Advertisment

ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା! ୧.୨ ଲକ୍ଷ ସ୍କୁଲରେ ମାତ୍ର ଜଣେ ଲେଖାଏ ଶିକ୍ଷକ

ବାହାର ଦେଶର ପିଲାଙ୍କ ଭଳି ଆମ ପିଲାମାନେ ମଧ୍ୟ ପାଠପଢ଼ିବାର ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ କହିବାରେ ଲାଗିଛନ୍ତି।

ଅଦ୍ୟତନ ହୋଇଛି
Teacher

Teacher

Advertisment

ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଛି। ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇ ଦିଆଯିବ। ବାହାର ଦେଶର ପିଲାଙ୍କ ଭଳି ଆମ ପିଲାମାନେ ମଧ୍ୟ ପାଠପଢ଼ିବାର ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ କହିବାରେ ଲାଗିଛନ୍ତି।

Advertisment

ନିକଟରେ କେନ୍ଦ୍ର ବଜେଟରେ ମୋଦି ସରକାର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ୧.୩ ଲକ୍ଷ କୋଟିର ବ୍ୟୟବରାଦ କରିଥିଲେ। ୨୦୨୨-୨୩ ତୁଳନାରେ ଏହା ୮.୩% ଅଧିକ ଥିଲା। ହେଲେ ନିକଟରେ ସଂସଦରେ ମନ୍ତ୍ରୀ ଦେଇଥିବା ଉତ୍ତର ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି। ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି ସରକାର ଦେଇଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି।

ଦେଶରେ ବର୍ତ୍ତମାନ ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ଅନେକ ଦକ୍ଷ ଲୋକ ଥିଲେ ମଧ୍ୟ ନିଯୁକ୍ତି ଅଭାବରୁ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷକ ମିଳି ପାରୁ ନାହାନ୍ତି। ସ୍ଥିତି ଏପରି ହୋଇଛି ଯେ ଦେଶର ପ୍ରାୟ ୧.୨ ଲକ୍ଷ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ କେବଳ ଜଣେ ଲେଖାଏ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ସେହିପରି ସରକାର ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଅଧିକାଂଶ ସ୍କୁଲରେ ଏଯାଏ ଇଣ୍ଟରନେଟ ବ୍ୟବସ୍ଥା ହୋଇନାହିଁ।

Advertisment

ବିହାରରେ ପ୍ରତି ୬୦ ଜଣ ପ୍ରାଥମିକ ସ୍କୁଲ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଦିଲ୍ଲୀରେ ଏହି ସଂଖ୍ୟା ୪୦ ଥିବା ବେଳେ ଝାରଖଣ୍ଡରେ ୩୩, ହରିଆଣାରେ ୩୨ ଓ ଗୁଜରାଟରେ ୩୦ ରହିଛି। ସବୁଠାରୁ ଭଲ ସ୍ଥିତିରେ ଜମ୍ମୁ-କଶ୍ମୀର ରହିଛି। ଏଠାରେ ପ୍ରତି ୧୩ ଜଣ ପ୍ରାଥମିକ ସ୍କୁଲ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି।

ଦ୍ୱିତୀୟ ସ୍ଥାନରେ ଗୋଆ ଓ ହିମାଚଳ ଥିବା ବେଳେ ତୃତୀୟରେ ଉତ୍ତରାଖଣ୍ଡ ରହିଛି। ଓଡ଼ିଶା ଓ ତ୍ରିପୁରାରେ ପ୍ରତି ୧୯ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ମେଘାଳୟ ଓ କର୍ଣ୍ଣାଟକାରେ ଏହି ସଂଖ୍ୟା ୨୦ ରହିଛି।

ଉଚ୍ଚ ପ୍ରାଥମିକ ଶିକ୍ଷାନୁଷ୍ଠାନରେ ଶିକ୍ଷକ-ଶିକ୍ଷାର୍ଥୀ ଅନୁପାତ ତାଲିକାରେ ଦିଲ୍ଲୀ ଆଗରେ ରହିଛି। ଏଠାରେ ପ୍ରତି ୩୯ ଜଣ ଉଚ୍ଚ ପ୍ରାଥମିକ ସ୍କୁଲ ଶିକ୍ଷାର୍ଥୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ଝାରଖଣ୍ଡରେ ଏହା ୩୮, ପଶ୍ଚିମବଙ୍ଗରେ ୩୫, ମଧ୍ୟପ୍ରଦେଶରେ ୩୪ ଓ ଉତ୍ତର ପ୍ରଦେଶରେ ୩୩ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହରିଆଣା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ଅନୁପାତ କମ ରହିଥିଲେ ମଧ୍ୟ ଏଠାରେ ସ୍ୱାକ୍ଷାରତା ହାର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ରହିଛି।

ଅନ୍ୟପକ୍ଷରେ ଭାରତର ୧,୧୭,୨୮୫ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ/ଶିକ୍ଷୟିତ୍ରୀ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଏହି ତାଲିକାରେ ମଧ୍ୟପ୍ରଦେଶ ସବୁଠାରୁ ଆଗରେ ରହିଛି। ଏଠାରେ ଥିବା ୧୬,୬୩୦ଟି ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଆନ୍ଧ୍ର ପ୍ରଦେଶରେ ଏହା ୧୨,୩୮୬, ରାଜସ୍ଥାନରେ ୧୦,୮୭୮, ଉତ୍ତର ପ୍ରଦେଶରେ ୮,୦୪୦, କର୍ଣ୍ଣାଟକାରେ ୭,୮୪୮, ଝାରଖଣ୍ଡରେ ୭,୩୨୨, ତେଲେଙ୍ଗାନାରେ ୬,୩୯୨, ମହାରାଷ୍ଟ୍ରରେ ୫,୯୦୬, ଛତିଶଗଡ଼ରେ ୫,୪୮୦ ଓ ବିହାରରେ ଏହି ସଂଖ୍ୟା ୫,୨୨୭ ରହିଛି।

ଚଣ୍ଡିଗଡ଼, ପୁଡୁଚେରୀ ଓ ଲାକ୍ଷାଦ୍ୱୀପରେ ସବୁ ସ୍କୁଲରେ ୧ରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି। କେରଳରେ ସବୁଠାରୁ କମ ଅର୍ଥାତ ୩୧୦ଟି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ଦେଶର ମୋଟ ସ୍କୁଲ ମଧ୍ୟରୁ ୮% ଶିକ୍ଷାନୁଷ୍ଠାନରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି।

ଅନ୍ୟପକ୍ଷରେ ଚଣ୍ଡିଗଡ଼,ଦିଲ୍ଲୀ ଓ ପୁଡୁଚେରୀକୁ ଛାଡ଼ି ଦେଲେ ବାକି କୌଣସି ରାଜ୍ୟର ଶତପ୍ରତିଶକ ସ୍କୁଲରେ ଇଣ୍ଟରନେଟ ବ୍ୟବସ୍ଥା ହୋଇନାହିଁ। କେନ୍ଦ୍ର ସରକାର ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କହୁଥିଲେ ହେଁ ଦେଶର ପ୍ରତି ୪ଟି ସ୍କୁଲ ମଧ୍ୟରେ କେବଳ ଗୋଟିଏ ଶିକ୍ଷାନୁଷ୍ଠାନରେ ଇଣ୍ଟରନେଟ ବ୍ୟବସ୍ଥା ହୋଇପାରିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ଜାତୀୟ ଡିଜିଟାଲ ଲାଇବ୍ରେରୀ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିବା ବେଳେ ଗତବର୍ଷ ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।

ମହାମାରୀ ଯୋଗୁ ପିଲାମାନେ ସହିଥିବା କ୍ଷତିକୁ ଦୃଷ୍ଟିରେ ରଖି ଡିଜିଟାଲ ଶିକ୍ଷା କଥା କୁହାଯାଇଥିଲା। କିନ୍ତୁ ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧାରୁ ଅଧିକ ସ୍କୁଲରେ ଇଣ୍ଟରନେଟ ନାହିଁ। ଏପରି ସ୍ଥିତିରେ ଡିଜିଟାଲ ଶିକ୍ଷାର କେମିତି ପ୍ରସାର ହେବ?

India No Teacher School Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe