Advertisment

ୟୁନିଫର୍ମ ସିଭିଲ କୋଡ୍‌କୁ ବିଜେପିର ଉତ୍ତରପୂର୍ବ ସହଯୋଗୀମାନଙ୍କ ବିରୋଧ

ୟୁସିସି ଲାଗୁ ହେବା ଦ୍ୱାରା ଏହି ଅଞ୍ଚଳରେ ଥିବା ୨୦୦ରୁ ଅଧିକ ଭିନ୍ନ ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ଆଦିବାସୀଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣ ହେବ ବୋଲି ସେମାନେ କହିଛନ୍ତି।

UCC

UCC

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବଡ଼ବଡ଼ ନେତାମାନେ ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ରଖୁଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ୟୁସିସି ଲାଗୁ କରିବା ପାଇଁ ବିଲ୍‌ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିବେ।

Advertisment

ତେବେ ୟୁସିସି ରାସ୍ତାରେ ବିଜେପିର ଉତ୍ତରପୂର୍ବ ରାଜ୍ୟର ସହଯୋଗୀମାନେ ଏବେ କଣ୍ଟା ଭାବେ ଛିଡ଼ା ହୋଇଛନ୍ତି। ସେମାନେ ଖୋଲାଖୋଲି ୟୁସିସିକୁ ବିରୋଧ କରୁଛନ୍ତି। ୟୁସିସି ଲାଗୁ ହେବା ଦ୍ୱାରା ଏହି ଅଞ୍ଚଳରେ ଥିବା ୨୦୦ରୁ ଅଧିକ ଭିନ୍ନ ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ଆଦିବାସୀଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣ ହେବ ବୋଲି ସେମାନେ କହିଛନ୍ତି।

ଭାରତର ୧୨%ରୁ ଅଧିକ ଆଦିବାସୀ ଉତ୍ତରପୂର୍ବ ଭାଗରେ ରହୁଛନ୍ତି। ତେଣୁ ଉତ୍ତରପୂର୍ବ ରାଜ୍ୟରେ ବିଜେପି ସହ ହାତ ମିଳାଇ ସରକାରର ଗଠନ କରିଥିବା ଗୋଟିଏ ପରେ ଗୋଟିଏ ଦଳ ୟୁସିସିକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଥିଲେ।

Advertisment

ୟୁସିସି ସମାଜକୁ ଭାଗଭାଗ କରିବ ଓ ଏନପିପି କେବେ ହେଲେ ଏହାକୁ ଗ୍ରହଣ କରିବ ନାହିଁ। ଏହା ଆମ ସଂସ୍କୃତି ଉପରେ ନକାରାତ୍ମକ ପ୍ରଭାବ ପକାଇବ ଓ ଆଦିବାସୀଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରିବ ବୋଲି ସାଙ୍ଗମା କହିଥିଲେ।

ନାଗାଲ୍ୟାଣ୍ଡର ବିଜେପିର ସହଯୋଗୀ ଏନଡିପିପି ମଧ୍ୟ ୟୁସିସିକୁ ବିରୋଧ କରିଛି। ଦଳ କହିଛି ଯେ “ଭାରତର ସଂଖ୍ୟାଲଘୁ ଓ ଆଦିବାସୀଙ୍କ ସ୍ୱାଧୀନତା ଏବଂ ଅଧିକାର ଉପରେ ୟୁସିସି ନକାରାମତ୍କ ପ୍ରଭାବ ପକାଇବ। ଏହାକୁ କେବେ ହେଲେ ଲାଗୁ କରିବା ଠିକ ହେବନି।”

ମିଜୋରାମରେ ସର୍ବାଧିକ ଆଦିବାସୀ ରହୁଛନ୍ତି। ମୋଟ ଜନସଂଖ୍ୟାର ୯୪% ହେଉଛନ୍ତି ଆଦିବାସୀ। ଗତ ଫେବୃଆରୀରୁ ଏଠାରେ ୟୁସିସି ବିରୋଧରେ ସବୁ ରାଜନୀତିକ ଦଳ ଏକାଠି ହୋଇଥିଲେ। ସେମାନେ ଗୋଟିଏ ସଂକଳ୍ପ ପାରିତ କରି ୟୁସିସିକୁ ବିରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ଏବେ ମିଜୋରାମ ଗୃହ ମନ୍ତ୍ରୀ ଲାଲଚାମଲିଆନା କହିଛନ୍ତି, “ଯଦି ବି ୟୁସିସି ସଂସଦରେ ପାରିତ ହେଉଛି, ତଥାପି ମିଜୋରାମରେ ଏହାକୁ ଲାଗୁ କରିବାକୁ ଦିଆଯିବନି। ରାଜ୍ୟ ବିଧାନସଭାରେ ଯେଉଁ ପର୍ଯ୍ୟନ୍ତ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇନି, ସେଯାଏ ଏଠାରେ ୟୁସିସି ଲାଗୁ ହେବନି।”

ସେହିପରି ଆସାମରେ ବିଜେପିର ସହଯୋଗୀ ଏଜିପି ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହିଁ। ଦଳ ମଙ୍ଗଳବାର ବୈଠକ ଡାକିଛି। ଏହାପରେ ୟୁସିସି ସମ୍ପର୍କରେ ଏଜିପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ।

Bjp Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe