Advertisment

କୋଟାରେ ଅଘଟଣ, ପୁଣି ଝୁଲି ପଡ଼ିଲେ ନିଟ୍‌ ଆଶାୟୀ

କୋଟାରେ କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଛି ଅଘଟଣ । ଝୁଲି ପଡ଼ିଛନ୍ତି ପୁଣି ଜଣେ ନିଟ୍‌ ଆଶାୟୀ ଛାତ୍ର ।

ଅଦ୍ୟତନ ହୋଇଛି
Suicide

Suicide

Advertisment

ରାଜସ୍ଥାନ କୋଟା ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ପାଲଟି ଯାଇଛି। ସମଗ୍ର ଦେଶରୁ ଏଠାକୁ ନିଟ୍‌ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି । ମାତ୍ର ଅକାରଣେ ଛାତ୍ରମାନେ ଝୁଲି ପଡ଼ିବା ଘଟଣା ଚିନ୍ତା ବଢ଼ାଇଛି। କୋଟାରେ କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଛି ଅଘଟଣ । ଝୁଲି ପଡ଼ିଛନ୍ତି ପୁଣି ଜଣେ ନିଟ୍‌ ଆଶାୟୀ ଛାତ୍ର ।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ମୃତ ଛାତ୍ରଙ୍କ ନାଁ ପର୍ଶୁରାମ ବୋଲି ଜଣାପଡ଼ିଛି। ସେ ଉତ୍ତରପ୍ରଦେଶର ମଥୁରାର ବାସିନ୍ଦା । ପର୍ଶୁରାମ ବହୁ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସାଙ୍ଗମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଥିସହ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।

ଏହାର କିଛି ଦିନ ପୂର୍ବରୁ କୋଟାରେ ରହି ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ। ତାଙ୍କ ଘର ହରିୟାଣାର ରୋହତକ ଅଞ୍ଚଳର ବୋଲି ଜଣାପଡ଼ିଥିଲା।

Advertisment

କୋଟାରେ ଛାତ୍ର ଆତ୍ମହତ୍ୟା ଥମିବା ନାଁ ଧରୁନି। ଏପରିକି ସବୁ କୋଚିଂ ସେଣ୍ଟରରେ ଥିବା ଫ୍ୟାନ୍‌ରେ ଆଣ୍ଟି-ହ୍ୟାଙ୍ଗିଗ ଡିଭାଇସ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି।

୨୦୨୩ରେ କୋଟାରେ ରହି ପାଠପଢ଼ୁଥିବା ୨୬ ଜଣ ଶିକ୍ଷାର୍ଥୀ ବିଭିନ୍ନ ସମୟରେ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ବି ଏହି ଘଟଣା ଥମିବା ନାଁ ଧରୁନି।

Rajasthan Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe