Advertisment

୧୦୦ କୋଟି ଟଙ୍କା ଖର୍ଚ୍ଚ କରି ପାର୍ଟି ଅଫିସ କରିବ ବିଜେପି, ରହିବ ୧୦ଟି ମହଲା

ଦୀର୍ଘ ୩୨ ବର୍ଷ ପରେ ବିଜେପି ରାଜ୍ୟରେ ନୂଆ ଅଫିସ ତିଆରି କରିବାକୁ ଯାଉଛି। ଏଥିରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି।

author-image
Hemant Lenka
BJP

BJP

ପଞ୍ଚ ତାରକା ହୋଟେଲ ଭଳି ହେବ ବିଜେପିର ପାର୍ଟି ଅଫିସ। ମଧ୍ୟପ୍ରଦେଶ ବିଜେପି ରାଜ୍ୟରେ ତିଆରି କରାଯିବ ଆଖି ଖୋସି ହୋଇଗଲା ଭଳି ଦଳୀୟ କାର୍ଯ୍ୟାଳୟ। ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ।

Advertisment

ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭୋପାଲରେ ରାଜ୍ୟ ମୁଖ୍ୟାଳୟ ତିଆରି କରିବାକୁ ବଜେପି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଦୀର୍ଘ ୩୨ ବର୍ଷ ପରେ ବିଜେପି ରାଜ୍ୟରେ ନୂଆ ଅଫିସ ତିଆରି କରିବାକୁ ଯାଉଛି। ଏଥିରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି।

ବର୍ତ୍ତମାନ ବିଜେପି ତା’ର ରାଜ୍ୟ ମୁଖ୍ୟାଳୟ ଭାବେ ବ୍ୟବହାର କରୁଥିବା କୋଠାଟି ୧୯୯୧ ମସିହାରେ ତିଆରି ହୋଇଥିଲା। ଏଥିପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସୁନ୍ଦରଲାଲ ପଟୱା ସରକାର ଥିବା ବେଳେ ଏହାକୁ ତିଆରି କରାଯାଇଥିଲା। ସେତେବେଳେ ଏହାକୁ ଦେଶର ଅନ୍ୟତମ ବଡ଼ ଓ ସୁନ୍ଦର ପାର୍ଟି ଅଫିସ ଭାବେ ପରିଗଣିତ କରାଯାଇଥିଲା। ଏବେ ଶିବରାଜ ସିଂହ ଚୌହାନ ସରକାର ବେଳେ ରାଜ୍ୟ ବିଜେପି ତା’ର ନୂଆ ପାର୍ଟି ଅଫିସ ତିଆରି କରିବାକୁ ଯାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ଅଫିସର ଭୂମି ପୂଜନ କରିବେ। ରବିବାର ନୂଆ ବିଲଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଯୋଜନା କରାଯାଇଛି।

ମଧ୍ୟପ୍ରଦେଶ ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି, ବିଜେପି ସମଗ୍ର ଦେଶର ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏ ପାର୍ଟି ଅଫିସ ତିଆରି କରିବାକୁ ନିଷ୍ପତ୍ତି ନେଇଛି। ଭୋପାଲରେ ଅଫିସ ନିର୍ମାଣ ପ୍ରସ୍ତାବ ଦୀର୍ଘ ଦିନରୁ ପଡ଼ି ରହିଥିଲା। ବର୍ତ୍ତମାନର ଆବଶ୍ୟକତାକୁ ଦେଖି ଦଳୀୟ କର୍ମୀ ଓ ନେତାଙ୍କ ପାଇଁ ନୂଆ ବିଲଡିଂ କରାଯିବ।

ନୂଆ ଅଫିସରେ ସମସ୍ତ ପ୍ରକାରର ଆଧୁନିକ ସାମଗ୍ରୀ ରହିବ। ଅତି ସାଧାରଣ ଢଙ୍ଗରେ ସବୁ କିଛିକୁ ବ୍ୟବସ୍ଥିତ କରାଯିବ। ଏହା ମଧ୍ୟରେ ସଂକଳ୍ପ ସଙ୍କୁଳ, ମୁଖ୍ୟ ଅଫିସ, ସମର୍ପଣ ସଙ୍କୁଳ, ନେତାମାନଙ୍କ ଘର, ସହଯୋଗୀ ସଙ୍କୁଳ, ଓ କର୍ମଚାରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏହା ୧୦ ମହଲା ବିଶିଷ୍ଟ ହେବ। ଗୋଟିଏ ଅଡିଟୋରିୟମ ରହିବ ଓ ଏଠାରେ ୧ ହଜାର ଲୋକ ବସି ପାରିବେ ବୋଲି ସେ କହିଛନ୍ତି।

ପୁରୁଣା ଅଫିସରେ ବିଜେପି ୬ଟି ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ୩ଟି ଜିତିଛି। ୧୯୯୩,୧୯୯୮ ଓ ୨୦୧୮ରେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

Bjp Madhya Pradesh