Advertisment

ସୁପ୍ରିୟା ସୁଲେଙ୍କ ସାଂଘାତିକ ଅଭିଯୋଗ- ୪୫ ମିନିଟ୍‌ ପାଇଁ ବନ୍ଦ ହୋଇଥିଲା ଷ୍ଟ୍ରଙ୍ଗରୁମ୍‌ର ସିସିଟିଭି

ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତ୍ରୀ ସୁପ୍ରିୟା ସୁଲେ। ଇଭିଏମ୍‌ ମେଶିନର ସୁରକ୍ଷାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନବାଚୀ।

author-image
Niharika Rout
Supriya Sule

Supriya Sule

ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରର ୧୧ ସିଟ୍‌ ପାଇଁ ହୋଇଥିଲା ଭୋଟିଂ। ଏହାପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତ୍ରୀ ସୁପ୍ରିୟା ସୁଲେ। ଇଭିଏମ୍‌ ମେଶିନର ସୁରକ୍ଷାକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନବାଚୀ।

Advertisment

ଶରଦ ପାୱାରଙ୍କ NCP ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ପୁଣେର ଭାରତୀୟ ଖାଦ୍ୟ ନିଗମ(FCI) ଗୋଦାମକୁ ଷ୍ଟ୍ରଙ୍ଗରୁମ୍‌ କରାଯାଇଥିବା ବେଳେ ତା’ ଭିତରେ ରହିଛି ଇଭିଏମ୍‌ ମେଶିନ। ସେଠାରେ ପାୱାର ପରିବାରର ଗଡ଼ କୁହାଯାଉଥିବା ବାରାମତୀ ଲୋକସଭା ଆସନର ଇଭିଏମ୍‌ ରଖାଯାଇଥିଲା।  ମାତ୍ର ପୂର୍ବାହ୍ନ ୧୦ଟା୩୦ରୁ ୧୧ଟା୧୫ ପର୍ଯ୍ୟନ୍ତ ସିସିଟିଭିକୁ ବନ୍ଦ କରି ଦିଆଯାଇଥିଲା।

ବିନା କାରଣରେ ଷ୍ଟଙ୍ଗରୁମ୍‌ର ସିସିଟିଭି ୪୫ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଥିଲା। ଏନେଇ ପାର୍ଟି ନେତା ସୁପ୍ରିୟା ସୁଲେ ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ।ଏହି ଘଟଣା ଅତ୍ୟନ୍ତ ସନ୍ଦେହଜନକ ବୋଲି ସୁପ୍ରିୟା ସୁଲେ କହିଥିବା ବେଳେ ସ୍ପଷ୍ଟିକରଣ ରଖିଛନ୍ତି ରିଟର୍ଣ୍ଣିଂ ଅଧିକାରୀ କବିତା ଦ୍ୱିବେଦୀ।

Advertisment

ଏନେଇ ସେ କହିଛନ୍ତି, ଷ୍ଟ୍ରଙ୍ଗରୁମ୍‌ର ସିସିଟିଭିକୁ ଅସ୍ଥାୟୀ ଭାବ ବନ୍ଦ କରି ଦିଆଯାଇଥିଲା। ମାତ୍ର ଏହା ପଛରେ କ’ଣ କାରଣ ଥିଲା ତାହା ଉପରୁ ସେ ପରଦା ହଟାଇ ନାହାନ୍ତି। ଏବେ ତାହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ଥିବା ବେଳେ ସବୁ ଡାଟା ସୁରକ୍ଷିତ ରହିଛି। ଡିସପ୍ଲେ କେବଳ ଅସ୍ଥାୟୀ ରୂପେ ବନ୍ଦ ଥିବା ଜିଲ୍ଲା ସୂଚନା କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି।

ବାରାମତୀ ଲୋକସଭା ଆସନରେ ବର୍ତ୍ତମାନ ସାଂସଦ ଅଛନ୍ତି ସୁପ୍ରିୟା ସୁଲେ । ୨୦୦୯ରୁ ସେ ଏଠାକାର ସାଂସଦ ରହିଆସିଛନ୍ତି । ମାତ୍ର ଚଳିତ ନିର୍ବାଚନରେ ଉକ୍ତ ସିଟ୍‌ରେ ହେଉଛି ରୋଚକ ଲଢ଼େଇ । ବାରାମତୀ ଲୋକସଭା ଆସନରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର । ତେଣୁ ଏହି ଆସନରେ ଚଳିତ ନିର୍ବାଚନରେ ହେଉଛି ନଣନ୍ଦ ବନାମ ଭାଉଜ ଲଢ଼େଇ ।

Maharashtra NCP 2024 General Election Loksabha Election 2024 Supriya Sule