Advertisment

ବାଚସ୍ପତି ନିର୍ବାଚନ: ବାଜି ମାରିଲେ ଓମ୍‌ ବିର୍ଲା

ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ଓମ୍‌ ବିର୍ଲା।

ଅଦ୍ୟତନ ହୋଇଛି
Om Birla

Om Birla

Advertisment

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍‌ ବିର୍ଲା। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍‌ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି।

Advertisment

ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ। ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ.ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ। ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ। ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। 

ଓମ୍‌ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, 'ମୋର ବିଶ୍ୱାସ ଯେ, ଆପଣ ଆଗାମୀ ୫ ବର୍ଷ ପାଇଁ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ। ଆପଣଙ୍କ ମଧୁର ହସ ଆମ ସମସ୍ତଙ୍କୁ ଖୁସି କରୁଛି। ଦ୍ୱିତୀୟ ଥର ପାଇଁ ବାଚସ୍ପତି ଦାୟିତ୍ୱ ମିଳିବାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବଳରାମ ଜାଖର ଜୀ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ତାଙ୍କୁ ପୁଣିଥରେ ବାଚସ୍ପତିଙ୍କ ଦାୟିତ୍ୱ ମିଳିଥିଲା। ତାଙ୍କ ପରେ ଆପଣ ହିଁ ଏହି ସୁଯୋଗ ପାଇଛନ୍ତି। ଆପଣ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସ୍ୱାଧୀନତାର ୭୦ ବର୍ଷ ଭିତରେ ଯାହା ହୋଇ ନଥିଲା ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସେସବୁ ସମ୍ଭବ ହୋଇପାରିଛି। ଗଣମନ୍ତ୍ରର ଲମ୍ବା ଯାତ୍ରାରେ ଏକାଧିକ ମାଇଲଷ୍ଟୋନ ହୋଇଛି।' 

Advertisment

ସେହିପରି ବିରେଧୀ ଦଳ ନେତା ତଥା କଂଗ୍ରେସ ସାଂସନ ରାହୁଲ ଗାନ୍ଧି ମଧ୍ୟ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ହୋଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବରିଷ୍ଠ ସାଂସଦ ଓମ୍ ବିର୍ଲା। ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତିନି ଥର ନିର୍ବାଚନ ଜିତି ଆସିଛନ୍ତି ଲୋକସଭା। ୨୦୧୪ରେ ପ୍ରଥମ ଥର ସାଂସଦ ହୋଇଥିଲେ। ୨୦୧୯ରେ ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି। ଚଳିତ ନିର୍ବାଚନରେ ପୁଣି ଥରେ କୋଟାରୁ ନିର୍ବାଚନ ଜିତିଛନ୍ତି ଓମ୍ ବିର୍ଲା। ଗତ ୨୦ ବର୍ଷ ଭିତରେ ବାଚସ୍ପତି ହେବା ପରେ ସାଂସଦ ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ।

୨୦୦୩ରୁ ୨୦୧୪ ଯାଏ ରାଜସ୍ଥାନ ବିଧାନସଭାର ବିଧାୟକ ଥିଲେ। କୋଟା ଉତ୍ତର ବିଧାନସଭା ସିଟରୁ ତିନି ଥର ଜିତିଥିଲେ ନିର୍ବାଚନ।ରାଜସ୍ଥାନରେ ୨୦୦୩, ୨୦୦୮ ଓ ୨୦୧୩ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ଓମ୍ ବିର୍ଲା। ୨୦୧୪ରେ କୋଟାରୁ ସାଂସଦ ଭାବରେ ଜିତି ଆସୁଛନ୍ତି।

Om Birla Lok Sabha Speaker Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe