Advertisment

NEET-UG ବିବାଦ: ଫୌଜଦାରୀ ମାମଲା ରୁଜୁ କଲା CBI

ବିଭିନ୍ନ ରାଜ୍ୟରେ ଦାୟର ଏତଲାକୁ ଗ୍ରହଣ କରିବା ସହିତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି।

CBI

CBI

Advertisment

ନିଟ୍-ୟୁଜି ପରୀକ୍ଷାରେକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ଏହାରି ଭିତରେ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଫୌଜଦାରୀ ମାମଲା ରୁଜୁ କରିଛି CBI। ବିଭିନ୍ନ ରାଜ୍ୟରେ ଦାୟର ଏତଲାକୁ ଗ୍ରହଣ କରିବା ସହିତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି।

Advertisment

ଘଟଣାର ଛାନଭିନ ପାଇଁ ପାଟନା ଓ ଗୋଧ୍ରା ଗସ୍ତ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍ୱତନ୍ତ୍ର ଟିମ୍। ମାମଲାରେ ଏଯାଏଁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସିବିଆଇ ଖୁବଶୀଘ୍ର ରିମାଣ୍ଡରେ ନେଇ ସତ ଉଗାରିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।

ସେପଟେ ଏହି ମାମଲାରେ ବଢ଼ିଚାଲିଛି ଗିରଫଦାରୀ ସଂଖ୍ୟା। ବିହାର ଦେଓଗଡ଼ରୁ ଆଉ ୨ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ପାଟନା ପୁଲିସ। ଗିରଫ ଦୁଇ ଜଣ ହେଲେ ଶିକ୍ଷକ। ଏବେ ସୁଦ୍ଧା ବିହାରରେ ୪ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୭ ଜଣ ଗିରଫ ହେଲେଣି। ପୂରା ଦେଶରେ ଗିରଫଦାରୀ ସଂଖ୍ୟା ୧୨ ଟପିଥିବା ସୂଚନା ମିଳିଛି।

Advertisment
NEET UG Row CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe