Advertisment

ସ୍ଥଗିତ ହେଲା NEET-PG ପରୀକ୍ଷା

ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ।

NEET Exam

NEET Exam

Advertisment

ଆଜି ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ। ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

Advertisment

ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା। ଦେଶରେ ବର୍ତ୍ତମାନ ଚାଲିଥିବା ପରୀକ୍ଷା ବିବାଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷାର ପ୍ରକ୍ରିୟାକୁ ଭଲ ଭାବରେ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି।

ପରୀକ୍ଷା ସ୍ଥଗିତ ହେବା ନେଇ ଘୋଷଣାର ଏକ ଘଣ୍ଟା ପୂର୍ବରୁ ସରକାର ଜାତୀୟ ପରୀକ୍ଷା ଏଜେନ୍ସିର ମୁଖ୍ୟକୁ ବଦଳାଇ ଦେଇଛନ୍ତି। ଏନଟିଆର ମହାନିର୍ଦ୍ଦେଶକ ଥିବା ସୁବୋଧ କୁମାର ସିଂହଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରଦୀପ ସିଂହ ଖରୋଲାଙ୍କୁ ସ୍ଥାନ ଦିଆଯାଇଛି।

Advertisment

ଏପଟେ NEET-UGରେ ଅନିୟମିତତା ଅଭିଯୋଗରେ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

NTA NEET Exam NEEt PG Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe