Advertisment

ଅଶାନ୍ତ ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଶିକ୍ଷାର୍ଥୀ, ୪୦୦୦ ଏବେ ବି ଫସିରହିଛନ୍ତି

ଭାରତ ସରକାରଙ୍କ ସହାୟତାରେ ୧୦୦୦ ଜଣ ଶିକ୍ଷାର୍ଥୀ ଆଜି ସ୍ୱଦେଶ ଫେରିଛନ୍ତି। ଢାକାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ଭାରତୀୟ ଶିକ୍ଷାର୍ଥୀମାନଙ୍କୁ ସୁରକ୍ଷିତ ଭାବେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାରେ ସହାୟତା ପ୍ରଦାନ କରାଯାଉଛି।

BSF

BSF

Advertisment

ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ପୂରା ଦେଶ ଗୃହଯୁଦ୍ଧ ସ୍ଥିତିକୁ ଚାଲି ଯାଇଛି। ଏପରି ସ୍ଥିତିରେ ବାଂଲାଦେଶରେ ପାଠପଢ଼ିବାକୁ ଯାଇଥିବା ୫୦୦୦ରୁ ଅଧିକ ଭାରତୀୟ ଶିକ୍ଷାର୍ଥୀ ଫସି ରହିଥିଲେ।

Advertisment

ସେମାନଙ୍କ ମଧ୍ୟରୁ ଭାରତ ସରକାରଙ୍କ ସହାୟତାରେ ୧୦୦୦ ଜଣ ଶିକ୍ଷାର୍ଥୀ ଆଜି ସ୍ୱଦେଶ ଫେରିଛନ୍ତି। ଢାକାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ଭାରତୀୟ ଶିକ୍ଷାର୍ଥୀମାନଙ୍କୁ ସୁରକ୍ଷିତ ଭାବେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାରେ ସହାୟତା ପ୍ରଦାନ କରାଯାଉଛି।

ବେସାମାରିକ ବିମାନ ଚଳାଚଳ, ଇମିଗ୍ରେସନ, ଲ୍ୟାଣ୍ଡ ପୋର୍ଟସ ଓ ବିଏସ୍‌ଏଫର ମିଳିତ ସହଯୋଗରେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି। ବର୍ତ୍ତମାନ ସୁଦ୍ଧା ୭୭୮ ଜଣ ଭାରତୀୟ ଶିକ୍ଷାର୍ଥୀ ବିଭିନ୍ନ ସ୍ଥଳ ସୀମା ଦେଇ ସଫଳତାର ସହ ଭାରତରେ ପ୍ରବେଶ କରିଛନ୍ତି। ସେହିପରି ଢାକା ଓ ଚିତ୍ତାଗଙ୍ଗ ଏୟାରପୋର୍ଟରୁ ଆଉ ୨୦୦ ଜଣ ଶିକ୍ଷାର୍ଥୀ ବିଭିନ୍ନ ବିମାନରେ ଭାରତରେ ପହଞ୍ଚିଛନ୍ତି।

Advertisment

ବାଂଲାଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବାକି ପ୍ରାୟ ୪ ହଜାର ଶିକ୍ଷାର୍ଥୀଙ୍କ ସହ ହାଇକମିଶନ ନିୟମିତ ଯୋଗାଯୋଗରେ ରହିଛନ୍ତି। କେବଳ ଭାରତୀୟ ନୁହନ୍ତି, ନେପାଳ ଓ ଭୁଟାନର ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ସେମାନଙ୍କ ଅନୁରୋଧକ୍ରମେ ଭାରତକୁ ଆସିବା ପାଇଁ ଅନୁମତି ଦିଆଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଭାରତ ଫେରିଥିବା ଜଣେ ଛାତ୍ର କହିଛନ୍ତି, “ଅନେକ ଶିକ୍ଷାର୍ଥୀ ଫେରିବା ପାଇଁ ବିମାନ ଟିକେଟ କରିଥିଲେ। କିନ୍ତୁ କର୍ଫ୍ୟୁ ଲାଗିଥିବାରୁ ସେମାନେ ଏୟାରପୋର୍ଟରେ ପହଞ୍ଚି ପାରିନାହାନ୍ତି। ଅନେକ ବିମାନ ମଧ୍ୟ ବାତିଲ କରାଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଏବେ ବି ଅନେକ ଭାରତୀୟ ଶିକ୍ଷାର୍ଥୀ ଫସି ରହିଛନ୍ତି। ସେଠାରେ କୌଣସି ପ୍ରକାରର ବିଶୃଙ୍ଖଳା ବା ଅଶାନ୍ତି ଏଯାଏଷ ସୃଷ୍ଟି ହୋଇନାହିଁ।”

ଢାକାରେ ଥିବା ଭାରତୀୟ ହାଇକମିଶନ ବାଂଲାଦେଶ ବେସାମରିକ ବିମାନ ଚଳାଚଳ ପ୍ରାଧିକାରଣ ଓ ବିଭିନ୍ନ ବ୍ୟବସାୟିକ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହ ନିରବଚ୍ଛିନ୍ନ ସେବା ନେଇ ଆଲୋଚନା କରିଛି। ବିମାନ ସେବା ଠିକ ଭାବେ ରହିଲେ ଭାରତୀୟମାନେ ସହଜରେ ଭାରତକୁ ଆସି ପାରିବେ।

Protest India Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe