Advertisment

ମହାରାଷ୍ଟ୍ରରେ ବିଜେପିର ସୁନାମୀ, ୨୦୦ ଡେଇଁଲା ମହାୟୁତି

୨୮୮ ଆସନ ମଧ୍ୟରୁ ୨୧୦ଟିରେ ଆଗୁଆ ରହିଛି ଶାସକ ମହାୟୁତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Mahayuti Allince

Mahayuti Allince

ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର। ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍‌ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ ୨୨୦ଟିରେ ଶାସକ ମହାୟୁତି ଆଗୁଆ ରହିଛି।

Advertisment

କେବଳ ଭାରତୀୟ ଜନତା ପାର୍ଟି ୧୩୫ ଟି ଆସନରେ ଆଗୁଆ ରହିଛି। ସେହିପରି ୪୫ ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି ୩୦ ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ ୭୦ଟି ଆସନରେ ଆଗୁଆ ଅଛି।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା କାଉଟିଂରେ କେବଳ ବିଜେପି ୨୨.୩୯ ପ୍ରତିଶତ ଭୋଟ ପାଇବାରେ ସଫଳ ହୋଇଛି। ତେବେ ଏମଭିଏରେ ସର୍ବାଧିକ ସଂଖ୍ୟକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୪୨ ଟି ଆସନରେ ଆଗୁଆ ରହିଛି।

Advertisment

ରାଜ୍ୟରେ ୨୮୮ଟି ଆସନ ପାଇଁ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ବିଶେଷ କଥା ହେଉଛି ଚଳିତ ଥର ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ଭୋଟ୍ ହେବା ସହିତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି।

Mahayuti Alliance Maharshtra Assembly Election Result