Advertisment

ଖଡ଼ଗେଙ୍କ ଭବିଷ୍ୟବାଣୀ: ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ NDA ସରକାର

ଏନ୍‌ଡିଏ ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।

author-image
Madhupriya Mistry
mallikarjun-kharge

mallikarjun-kharge

ଲୋକସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିନି ସତ କିନ୍ତୁ ଇଣ୍ଡି ମେଣ୍ଟ ସହାୟତାରେ ୨୦୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଛି। ବିଜେପି ଏନ୍‌ଡିଏ ମେଣ୍ଟ ସହାୟତାରେ ସରକାର ଗଠନ କରିଛି। ତେବେ ଏହି ଏନ୍‌ଡିଏ ମେଣ୍ଟକୁ ନେଇ ଏବେ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଯେକୌଣସି ମୁହୂର୍ତ୍ତରେ ଏହି ମେଣ୍ଟ ଭାଙ୍ଗି ଯାଇପାରେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। 

Advertisment

ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର୍‌ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'କେନ୍ଦ୍ରରେ ଏନ୍‌ଡିଏ ସରକାର ଭୁଲ୍‌ରେ ଗଠନ ହୋଇଛି। ମୋଦିଜୀଙ୍କ ପାଖରେ ଜନାଦେଶ ନାହିଁ। ଏହି ଏନ୍‌ଡିଏ ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପାରେ। ମୋଦିଜୀ ନିଜେ ଏହାକୁ ଖେଚୁଡି ସରକାର ବୋଲି କହିଛନ୍ତି।'

ଖଡ଼ଗେ ଆହୁରି କହିଛନ୍ତି, 'ଦେଶକୁ ମଜବୁତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। କିନ୍ତୁ ଆମର ପ୍ରଧାନମନ୍ତ୍ରୀଙ୍କର କୌଣସି ଜିନିଷକୁ ଚାଲିବାକୁ ନ ଦେବାର ଅଭ୍ୟାସ ଅଛି। କିନ୍ତୁ ଦେଶକୁ ମଜବୁତ କରିବା ପାଇଁ ଆମେ ସହଯୋଗ କରିବୁ।'

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମେଣ୍ଟ ସରକାର ଖଡ଼ଗେ ଏହି ବୟାନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିହାରର ପୂର୍ବତନ ଆଇପି ଆରଡି ମନ୍ତ୍ରୀ ତଥା ଜେଡିୟୁ ଏମଏଲସି ନୀରଜ କୁମାର ଖଡ଼ଗେଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ତାଙ୍କୁ ପିଭି ନରସିଂହ ରାଓ ଏବଂ ମନମୋହନ ସିଂହଙ୍କ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସ୍କୋରକାର୍ଡ ବିଷୟରେ ପ୍ରଶ୍ନ କରିଛନ୍ତି।

କହିରଖୁ ଯେ, ୨୦୨୪ ଲୋକସଭା ନିର୍ବାଚନରେ କୌଣସି ବି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ତଥା ୨୭୨ ଆସନ ହାସଲ କରି ନାହାନ୍ତି। ତେଣୁ ଏନଡିଏ ମିଳିତ ମେଣ୍ଟ ସରକାର ଗଠନ କରିଛି। 

Congress Nda Mallikarjun Kharge