Advertisment

ଖେଚୁଡ଼ି ଖାଇ ଶତାଧିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଏକାଦଶୀ ବ୍ରତ ନିମନ୍ତେ ପ୍ରସାଦ ବଣ୍ଟା ଯାଉଥିଲା। ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଖେଚୁଡ଼ି ଭୋଗ ଖାଇଥିଲେ । ମାତ୍ର ଏହାକୁ ଖାଇବା ପରେ ପରିସ୍ଥିତି ଅସମ୍ଭାଳ ହେଲା।

Hospital

Hospital

Advertisment

ଏକାଦଶୀ ବ୍ରତ ନିମନ୍ତେ ପ୍ରସାଦ ବଣ୍ଟା ଯାଉଥିଲା। ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଖେଚୁଡ଼ି ଭୋଗ ଖାଇଥିଲେ । ମାତ୍ର ଏହାକୁ ଖାଇବା ପରେ ପରିସ୍ଥିତି ଅସମ୍ଭାଳ ହେଲା। ଶତାଧିକ ଲୋକ ଅସୁସ୍ଥତା ହେତୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ରାଜସ୍ଥାନର ଉଦୟପୁରରେ ଘଟିଛି। ଫୁଡ ପଏଜନିଂ ହେତୁ ଏପରି ହୋଇଥିବା ଡାକ୍ତର କହିଛନ୍ତି।

Advertisment

ଗତକାଲି ଏକାଦଶୀ ଥିବାରୁ ଉଦୟପୁରରେ ପ୍ରସାଦ ବଣ୍ଟା ଯାଉଥିଲା। ଏହି ଅବସରରେ ପ୍ରାୟ ୧୫ଶହ ଲୋକ ଯୋଗ ଦେଇଥିବା ବେଳେ ପ୍ରସାଦ ରୂପେ ଖେଚୁଡ଼ି ଖାଇଥିଲେ। ଏହାପରେ ପ୍ରାୟ ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେବା ସହ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭତ୍ତି କରାଯାଇଛି।

ମେଡିକାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ତୁରନ୍ତ ଡାକ୍ତରମାନେ ସେମାନଙ୍କ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ଏବେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଫୁଡ଼ ପଏଜନିଂରୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ତେବେ କ’ଣ ପାଇଁ ଫୁଡ ପଏଜନିଂ ହେଲା ତାହାର ତଦନ୍ତ ଚାଲିଥିବା ମେଡିକାଲ ଅଫିସର ସୂଚନା ଦେଇଛନ୍ତି।

Advertisment
Rajasthan Food Poisoning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe