Advertisment

ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ

କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।

author-image
Hemant Lenka
Canada

Canada

ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।

Advertisment

କମିଶନ ପକ୍ଷରୁ କାନାଡାରେ ଖୋଲାଯିବାକୁ ଯୋଜନା ହୋଇଥିବା କିଛି କନସୁଲାର କ୍ୟାମ୍ପକୁ ବନ୍ଦ କରି ଦିଆଯାଇଛି। ନଭେମ୍ବର ୨ ଓ ୩ ତାରିଖରେ ବ୍ରାମ୍ପଟନ ଓ ସୁରେୟରେ ଥିବା ଦୁଇଟି କନସୁଲାର କ୍ୟାମ୍ପ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଥିଲେ। ତଥାପି କାନାଡାର ସୁରକ୍ଷା ଏଜେନ୍ସି ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ମନା କରିଥିଲା। କାନାଡାର ଏପରି ଆଭିମୁଖ୍ୟ ପାଇଁ ଭାରତ ସରକାର କନସୁଲାର କ୍ୟାମ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଟୋରୋଣ୍ଟୋରେ ଥିବା ଭାରତୀୟ କନସ୍ୟୁଲେଟ ଜେନେରାଲ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ “କମ୍ପ୍ୟୁନିଟି କ୍ୟାମ୍ପ ଅର୍ଗାନାଇଜରଙ୍କୁ କାନାଡାର ସୁରକ୍ଷା ଏଜେନ୍ସି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ନେଇ ନିଜର ଅକ୍ଷମତା ପ୍ରକାଶ କରିଛି। ଏଥିପାଇଁ କନସ୍ୟୁଲେଟ ଧାର୍ଯ୍ୟ କରିଥିବା କିଛି କନସୁଲାର କ୍ୟାମ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।”

Advertisment

ନିକଟରେ ଖଲିସ୍ତାନ ସପକ୍ଷବାଦୀମାନେ ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଆକ୍ରମଣ କରିବା ସହ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ। ଏହି ମନ୍ଦିର କନସୁଲାର କ୍ୟାମ୍ପର ଆୟୋଜନ କରୁଥିଲା। ଆକ୍ରମଣକୁ ପିଲ ପୁଲିସ୍‌ ରୋକି ପାରି ନଥିଲା ଓ ଖଲିସ୍ତାନୀଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ବ୍ୟାନ ହୋଇଥିବା ଖଲିସ୍ତାନୀ ସପକ୍ଷବାଦୀ ସଂଗଠନ ଶିଖ ଫର ଜଷ୍ଟିସ କହିଛି ଯେ କନସୁଲାର କ୍ୟାମ୍ପରେ ପ୍ରଶାସନିକ ସେବାରେ ସହାୟତା କରିବା ପାଇଁ ଆସିଥିବା ଭାରତୀୟ କନସୁଲାର ଅଧିକାରୀଙ୍କ ବିରୋଧରେ ସଂଗଠନର ସମର୍ଥକମାନେ ବିରୋକ୍ଷ ପ୍ରଦର୍ଶନ କରିଥିଲେ।

ଏହାବାଦ ନଭେମ୍ବର ୩ରେ ସୁରେୟରେ ଥିବା ଲକ୍ଷ୍ମ ନାରାୟଣ ମନ୍ଦିରରେ ମଧ୍ୟ ଗୋଟିଏ କନସୁଲାର କ୍ୟାମ୍ପ ଲାଗିଥିଲା। ଏଠାରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ୩,୭୫୦ ଜୀବନ ବୀମା ପ୍ରମାଣପତ୍ର ଦିଆଯାଇଛି। ତଥାପି ଏଠାରେ ମଧ୍ୟ ଖଲିସ୍ତାନୀ ସପକ୍ଷବାଦୀମାନେ ଦାଦାଗିରି ଦେଖାଇଥିଲେ।

India Canada