Advertisment

ଏନସିପିରୁ ବିଦା ହେଲେ ୩ ନେତା ଓ ୨ ସାଂସଦ, କାଉଣ୍ଟର କଲେ ପ୍ରଫୁଲ ପଟେଲ

ଦଳ ପକ୍ଷରୁ ଏନସିପିର ୩ ବରିଷ୍ଠ ନେତାଙ୍କୁ ବହିଷ୍କୃତ କରାଯାଇଛି। ସେହିପରି ପାର୍ଟି ସୁପ୍ରିମୋ ଶରଦ ପାୱାର ଦୁଇ ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ଏନସିପିରୁ ବିଦା କରିଛନ୍ତି। ସେହିପରି ସରକାରଙ୍କୁ ସମର୍ଥନ କରିଥିବା ୯ ବିଧାୟକଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିସ କରାଯାଇଛି।

author-image
Hemant Lenka
NCP

NCP

ବରିଷ୍ଠ ଏନସିପି ନେତା ଅଜିତ ପାୱାର ଓ ୮ ବିଧାୟକ ମହାରାଷ୍ଟ୍ରର ବିଜେପି ସରକାରଙ୍କୁ ସମର୍ଥନ କରିବା ପରେ ହଟଚମଟ ସୃଷ୍ଟି ହୋଇଛି। ଶରଦ ପାୱାରଙ୍କ ଏନସିପି ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହୋଇ ଯାଇଥିବା ବେଳେ ଏବେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।

Advertisment

ଦଳ ପକ୍ଷରୁ ଏନସିପିର ୩ ବରିଷ୍ଠ ନେତାଙ୍କୁ ବହିଷ୍କୃତ କରାଯାଇଛି। ସେହିପରି ପାର୍ଟି ସୁପ୍ରିମୋ ଶରଦ ପାୱାର ଦୁଇ ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ଏନସିପିରୁ ବିଦା କରିଛନ୍ତି। ସେହିପରି ସରକାରଙ୍କୁ ସମର୍ଥନ କରିଥିବା ୯ ବିଧାୟକଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିସ କରାଯାଇଛି।

ପ୍ରଥମେ ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ଓ ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଥିଲେ। ପାର୍ଟି ସୁପ୍ରିମୋ ଶରଦ ପାୱାର ସୁପାରିସ ପାଇବା ମାତ୍ରେ ପ୍ରଫୁଲ ପଟେଲ ଓ ସୁନୀଲ ତାଟକାରେଙ୍କୁ ଦଳରୁ ବାହାର କରି ଦେଇଛନ୍ତି। ଶରଦ ପାୱାର ଟ୍ୱିଟ ଯୋଗେ ଦୁଇ ସାଂସଦଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏନସିପିରୁ ବିଦା କରିଥିବା କହିଛନ୍ତି।

Advertisment

କିନ୍ତୁ ପ୍ରଫୁଲ ପଟେଲ ଏହାର କାଉଣ୍ଟର ଜବାବ ଦେଇଛନ୍ତି। କିଛି ଦିନ ତଳେ ତାଙ୍କୁ ଶରଦ ପାୱାର ଏନସିପିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲେ। ଏହି କ୍ଷମତା ବଳରେ ସେ ସୁନୀଲ ତାଟକାରେଙ୍କୁ ରାଜ୍ୟ ଏନସିପି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦରେ ଜୟନ୍ତ ପାଟିଲ କାର୍ଯ୍ୟ କରୁଥିବା ବେଳେ ପଟେଲଙ୍କ ପଦକ୍ଷେପ ନୂଆ ବିବାଦ ସୃଷ୍ଟି କରିଛି। ପ୍ରଫୁଲ ପଟେଲ ନିଜସ୍ୱ ରାଜ୍ୟ ସଂଗଠନ କରିଥିଲେ ହେଁ ଶରଦ ପାୱାର ଏବେ ବି ଏନସିପିର ଜାତୀୟ ସଭାପତି ଭଳି କହିଛନ୍ତି।  

ଅନ୍ୟପକ୍ଷରେ ବହିଷ୍କୃତ ହୋଇଥିବା ୩ ଏନସିପି ନେତା ହେଲେ ଦଳର ମୁମ୍ବାଇ ଡିଭିଜିନ ମୁଖ୍ୟ ନରେନ୍ଦ୍ର ରାଥୋଡ, ଅକୋଲା ସିଟି ଜିଲ୍ଲା ମୁଖ୍ୟ ବିଜୟ ଦେଶମୁଖ ଓ ରିଜୋନାଲ ସାଧାରଣ ସମ୍ପାଦକ ଶିବାଜୀରାଓ ଗରଜେ। ଏହି ୩ ନେତା ଓ ୨ ସାଂସଦ ରବିବାର ବିଦ୍ରୋହ ଘୋଷଣା କରିଥିବା ଅଜିତ ପାୱାରଙ୍କ ଶପଥ ପାଠ ଉତ୍ସବରେ ସାମିଲ ହୋଇଥିଲେ। ଏହା ଦଳ ବିରୋଧୀ କାମ ହୋଇଥିବାରୁ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାବାଦ ସୁପ୍ରିୟା ସୁଲେ ଚିଠି ମାଧ୍ୟମରେ ଶରଦ ପାୱାରଙ୍କୁ ବିଦ୍ରୋହ ଘୋଷଣା କରିଥିବା ୯ ବିଧାୟକ ଓ ୨ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ବାଚସ୍ପିତ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଦଳ ବଦଳ ନିରୋଧୀ ଆଇନ ଅନୁସାରେ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଶରଦ ପାୱାର ଚିଠି ଲେଖିବେ।

Sharad Pawar Maharashtra Politics NCP