/odisha-reporter/media/post_attachments/uploadimage/library/16_9/16_9_0/IMAGE_1688729961.jpg)
Neelam Gorhe joined the Eknath Shinde-led Shiv Sena
ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଧକ୍କା। ଉଦ୍ଧବଙ୍କ ଗୋଷ୍ଠୀର ବରିଷ୍ଠ ସଦସ୍ୟା ତଥା ଶିବସେନା(ୟୁବିଟି) ନେତ୍ରୀ ନୀଲମ ଗୋରହି ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି। ସେ ଉଦ୍ଧବଙ୍କ ଖୁବ୍ ନିକଟ ସହଯୋଗୀ ଥିଲେ ଏବଂ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ଥିଲେ।
ସେ ମୁମ୍ୱାଇ ଠାରେ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଉପସ୍ଥିତିରେ ସିନ୍ଦେ କ୍ୟାମ୍ପରେ ଯୋଗଦେଇଥିଲେ। ପରେ ନୀଲମ କହିଛନ୍ତି, ଶିବସେନା ସନ୍ଦେଙ୍କ ନେତୃତ୍ୱରେ ଥିବା ସୁପ୍ରିମ୍କୋର୍ଟ କହିଥିବାରୁ ଓ ମହିଳା ବିକାଶକୁ ଆଖି ଆଗରେ ରଖି ସେ ଏହି ପଦକ୍ଷେପ ନେଇଛନ୍ତି।
ଏନ୍ସିପି ନେତା ଅଜିତ୍ ପାୱାର ମେଣ୍ଟ ସରକାରରେ ଯୋଗଦେବା ପରେ ବିପକ୍ଷ ସିନ୍ଦେ ଦଳର ବହୁ ବିଧାୟକ ଏବେ ତାଙ୍କ ଯୋଗାଯୋଗରେ ରହିଥିବା ଉଦ୍ଧବଙ୍କ ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଉତ ଦାବି କରିବାର ଦିନକ ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି।
ସେପଟେ ସନ୍ଦେ ସରକାରରେ ମନ୍ତ୍ରୀଥିବା ଉଦୟ ସାମନ୍ତ କାଉଣ୍ଟର ଟାର୍ଗେଟ କରି କହିଛନ୍ତି ଉଦ୍ଧବଙ୍କ କ୍ୟାମ୍ପରେ ଥିବା ପ୍ରାୟ ୧୩ ବିଧାୟକଙ୍କ ଭିତରୁ ୬ ଜଣ ତାଙ୍କ ସଂସ୍ପର୍ଶରେ ଅଛନ୍ତି।
विधानपरिषदेच्या उपसभापती @neelamgorhe ताई यांनी आज #शिवसेना पक्षात जाहीर प्रवेश केला. याप्रसंगी त्यांचे पक्षात स्वागत करीत त्यांना भावी सामाजिक आणि राजकीय कारकिर्दीकरता शुभेच्छा दिल्या.
यासमयी उपमुख्यमंत्री @Dev_Fadnavis, ग्रामविकास व वैद्यकीय शिक्षण मंत्री @girishdmahajan,… pic.twitter.com/PmhkARb1wR
— Eknath Shinde - एकनाथ शिंदे (@mieknathshinde) July 7, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
