଉଥିଲା। ଏହି ଏଲଏସଡିକୁ ଯେଉଁମାନେ ନିଶା ଭାବେ ଗ୍ରହଣ କରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ପ୍ରଭାବ ପକାଏ ଥାଏ ବୋଲି ବିଶେଷଜ୍ଞଙ୍କମାନେ କହିଛନ୍ତି।

ଏହାପୂର୍ବରୁ କର୍ଣ୍ଣାଟକା ପୁଲିସ୍‌ ଓ କୋଲକାତା ଏନସିବି ମିଳିତ ଭାବେ ୨୦୨୧ରେ ଚଢ଼ଉ କରି ୫ ହଜାର ଏଲଏସଡି ବ୍ଲଟ ଜବତ କରିଥିଲେ। ଏହି ଘଟଣାରେ ୪୦ ଜଣଙ୍କୁ ଗିରଫ କରାଯାଇଥିଲା।

କେମିତି ଚାଲିଥିଲା ଏହି ନିଶା ବେପାର

ନିଶା ବେପାରୀମାନେ ଡାର୍କ ନେଟ୍ ଓ କ୍ରିପ୍ଟୋକରେନ୍ସି ଜରିଆରେ ପୂରା ରାକେଟକୁ ଚଳାଇଥିଲେ। ଏଥିପାଇଁ ସେମାନଙ୍କୁ ଧରିବା ପୁଲିସ୍‌ ଓ ଏନସିବି ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା। ଡାର୍କନେଟ୍ ହେଉଛି ଇଣ୍ଟରନେଟ ଦୁନିଆରେ ଏମିତି ଏକ ସର୍ଚ୍ଚ ଇଂଜିନ୍, ଯାହା ପ୍ରେରକ ଓ ଗ୍ରାହକଙ୍କ ଇଣ୍ଟରନେଟ ଆଇପିଠାରୁ ଆରମ୍ଭ କରି ସମସ୍ତ ପରିଚୟ ଗୋପନ ରଖେ।

ତେଣୁ ନିଶା ଦ୍ରବ୍ୟ ପଠାଉଥିବା ବ୍ୟକ୍ତି ଓ ଏହାକୁ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରହୁଥିଲା। ବିଭିନ୍ନ ତଦନ୍ତକାରୀ ସଂସ୍ଥାର ସର୍ଭେଲାନସ ବ୍ୟବସ୍ଥାକୁ ମଧ୍ୟ ଡାର୍କନେଟ୍ ଚକମା ଦେବାକୁ ସକ୍ଷମ। ତେଣୁ ଡାର୍କନେଟକୁ ନିଶା ବେପାରୀମାନେ ବ୍ୟବହାର କରୁଥିଲେ।

ଖାଲି ସେତିକି ନୁହେଁ, ସିଧାସଳଖ ବ୍ୟାଙ୍କ କାରବାର କଲେ ଧରାପଡ଼ି ଯିବାର ଆଶଙ୍କା ମଧ୍ୟ ଥିଲା। ତେଣୁ ସେମାନେ କ୍ରିପ୍ଟୋକରେନ୍ସି ଦ୍ୱାରା କାରବାର କରୁଥିଲେ।

LSDକୁ ଠାବ କରିବା କଷ୍ଟକର

ଏଲଏସଡିକୁ ଚୋରା କାରବାର ପାଇଁ ସୁବିଧା ହୋଇଥାଏ। ଏହାକୁ ଖୋଜି ବାହାର କରିବା ଲାଗି ଏନସିବି ଓ ପୁଲିସ ପାଇଁ କଷ୍ଟକର ବ୍ୟାପାର। କାରଣ ଏକ ଡାକ ଟିକେଟକୁ ଦୁଇ ଭାଙ୍ଗ କରିବା ପରେ ଯେତିକି ମାତ୍ର ସ୍ଥାନ ରହିଥାଏ, ସେଥିରେ ଏଲଏସଡି ରଖି କାରବାର ବି କରିହୁଏ। ଗୋଟିଏ ଡାକ ଟିକେଟରେ ୨ରୁ ୪ ବ୍ଲଟ୍ ଏଲଏସଡି ରଖାଯାଇପାରେ। ତେଣୁ କୌଣସି ବହିପତ୍ର ଓ ପର୍ସ ଆଦିରେ ଏହାକୁ ଚୋରାଚାଲାଣ କରିବା ଲାଗି ସୁବିଧା ହୋଇଥାଏ। ଏମିତି କି ସ୍କାନିଂ କରାଯିବା ବେଳେ ବି ଏହା ସହଜରେ ଠାବ ହୋଇ ପାରେନି।

Delhi NCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe