Advertisment

ମତଭେଦକୁ ଭୁଲିବାର ଆବଶ୍ୟକ ଥିବା ରାହୁଲଙ୍କୁ କହିଲେ କେଜ୍ରିୱାଲ

ଶୁକ୍ରବାର ପାଟନାରେ ବିରୋଧୀଙ୍କ ମହା ବୈଠକ ହୋଇଥିଲା। ଏହି ସମୟରେ କେଜ୍ରିୱାଲ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବା ସହ ରାହୁଲଙ୍କ ସହାୟତା ଲୋଡ଼ିଥିଲେ ବୋଲି ଜଣାପଡ଼ିଛି।

Arvind Kejriwal

Arvind Kejriwal

Advertisment

କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଆପ୍‌ ଓ କଂଗ୍ରେସ ମଧ୍ୟରେ ଥିବା ତିକ୍ତତାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ସବୁ ମତପାର୍ଥକ୍ୟ ଓ ପୁରୁଣା କଥାକୁ ଭୁଲି ଏକାଠି ଆଗକୁ ବଢ଼ିବା ପାଇଁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କହିଛନ୍ତି।

Advertisment

ଶୁକ୍ରବାର ପାଟନାରେ ବିରୋଧୀଙ୍କ ମହା ବୈଠକ ହୋଇଥିଲା। ଏହି ସମୟରେ କେଜ୍ରିୱାଲ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବା ସହ ରାହୁଲଙ୍କ ସହାୟତା ଲୋଡ଼ିଥିଲେ ବୋଲି ଜଣାପଡ଼ିଛି।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ମହା ବୈଠକରେ କେଜ୍ରିୱାଲ ସିଧାସଳଖ ରାହୁଲ ଗାନ୍ଧିଙ୍କ ସହ ଅଧ୍ୟାଦେଶ ପ୍ରସଙ୍ଗରେ କଥା ହୋଇଥିଲେ। ଯଦି ଦୁଇ ଦଳ ମଧ୍ୟରେ କୌଣସି ତିକ୍ତତା ବା ବିବାଦ ରହିଛି, ତା’ହେଲେ ଏହାକୁ ଚା’ ପିଇ ସମାଧାନ କରିବା ଦରକାର। ସବୁ ମତ ପାର୍ଥକ୍ୟଙ୍କୁ ବୁଲିଯିବା ଦରକାର ଓ ଏକାଠି ଆଗକୁ ବଢ଼ିବା ଉଚିତ ବୋଲି କେଜ୍ରିୱାଲ ବିରୋଧୀଙ୍କ ବୈଠକରେ ରାହୁଲ ଗାନ୍ଧିଙ୍କୁ କହିଥିଲେ।”

Advertisment

ତେବେ ରାହୁଲଙ୍କ ପକ୍ଷରୁ କୌଣସି ପ୍ରକାରର ନିଶ୍ଚିତ ପ୍ରତିଶ୍ରୁତି କେଜ୍ରିୱାଲ ପାଇ ନାହାନ୍ତି। ତେଣୁ ଆପ୍‌ ବୈଠକ ପରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲା। କଂଗ୍ରେସ ଥିବା ମେଣ୍ଟରେ ସାମିଲ ହେବା କଷ୍ଟକର ବୋଲି ଦଳ କହିଥିଲା। ଏଥିସହ ଆସନ୍ତାମାସରେ ଶିମଲାରେ ହେବାକୁ ଥିବା ବୈଠକରେ ଆପ୍‌ ସାମିଲ ହେବନି ବୋଲି ଆପ୍‌ ସଙ୍କେତ ଦେଇଛି।

ଦିଲ୍ଲୀ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। ଏହାକୁ କ୍ଷମତାସୀନ ଆପ୍‌ ସରକାର ବିରୋଧ କରୁଛି। ସଂସଦରେ ଏହାକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ବିଲ୍ ଆଣିବେ। କିନ୍ତୁ ସେଠାରେ ଏହାକୁ ମାତ୍‌ ଦେବା ପାଇଁ ଆପ୍‌ ସବୁ ବିରୋଧୀଙ୍କ ସମର୍ଥନ ଲୋଡ଼ିଛି।

କଂଗ୍ରେସକୁ ବାଦ ଦେଇ ଅଧିକାଂଶ ବିରୋଧୀ ଦଳ ଆପ୍‌କୁ ସମର୍ଥନ କରିଛନ୍ତି। ହେଲେ କଂଗ୍ରେସର ବିନା ସହଯୋଗରେ ବିଲ୍‌କୁ ରୋକିବା ସମ୍ଭବ ନୁହେଁ ବୋଲି ଆପ୍‌ ଭଲ ଭାବେ ଜାଣିଛି। ତେଣୁ ଦଳ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି।

Congress Rahul Gandhi Arvind Kejriwal Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe