Advertisment

NEET-UG ପ୍ରଶ୍ନପତ୍ର ଲିକ୍ ମାମଲା; ୩ ଜଣ AIIMS ଡାକ୍ତର ଅଟକ

ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଅଟକ ରଖି ପଚରା ଉଚରା କରୁଛି ସିବିଆଇ।

Protest

Protest

Advertisment

ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଅଟକ ରଖିଛି ସିବିଆଇ। NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ଅଟକ ରଖିଥିବା ସୂଚନା ମିଳିଛି। ଆଜି ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ସିବିଆଇ ତିନି ଜଣ ଡାକ୍ତରଙ୍କୁ ଅଟକ ରଖିଛି।

Advertisment

ସୂଚନା ଅନୁସାରେ, ଅଟକ ରଖା ଯାଇଥିବା ଡାକ୍ତରମାନେ ୨୦୨୧ ବ୍ୟାଚର। ସିବିଆଇ ସେମାନଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତିନି ଜଣ ଡାକ୍ତରଙ୍କ ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି। 

ଚଳିତ ବର୍ଷ ନିଟ୍ ପରୀକ୍ଷାକୁ ନେଇ ଲାଗି ରହିଛି ବିବାଦ। ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା, କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବା ଏବଂ କିଛି ରାଜ୍ୟର ପିଲା ନିର୍ଦ୍ଦିଷ୍ଟ ଏକ ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Advertisment

ଏହାକୁ ନେଇ ପ୍ରଶ୍ନପତ୍ର ଲିକ୍ ସହ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ଥିଲା। ବିବାଦ ତୀବ୍ର ହେବା ପରେ ଜାତୀୟ ପରୀକ୍ଷା ସଂସ୍ଥା(NTA) ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।

ସିବିଆଇ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। ଏହି ଦିନ ମଧ୍ୟ ବିହାର ପେପର୍ ଲିକ୍ ମାମଲାର କିଙ୍ଗପିନ୍ ରକିକୁ ଗିରଫ କରିଥିବା ସିବିଆଇ। ଆଜି ପୁଣି ପାଟନା ଏମ୍ସର ତିନି ଜଣ ଡାକ୍ତରଙ୍କୁ ଅଟକ ରଖି ପଚରା ଉଚରା କରୁଛି। 

CBI Supreme Court NEET UG Row AIIMS Patna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe