Advertisment

ଆଖି ପିଛୁଳାକେ ଭୁଶୁଡ଼ିଗଲା ଦୁଇ କୋଠା, ରେସକ୍ୟୁ ଆରମ୍ଭ

କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି। ଏହା ତଳେ ବହୁ ଲୋକ ଫସିଥିବା ଅନୁମାନ କରାଯାଉଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Rescue Operation

Rescue Operation

Advertisment

ଉତ୍ତରପ୍ରଦେଶର ବାରଣାସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି। ଏହା ତଳେ ବହୁ ଲୋକ ଫସିଥିବା ଅନୁମାନ କରାଯାଉଛି। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ଏହି ଅଘଟଣ ପରେ କାଶୀ ବିଶ୍ୱନାଥ ମନ୍ଦିରକୁ ସଂଯୋଗ କରୁଥିବା ଗେଟ୍‌ ନଂ-୪କୁ ବନ୍ଦ କରି ଦିଆଯାଇଛି। କେବଳ ୧ ଓ ୨ ନଂ ଗେଟ୍‌ ଦେଇ ଶ୍ରଦ୍ଧାଳୁମାନଙ୍କୁ ପ୍ରବେଶ ଅନୁମତି ମିଳିଛି।

ସୂଚନା ମୁତାବକ, ଏହି ଦୁଇ ବିଲ୍ଡିଂ ୭୦ ବର୍ଷର ପୁରୁଣା ବୋଲି ସ୍ଥାନୀୟ ଲୋକଙ୍କ ନିକଟରୁ ଜଣାପଡ଼ିଛି। ଏହା ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ସେଠାରେ କିଛି ଦୋକାନ ବି ଖୋଲିଥିଲା। ବିଳମ୍ବିତ ରାତିରେ ହଠାତ୍‌ କୋଠା ଦୁଇଟି ଲଗାତର ଭାବେ ଭୁଶୁଡ଼ି ପଡ଼ିଥିଲା।

Advertisment

ଖବର ପାଇ ତୁରନ୍ତ ପୁଲିସ୍‌ ପହଞ୍ଚି ଉକ୍ତ ଗଳିରେ ପ୍ରବେଶ କରୁଥିବା ରାସ୍ତାକୁ ସିଲ୍‌ କରିବା ସହ ମନ୍ଦିରର ଗୋଟିଏ ଗେଟ୍‌କୁ ବନ୍ଦ କରି ଦେଇଛି। ଏହାପରେ ଏନଡିଆରଏଫ ଟିମ୍‌ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ତଳୁ କାହାକୁ ଉଦ୍ଧାର କରାଯାଇ ନ ଥିବା ଜଣାଯାଇଛି। ଏହି ଅଘଟଣରେ କିଛି ଲୋକ ମୃତାହତ ହୋଇଥିବା ଅନୁମାନ କରାଯାଉଛି।

Collapsiong Houses Rescue Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe