Advertisment

NEETରେ କପି ଦେବାକୁ ମୁଣ୍ଡ ପିଛା ଡିଲ୍‌ ହୋଇଥିଲା ୧୦ ଲକ୍ଷ, ୩ ଜଣ ବନ୍ଧା ହେଲେ

ଏହି ପରୀକ୍ଷାରେ କପି ଯୋଗାଇ ପାସ୍‌ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍‌ । ମୁଣ୍ଡ ପିଛା ଫାଇନାଲ୍‌ ହୋଇଥିଲା ୧୦ ଲକ୍ଷ ।

ଅଦ୍ୟତନ ହୋଇଛି
NEET

NEET

Advertisment

ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ପରୀକ୍ଷାରେ କପି ଯୋଗାଇ ପାସ୍‌ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍‌ । ମୁଣ୍ଡ ପିଛା ଫାଇନାଲ୍‌ ହୋଇଥିଲା ୧୦ ଲକ୍ଷ । ଏପରି ଏକ ରାକେଟକୁ ଧରି ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ସ୍କୁଲ ଶିକ୍ଷକ ଓ ତାଙ୍କର ଦୁଇ ସହଯୋଗୀ ଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ୭ ଲକ୍ଷ କ୍ୟାସ୍‌ ଜବତ ହୋଇଛି। ଏପରି ଏକ ଘଟଣା ଗୁଜରାଟର ଗୋଧ୍ରାରେ ଘଟିଛି।

Advertisment

ଗତ ରବିବାର ଗୋଧ୍ରାର ଏକ ସ୍କୁଲରେ ନିଟ୍‌ ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା। ଉକ୍ତ ସମୟରେ ପୁଲିସ୍‌ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଉକ୍ତ ସ୍କୁଲର ଶିକ୍ଷକ ତୁଷାର ଭଟ୍ଟ ଓ ତାଙ୍କର ଦୁଇ ସହଯୋଗୀ ପର୍ଶୁରାମ ରୟ ଓ ଅରିଫ ଭୋରା ଅଛନ୍ତି। ଏଥିସହ ପୁଲିସ୍‌ ଭଟ୍ଟଙ୍କ କାର୍‌ରୁ ୭ ଲକ୍ଷ କ୍ୟାସ୍‌ ଜବତ କରିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଏହି ପ୍ରବେଶିକା ପରୀକ୍ଷାରେ ପାସ୍‌ କରିବା ନିମନ୍ତେ ଡିଲ୍‌ କରିଥିବା ପରିକ୍ଷାର୍ଥୀଙ୍କୁ କେବଳ ଯେଉଁ ପ୍ରଶ୍ନର ଉତ୍ତର ଆସୁଛି ତାହା ଲେଖିବାକୁ କୁହାଯାଉଥିଲା । ନଚେତ ଅନ୍ୟ ପ୍ରଶ୍ନକୁ ଛାଡ଼ି ଦେବାକୁ କୁହାଯାଇଥିଲା। ଉକ୍ତ ପରିକ୍ଷାର୍ଥୀମାନେ ଉତ୍ତର ଖାତା ଦେବା ପରେ ସମ୍ପୃକ୍ତ ଶିକ୍ଷକ ସେଥିରେ ଉତ୍ତର ଲେଖି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ବିଶ୍ୱସ୍ତ ସୂତ୍ରରୁ ଏହି ଖବର ପାଇ ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ପୁଲିସ୍ ଟିମ୍‌ ଉକ୍ତ ସ୍କୁଲରେ ପହଞ୍ଚିଥିଲେ। ଏହାପରେ ସେମାନେ ତୁଷାର ଭଟ୍ଟଙ୍କ ମୋବାଇଲ ଯାଞ୍ଚ କରିବାରୁ ୧୬ ପରିକ୍ଷାର୍ଥୀଙ୍କ ନାଁ, ରୋଲ ନମ୍ବର ସେମାନଙ୍କ ପରୀକ୍ଷା କେନ୍ଦ୍ର ବିଷୟରେ ସବିଶେଷ ତଥ୍ୟ ପାଇଥିଲେ। ଏହି ସବୁ ତଥ୍ୟ ଅନ୍ୟତମ ଅଭିଯୁକ୍ତ ପର୍ଶୁରାମ ରୟ ତାଙ୍କ ନିକଟକୁ ହ୍ୱାଟସ୍‌ ଆପ୍‌ରେ ପଠାଇଥିଲେ।

ଏହାପରେ ଭଟ୍ଟଙ୍କ କାର୍‌ ଯାଞ୍ଚ କରିବାରୁ ୭ ଲକ୍ଷ କ୍ୟାସ୍‌ ଜବତ କରିଥିଲେ। ଜଣେ ପରିକ୍ଷାର୍ଥୀ ଏହି ଟଙ୍କା ଦେଇଥିବା ବେଳେ ଅନ୍ୟମାନେ ଦେଇ ନ ଥିବା ତୁଷାର ଭଟ୍ଟ ପୁଲିସ୍‌କୁ କହିଛନ୍ତି। ତଦନ୍ତକାରୀ ଟିମ୍‌ ତୁରନ୍ତ ସମସ୍ତ ମୋବାଇଲ, କାର୍‌ ଓ ଟଙ୍କା ଜବତ କରିଛି। ଏଥିସହ ପୁଲିସ୍‌ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି।

Fraud Arrest NEET Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe