Advertisment

ହେଟ୍ ସ୍ପିଚ୍ ମାମଲା, ବର୍ଷିଲେ ସୁପ୍ରିମକେର୍ଟ

ସରକାର କ’ଣ ନପୁଂସକ ହୋଇଗଲେଣି କି ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Supreme Court

ରାଜନେତାଙ୍କ ହେଟ୍ ସ୍ପିଚ୍‌କୁ ନେଇ ପୁଣିଥରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ହେଟ୍ ସ୍ପିଚ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା କାରଣରୁ ରାଜ୍ୟ ସରକାରମାନଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ କଡ଼ା ଭାଷାରେ ଭର୍ତ୍ସନା ମଧ୍ୟ କରିଛନ୍ତି।

Advertisment

ବୁଧବାର ସୁପ୍ରିମକୋର୍ଟ ହେଟ୍ ସ୍ପିଚ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ କହିଛନ୍ତି, ଧର୍ମକୁ ନେଇ ରାଜନୀତି ଓ ହେଟ୍ ସ୍ପିଚ୍‌ ଏକ ଧାରା ପାଲଟି ଗଲାଣି। ରାଜନେତାମାନେ ସତ୍ତା ପାଇଁ ଧର୍ମର ବ୍ୟବହାର କରିବା ଚିନ୍ତାର ବିଷୟ ପାଲଟିବାରେ ଲାଗିଛି। ଏହି ଅସହିଷ୍ଣୁତା, ବୌଦ୍ଧିକ ଅଭାବ ସହିତ ଆମେ ଦୁନିଆରେ ଏକ ନମ୍ବର ହୋଇପାରିବା ନାହିଁ। ଯଦି ଆପଣ ଏକ ସୁପର ପାୱାର୍ ହେବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ ଆଇନର ଶାସନକୁ ବଜାୟ ରଖିବାର ଆବଶ୍ୟକତା ରହିଛି। 

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ରାଜନେତାଙ୍କ ଦ୍ୱାରା ହେଟ୍ ସ୍ପିଚ୍ ଦିଆଯାଉଛି। ସମାଜରେ ଏଥିପାଇଁ ବିଶୃଙ୍ଖଳା ସୃଷ୍ଟି ହେଉଛି। ଲୋକେ ଏଥିରୁ ଦୂରେଇ ରହିବା ଉଚିତ। ମାମଲାର ଶୁଣାଣି କରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଓ ଅଟଳ ବିହାରୀ ବାଜପେୟୀଙ୍କ ଭାଷାଣକୁ ଆଧାର କରି କୋର୍ଟ କହିଛନ୍ତି, ସେମାନଙ୍କ ଭାଷଣ ଶୁଣିବାକୁ ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ।

Advertisment

ଏବେ ଗୋ ଟୁ ପାକିସ୍ତାନ ଭଳି ବୟାନ ଦ୍ୱାରା ନିୟମିତ ଭାବେ ଗାରିମା ଭଙ୍ଗା ହେଉଛି। ଆମେ ବର୍ତ୍ତମାନ କେଉଁଠି ପହଞ୍ଚି ଯାଇଛେ। ଏକଦା ଆମର ନେହେରୁ, ବାଜପେୟୀଙ୍କ ପରି ବକ୍ତା ଥିଲେ, ବର୍ତ୍ତମାନ ଅଦରକାରୀ ଉପାଦାନ ଶୁଣିବାକୁ ଲୋକେ ଭିଡ଼ ଜମାଉଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଦେଶରେ ହେଟ୍ ସ୍ପିଚ ନେଇ ଦଙ୍ଗା ସୃଷ୍ଟି ହେଉଥିବାରୁ ଚିନ୍ତା ପ୍ରକଟ କରିନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ କେଏମ୍ ଯୋଶେଫ୍ ଓ ଜଷ୍ଟିସ୍ ବି.ବି ନାଗରତ୍ନାଙ୍କ ଖଣ୍ଡପୀଠ। ଦଙ୍ଗା ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ସରକାର କ’ଣ ନପୁଂସକ ହୋଇଗଲେଣି କି ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ।

ହେଟ୍ ସ୍ପିଚ୍ ଦେଉଥିବା ଲୋକଙ୍କ ଉପରେ ଏଫ୍‌ଆଇଆର୍ ରୁଜୁ କରିବାରେ ବିଫଳ ବିଭିନ୍ନ ରାଜ୍ୟ ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଆଗତ ଅବମାନନା ଆବେଦନ ଉପରେ ଶୁଣାଣି କରି ଏଭଳି କିଛି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ।   

Hate Speech Supreme Court On Hate Speech