Advertisment

ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଧକ୍କା, ସିନ୍ଦେଙ୍କ କ୍ୟାମ୍ପକୁ ଡେଇଁଲେ ନୀଲମ

ସେ ଉଦ୍ଧବଙ୍କ ଖୁବ୍‌ ନିକଟ ସହଯୋଗୀ ଥିଲେ ଏବଂ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ଥିଲେ।

Neelam Gorhe joined the Eknath Shinde-led Shiv Sena

Neelam Gorhe joined the Eknath Shinde-led Shiv Sena

Advertisment

ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଧକ୍କା। ଉଦ୍ଧବଙ୍କ ଗୋଷ୍ଠୀର ବରିଷ୍ଠ ସଦସ୍ୟା ତଥା ଶିବସେନା(ୟୁବିଟି) ନେତ୍ରୀ ନୀଲମ ଗୋରହି ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି। ସେ ଉଦ୍ଧବଙ୍କ ଖୁବ୍‌ ନିକଟ ସହଯୋଗୀ ଥିଲେ ଏବଂ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ଥିଲେ।

Advertisment

ସେ ମୁମ୍ୱାଇ ଠାରେ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ସିନ୍ଦେ କ୍ୟାମ୍ପରେ ଯୋଗଦେଇଥିଲେ। ପରେ ନୀଲମ କହିଛନ୍ତି, ଶିବସେନା ସନ୍ଦେଙ୍କ ନେତୃତ୍ୱରେ ଥିବା ସୁପ୍ରିମ୍‌କୋର୍ଟ କହିଥିବାରୁ ଓ ମହିଳା ବିକାଶକୁ ଆଖି ଆଗରେ ରଖି ସେ ଏହି ପଦକ୍ଷେପ ନେଇଛନ୍ତି।

ଏନ୍‌ସିପି ନେତା ଅଜିତ୍‌ ପାୱାର ମେଣ୍ଟ ସରକାରରେ ଯୋଗଦେବା ପରେ ବିପକ୍ଷ ସିନ୍ଦେ ଦଳର ବହୁ ବିଧାୟକ ଏବେ ତାଙ୍କ ଯୋଗାଯୋଗରେ ରହିଥିବା ଉଦ୍ଧବଙ୍କ ଶିବସେନା(ୟୁବିଟି)ର ନେତା ସଞ୍ଜୟ ରାଉତ ଦାବି କରିବାର ଦିନକ ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି।

Advertisment

ସେପଟେ ସନ୍ଦେ ସରକାରରେ ମନ୍ତ୍ରୀଥିବା ଉଦୟ ସାମନ୍ତ କାଉଣ୍ଟର ଟାର୍ଗେଟ କରି କହିଛନ୍ତି ଉଦ୍ଧବଙ୍କ କ୍ୟାମ୍ପରେ ଥିବା ପ୍ରାୟ ୧୩ ବିଧାୟକଙ୍କ ଭିତରୁ ୬ ଜଣ ତାଙ୍କ ସଂସ୍ପର୍ଶରେ ଅଛନ୍ତି।

Maharashtra Politics Eknath Sinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe