Advertisment

NEET ପ୍ରଶ୍ନପତ୍ର ଲିକ୍‌ ମାମଲା, ତେଜସ୍ୱୀ ଯାଦବଙ୍କ ପିଏସ୍‌ଙ୍କୁ ଘାଣ୍ଟିବ EOU

ଏହି ମାମଲାରେ ପ୍ରୀତମଙ୍କୁ ଖୁବ୍‌ ଶୀଘ୍ର ପଚରାଉଚରା କରିବ EOU ଟିମ୍‌। ଉଭୟ ସିକନ୍ଦର ପ୍ରସାଦ ଯାଦବେନ୍ଦୁ ଓ ପ୍ରୀତମ କୁମାରଙ୍କ ମଧ୍ୟରେ କ’ଣ କନେକ୍ସନ ରହିଛି, ତାହାର ଖୋଳତାଡ଼ କରିବ ଟିମ୍‌ ।

author-image
Niharika Rout
tejashwi yadav ps pritam kumar

tejashwi yadav ps pritam kumar

NEET UG-2024 ପେପର୍ ଲିକ୍ ମାମଲାକୁ ନେଇ ତନାଘନା ଜୋରସୋରରେ ଚାଲିଥିବା ବେଳେ ଅଡ଼ୁଆରେ ପଡ଼ିଛନ୍ତି RJD) ନେତା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାର । ପ୍ରଶ୍ନପତ୍ର ଲିକରେ ସମସ୍ତ ବ୍ୟବସ୍ଥା କରାଇଥିବା ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ପ୍ରୀତମ କୁମାର ରୁମ୍ ବୁକ୍ କରାଇଥିବା ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଅଭିଯୋଗ କରିଛନ୍ତି।

Advertisment

ଏହି ମାମଲାରେ ପ୍ରୀତମଙ୍କୁ ଖୁବ୍‌ ଶୀଘ୍ର ପଚରାଉଚରା କରିବ EOU ଟିମ୍‌। ଉଭୟ ସିକନ୍ଦର ପ୍ରସାଦ ଯାଦବେନ୍ଦୁ ଓ ପ୍ରୀତମ କୁମାରଙ୍କ ମଧ୍ୟରେ କ’ଣ କନେକ୍ସନ ରହିଛି, ତାହାର ଖୋଳତାଡ଼ କରିବ ଟିମ୍‌ ।

EOU ଟିମ୍‌ ଗତ ସନ୍ଧ୍ୟାରେ ପଟଣାରୁ ଦିଲ୍ଲୀ ଅଭିମୁଖେ ଯାଇଛି। ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧିକାରୀଙ୍କୁ ସାକ୍ଷାତ କରି ପେପର ଲିକ୍‌ ସଂକ୍ରାନ୍ତୀୟ ଘଟଣାର ତଦନ୍ତର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବେ। ଏହାପରେ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଜଣାଯାଇଛି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଉପମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ ଯେ, ତେଜସ୍ୱୀ ଯାଦବଙ୍କ ପିଏସ୍(ପର୍ସନାଲ ସେକ୍ରେଟାରୀ) ପ୍ରୀତମ କୁମାର ବିହାର ସଡକ ନିର୍ମାଣ ବିଭାଗ (RCD)ର ଜଣେ କର୍ମଚାରୀଙ୍କୁ ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ରୁମ୍ ବୁକ୍ କରିବା ପାଇଁ କହିଥିଲେ।

ସମଗ୍ର ଦେଶରେ ନିଟ୍ ପରୀକ୍ଷାର ଚାରି ଦିନ ପୂର୍ବରୁ ପ୍ରୀତମ କୁମାର ପ୍ରଦୀପ ନାମକ ଗେଷ୍ଟ ହାଉସ କର୍ମଚାରୀଙ୍କୁ ମେ' ୧ରେ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିବା ପାଇଁ କହିଥିଲେ। ଏହି ଘଟଣାରେ ପ୍ରଦୀପଙ୍କ ସମେତ ସଡକ ନିର୍ମାଣ ବିଭାଗର ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି, ପ୍ରୀତମ କୁମାର ପ୍ରଦୀପଙ୍କୁ କଲ୍ କରୁଥିବାର କଲ୍ ଡିଟେଲ୍ସ ମଧ୍ୟ ଆମ ପାଖରେ ଅଛି। ଏ ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛୁ। ସେମାନେ କ୍ଷମତାରେ ନାହାନ୍ତି ସତ, କିନ୍ତୁ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ଚାହୁଁଛନ୍ତି।

ପ୍ରକାଶ ଥାଉକି, ସିକନ୍ଦର ପ୍ରସାଦ ଗିରଫ ହୋଇଥିବା ପରୀକ୍ଷାର୍ଥୀ ଅନୁରାଗ ଯାଦବ ଏବଂ ତାଙ୍କ ମାଆଙ୍କୁ ରହିବା ପାଇଁ ପାଟଣାର ଏକ ସରକାରୀ ବଙ୍ଗଳା ଯୋଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଅନୁରାଗ ମଧ୍ୟ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ଯାଦବେନ୍ଦୁ ପେପର୍ ଲିକର ସବୁ ବ୍ୟବସ୍ଥା କରିଥିଲେ।

ଅପରପକ୍ଷେ, ଏହି ଘଟଣାର ଯାଞ୍ଚ କରୁଥିବା EOU ପରିକ୍ଷାର୍ଥୀଙ୍କୁ ହେଡ କ୍ୱାର୍ଟର୍ସ ଡାକି ପଚରାଉଚରା କରିବା ଘଟଣାରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଛନ୍ତି। ଏଥିସହ ସେମାନଙ୍କ ମିଡିଆ ଟ୍ରାଏଲକୁ ବି ନେଇ ରାଜ୍ୟସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସେମାନଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇବ ବୋଲି କୁହାଯାଇଛି।

ତେଣୁ ଏବେ EOU ଅଧିକାରୀମାନେ ପଚରାଉଚରା ନିମନ୍ତେ ପରିକ୍ଷାର୍ଥୀଙ୍କୁ କାର୍ଯ୍ୟାଳୟକୁ ନ ଡାକି ସେମାନଙ୍କ ଘରକୁ ଯାଇ ପଚରାଉଚରା କରିବେ ଓ ଏଥିରେ ଗୋପନୀୟତା ରକ୍ଷା କରିବେ ବୋଲି ଜଣାଯାଇଛି।

Tejashwi Yadav Bihar Paper Leaks NEET UG Exam 2024