Advertisment

ଅଜିତ ପାୱାରଙ୍କ ପତ୍ନୀଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେବ NCP, ସ୍ୱାମୀଙ୍କ ଆସନରୁ ଲଢ଼ିବେ ନିର୍ବାଚନ!

ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (NCP- SP) ସହିତ ସମ୍ଭାବ୍ୟ ମିଶ୍ରଣ ନେଇ ପରବର୍ତ୍ତୀ ସମୟରେ ଆଲୋଚନା ହୋଇପାରେ। ମହାନଗର ନିଗମ ନିର୍ବାଚନ ସମୟରୁ ଏନ୍‌ସିପି (ଏସ୍‌ପି) ସହିତ ମିଶ୍ରଣ ନେଇ ଅଜିତ ପାୱାର କଥାବାର୍ତ୍ତା ଜାରି ରଖିଥିଲେ ବୋଲି କୁହାଯାଉଛି।

Ajay and sunetra
Advertisment

ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଏନ୍‌ସିପି (NCP) ପ୍ରସ୍ତାବ ଦେବ ବୋଲି ଗୁରୁବାର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। 

Advertisment

ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ଏଫଡିଏ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ ସୁନେତ୍ରା ପାୱାରଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଉ ବୋଲି ଲୋକେ ଚାହୁଁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ତଟକରେ ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କ ସହିତ ଏକ ବୈଠକ କରିସାରିଛନ୍ତି। ଯାହା ଜଣାପଡୁଛି ସ୍ୱାମୀ ଅଜିତ ପାୱାରଙ୍କ ମୃତ୍ୟୁ ଯୋଗୁ ଖାଲି ହୋଇଥିବା ବାରାମତି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ସୁନେତ୍ରା। ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦଳ ଯୋଜନା କରିଛି। ଏହି ପ୍ରସ୍ତାବ ନେଇ ଏନ୍‌ସିପି ନେତାମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଭେଟିବେ ଓ ତା’ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଜଣାପଡ଼ିଛି।

Advertisment

ଏହା ବି ସୂଚନା ମିଳିଛି ଯେ ବର୍ତ୍ତମାନ ପାଇଁ ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ଦଳର କଥା ବୁଝାବୁଝି କରିପାରନ୍ତି। ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି (NCP- SP) ସହିତ ସମ୍ଭାବ୍ୟ ମିଶ୍ରଣ ନେଇ ପରବର୍ତ୍ତୀ ସମୟରେ ଆଲୋଚନା ହୋଇପାରେ। ମହାନଗର ନିଗମ ନିର୍ବାଚନ ସମୟରୁ ଏନ୍‌ସିପି (ଏସ୍‌ପି) ସହିତ ମିଶ୍ରଣ ନେଇ ଅଜିତ ପାୱାର କଥାବାର୍ତ୍ତା ଜାରି ରଖିଥିଲେ ବୋଲି କୁହାଯାଉଛି।

ମିଶ୍ରଣ କଥାକୁ ନେଇ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ଏଫଡିଏ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ ଏହି ଦୁଇ ଗୋଷ୍ଠୀ ଏକାଠି ହୋଇସାରିଛନ୍ତି। ସମସ୍ତେ ଅନୁଭବ କରୁଛନ୍ତି ଯେ ଅଲଗା ହୋଇ ରହିବାର କୌଣସି ଅର୍ଥ ନାହିଁ। ଆମକୁ ଏକାଠି ହେବାକୁ ପଡ଼ିବ। 

ବୁଧବାର ସକାଳେ ବାରାମତି ଏୟାରଷ୍ଟ୍ରିପ ପାଖରେ ହୋଇଥିବା ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ବାରାମତିରେ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।                
     

NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe