Advertisment

ଏଣିକି 'ଇଣ୍ଡିଆ' ନୁହେଁ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ

NCERT ବହିରେ ବଦଳିବ ଦେଶର ନାଁ

author-image
Madhupriya Mistry
ଅଦ୍ୟତନ ହୋଇଛି
Stedent

Stedent

ଖୁବଶୀଘ୍ର ଏନ୍‌ସିଆର୍‌ଟି ବହିରେ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ବଦଳିବ ଦେଶର ନାଁ। ଏଣିକି ଛାତ୍ରଛାତ୍ରୀକୁ ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଶବ୍ଦ ପଢ଼ାଯିବ। ସମସ୍ତ ଏନ୍‌ସିଆର୍‌ଟି ପାଠ୍ୟ ପୁସ୍ତକରେ ଦେଶର ନାଁ ଇଣ୍ଡିଆ ବଦଳରେ ଭାରତ କରିବାକୁ ଏନ୍‌ସିଆର୍‌ଟି ପ୍ୟାନେଲ ପ୍ରସ୍ତାବ ଦେଇଛି।

Advertisment

ଏନ୍‌ସିଆର୍‌ଟି ପ୍ୟାନେଲର ଜଣେ ସଦସ୍ୟଙ୍କ କହିବା ମୁତାବକ, ଯଦି ଦିଆଯାଇଥିବା ପ୍ରସ୍ତାବ ପାସ୍‌ ହୁଏ ତେବେ ଏନ୍‌ସିଆର୍‌ଟିର ପରବର୍ତ୍ତୀ ବହି ସେଟ୍‌ରେ ଇଣ୍ଡିଆର ନାଁ ବଦଳାଇ ଭାରତ କରିଦିଆଯିବ। କେବଳ ସେତିକି ନୁହେଁ ପାଠ୍ୟପୁସ୍ତକରେ 'ହିନ୍ଦୁ ଭିକ୍ଟ୍ରିଜ'କୁ ଉଜାଗର କରିବା ପାଇଁ ମଧ୍ୟ ସୁପାରିଶ କରିଛି କମିଟି।

ପାଠ୍ୟ ପୁସ୍ତକରେ 'ପ୍ରାଚୀନ ଇତିହାସ' ସ୍ଥାନରେ 'ଶାସ୍ତ୍ରୀୟ ଇତିହାସ' ସାମିଲ କରିବାକୁ କମିଟି ସୁପାରିଶ କରିଥିଲା। ଇତିହାସକୁ ଏବେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକରେ ଆଉ ବିଭକ୍ତ କରା ଯିବନାହିଁ। କାରଣ ଏହା ଦର୍ଶାଏ ଯେ ଭାରତ ଏକ ପୁରାତନ ରାଷ୍ଟ୍ର ଏବଂ ବ୍ରିଟିଶ ସାମ୍ରାଜ୍ୟବାଦ ବିଷୟରେ ଅଜ୍ଞ। ବ୍ରିଟିଶମାନେ ଭାରତୀୟ ଇତିହାସକୁ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକରେ ବିଭକ୍ତ କରିଥିଲେ। ବର୍ତ୍ତମାନ ଏନ୍‌ସିଏଣ୍ଟ ଅର୍ଥ ପ୍ରାଚୀନ ବୋଲି କମିଟି ସଦସ୍ୟ କହିଛନ୍ତି।

Advertisment

ବାସ୍ତବରେ ଇଣ୍ଡିଆ ଶବ୍ଦର ବ୍ୟବହାର ସାଧାରଣ ରୂପେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ୧୭୫୭ର ପଲାସୀ ଯୁଦ୍ଧ ପରେ ଆରମ୍ଭ ହୋଇଥିଲା। ସେହିପରି ୭ ହଜାର ବର୍ଷ ପୁରୁଣା ବିଷ୍ଣୁ ପୁରାଣ ଭଳି ପ୍ରାଚୀନ ଲେଖାରେ 'ଭାରତ' ଶବ୍ଦର ବ୍ୟବହାର ହୋଇଥିବା ଦେଖିବାକୁ ମିଳେ। ତେଣୁ ସମସ୍ତଙ୍କ ସହମତିରେ କମିଟି ସମସ୍ତ ଶ୍ରେଣୀର ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ନାଁ ବ୍ୟବହାର କରାଯିବା ଉଚିତ ବୋଲି ସୁପାରିଶ କରିଛି।

ଏହି କମିଟି ହେଉଛି ସେହି ୨୫ଟି କମିଟି ମଧ୍ୟରୁ ଗୋଟିଏ ଯିଏକି ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ବଦଳାଇବା ପାଇଁ କେନ୍ଦ୍ରୀୟ ସ୍ତରରେ NCERT ସହିତ କାର୍ଯ୍ୟ କରୁଛି। ବର୍ତ୍ତମାନ ଅତ୍ୟାଧୁନିକ ପାଠ୍ୟପୁସ୍ତକ ଏପର୍ଯ୍ୟନ୍ତ ଆସିନାହିଁ।

India NCERT Bharat Text Book