Advertisment

ଲେଟେରାଲ ଏଣ୍ଟ୍ରୀକୁ ନେଇ NDA ଦୁଇ ଫାଳ

ଜେଡିୟୁ ଏବଂ ଏଲ୍‌ଜେପି(ରାମବିଲାସ ପାସଓ୍ୱାନ) ଏହା ବିରୋଧରେ ବାହାରିଥିବା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କିନ୍ତୁ ସରକାରଙ୍କୁ ସମର୍ଥନ କରିଛି।

Lateral Entry Row

Lateral Entry Row

Advertisment

ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀକୁ ନେଇ ଯେବେଠୁ ବିଜ୍ଞାପ୍ତି ଜାରି ହୋଇଛି ସେବେଠୁ ଏହାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। କେବଳ ସେତିକି ନୁହେଁ ଶାସକ ଏନ୍‌ଡିଏ ଦଳ ମଧ୍ୟ ଏହାକୁ ନେଇ ଦୁଇ ଫାଳ ହୋଇଯାଇଛି।

Advertisment

ପ୍ରଥମେ ବିରୋଧୀ ଦଳ ଲେଟେଲାର ଏଣ୍ଟ୍ରୀକୁ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଏହା ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନର ଉଲ୍ଲଂଘନ, କାରଣ ଏଥିରେ ସଂରକ୍ଷଣ ବ୍ୟବସ୍ଥା ନାହିଁ। ତେଜସ୍ୱୀ ଯାଦବ ଏବଂ ରାହୁଲ ଗାନ୍ଧି ଏହାକୁ ସଂରକ୍ଷଣ ଶେଷ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ଏବେ ଏନଡିଏ କ୍ୟାମ୍ପରେ ମଧ୍ୟ ଏହା ବିରୋଧରେ ସ୍ୱର ଶୁଣିବାକୁ ମିଳିଛି।

ଜେଡିୟୁ ଏବଂ ଏଲ୍‌ଜେପି(ରାମବିଲାସ ପାସଓ୍ୱାନ) ଏହା ବିରୋଧରେ ବାହାରିଥିବା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କିନ୍ତୁ ସରକାରଙ୍କୁ ସମର୍ଥନ କରିଛି। ଟିଡିପି କହିଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶାସନର ଗୁଣରେ ଉନ୍ନତି ଆଣିବ। ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ସହଜ ହେବ।

Advertisment

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗି କିନ୍ତୁ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଆରମ୍ଭରୁ ଆମ ଦଳ ସଂରକ୍ଷିତ ସିଟ୍ ପୂରଣ କରିବାକୁ ସରକାରଙ୍କୁ ଅନୁରୋଧ କରିଆସୁଛି। ଆମେ ରାମ ମନୋହର ଲୋହିଆଙ୍କୁ ବିଶ୍ୱାସ କରୁ। ଲୋକମାନେ ବର୍ଷ ବର୍ଷ ଧରି ସମାଜରେ ପଛୁଆ ବର୍ଗର ସମ୍ମୁଖୀନ ହେଉଛନ୍ତି, ତେବେ ତୁମେ କାହିଁକି ଯୋଗ୍ୟତା ଖୋଜୁଛ? ସରକାରଙ୍କ ଏହି ଆଦେଶ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ତ୍ୟାଗି ଆହୁରି କହିଛନ୍ତି ଯେ ଏଭଳି ନିଷ୍ପତ୍ତି ନେଇ ସରକାର ବିରୋଧୀଙ୍କୁ ଏକ ପ୍ରସଙ୍ଗ ଦେଉଛନ୍ତି। ଯେଉଁମାନେ ଏନଡିଏ ବିରୋଧରେ ଅଛନ୍ତି ସେମାନେ ଏହି ବିଜ୍ଞାପନର ଅପବ୍ୟବହାର କରିବେ। ରାହୁଲ ଗାନ୍ଧି ପଛୁଆବର୍ଗର ଲୋକମାନଙ୍କ ଚାମ୍ପିଅନ୍ ପାଲଟି ଯିବେ। ଆମେ ବିରୋଧୀଙ୍କ ହାତରେ ଅସ୍ତ୍ର ଧରାଇବା ଉଚିତ୍ ନୁହେଁ।

ସେପଟେ ଏହାପୂର୍ବରୁ ଏଲ୍‌ଜେପିର ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ୱାନ ମଧ୍ୟ ଏହି ଲେଟେରାଲ ଏଣ୍ଟ୍ରୀକୁ ନେଇ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ତାଙ୍କ ଦଳ ଏହାକୁ ସମର୍ଥନ କରୁନଥିବା କହିଛନ୍ତି। ସରକାରୀ ନିଯୁକ୍ତିରେ ସଂରକ୍ଷଣ ରହିବା ଜରୁରୀ। ଏଥିରେ ଯଦି, କିନ୍ତୁ ରହିବା ଉଚିତ ନୁହେଁ। ଘରୋଇ ସେକ୍ଟରରେ କୌଣସି ସଂରକ୍ଷଣ ନାହିଁ, ଯଦି ସରକାରୀ କ୍ଷେତ୍ରରେ ମଧ୍ୟ ରହିବନି ତେବେ ସମସ୍ୟା ସୃଷ୍ଟି ହେବ ବୋଲି ସେ କହିଥିଲେ।

ୟୁପିଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷ ଓ ଅନୁପ୍ରାଣିତ ଭାରତୀୟ ନାଗରିକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ପ୍ରଶାସନିକ ପଦପବଦୀରେ ଲାଟେରାଲ ନିଯୁକ୍ତି ପାଇଁ ଦରଖାସ୍ତ ଦେଇ ପାରିବେ। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପ ସଚିବ ଭାବେ ୨୪ଟି ମନ୍ତ୍ରଣାଳୟରେ ସେମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟାରେ ନିଯୁକ୍ତି ମିଳିବ। ଏନେଇ ୪୫ଟି ପଦ ଖାଲି ରହିଛି।

UPSC JDU Nda UPSC Lateral Entry Row KC Tyagi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe