Advertisment

ଗ୍ରେସ୍‌ ମାର୍କ ରଦ୍ଦ, ପୁଣି ହେବ NEET ପରୀକ୍ଷା

୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ।

SC On NEET Exam

SC On NEET Exam

Advertisment

ପୁଣି ଥରେ ହେବ NEET UG ପରୀକ୍ଷା। ରଦ୍ଦ ହେବ ଛାତ୍ରଛାତ୍ରୀଙ୍କ ଗ୍ରେସ୍‌ ମାର୍କ। ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏଥିପାଇଁ NTA ବିକଳ୍ପ ଦେଇଛି। ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ। ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।

Advertisment

ଚଳିତ ନିଟ୍‌ ପରୀକ୍ଷାରେ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନ୍‌ଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍‌ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି। ଅନ୍ୟପଟେ ସୁପ୍ରିମକୋର୍ଟ NEET କାଉନ୍‌ସେଲିଂ ଉପରେ ରୋକ୍‌ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି। ଏଥିସହ ଏହି ପୁରୀକ୍ଷାରେ କେବଳ ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଗ୍ରେସ୍ ମାର୍କିଂ ବିଷୟରେ NTA ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୧୫୬୩ ଜଣ ଛାତ୍ରଙ୍କୁ ପୁଣି ପରୀକ୍ଷା ଦେବାକୁ ବିକଳ୍ପ ଦିଆଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ, ସେମାନଙ୍କୁ ବିନା ଗ୍ରେସ୍‌ ମାର୍କରେ ସେମାନଙ୍କ ଅରିଜନାଲ ମାର୍କଶିଟ୍‌ ଦିଆଯିବ।

Advertisment

ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ତିନୋଟି ପିଟିସନ ମଧ୍ୟରୁ ଫିଜିକ୍ସ ୱାଲାର ସିଇଓ ଅଳଖ ପାଣ୍ଡେଙ୍କ ଦ୍ୱାରା ଗୋଟିଏ ପିଟିସନ୍‌ ମଧ୍ୟ ଦାଖଲ କରାଯାଇଛି। ସେ ଏଥିରେ ଦାବି କରିଛନ୍ତି ଯେ ଗ୍ରେସ୍‌ ମାର୍କ ଦେବା ପାଇଁ NTA ​ର ନିଷ୍ପତ୍ତି ମନମୁଖୀ ଅଟେ। ଦ୍ୱିତୀୟ ଆବେଦନ SIO ସଦସ୍ୟ ଅବଦୁଲ୍ଲା ମହମ୍ମଦ ଫୈଜ୍‌ ଏବଂ ଡକ୍ଟର ଶେଖ ରୋଶନ ମୋହିଦ୍ଦିନଙ୍କ ଦ୍ୱାରା କୋର୍ଟରେ ଦାଖଲ କରାଯାଇଛି। ଏହି ଆବେଦନଗୁଡିକରେ ପରୀକ୍ଷାର ଫଳାଫଳ ରଦ୍ଦ କରି ପୁନର୍ବାର ପରୀକ୍ଷା ଆୟୋଜିତ କରିବାକୁ ଦାବି କରାଯାଇଛି।

Supreme Court NTA NEET UG Exam 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe