Advertisment

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ମୁହାଁମୁହିଁ

ଟିନ ମୂର୍ତ୍ତି ଭବନରେ ଏହି ମ୍ୟୁଜିୟମଟି ରହିଛି। ଗତବର୍ଷ ଏହି ବିଲଡିଂ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଏହାର ନାଁ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ଏହି ନାଁ ବଦଳକ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

Advertisment

ଟିନ ମୂର୍ତ୍ତି ଭବନରେ ଏହି ମ୍ୟୁଜିୟମଟି ରହିଛି। ଗତବର୍ଷ ଏହି ବିଲଡିଂ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା। ଏହାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅଫିସିଆଲ ଘର ଭାବେ ବ୍ୟବହାର କରାଯାଉଥିଲା। ତେବେ ଏହାର ନାଁ ପରିବର୍ତ୍ତନକୁ କଂଗ୍ରେସ ହଜମ କରିପାରିନି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ଜାଣିଶୁଣି ଦେଶର ପ୍ରଥମ ପ୍ରଧାମନ୍ତ୍ରୀଙ୍କ ଅବଦାଦନକୁ ସଙ୍କୁଚିତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି।

Advertisment

ଖଡଗେ ଟ୍ୱିଟ କରି କହିଛନ୍ତି, “ଯେଉଁମାନଙ୍କର ନିଜର କୌଣସି ଇତିହାସ ନାହିଁ, ସେମାନେ ଏବେ ଅନ୍ୟମାନଙ୍କ ଇତିହାସକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁ ବଦଳାଇବାକୁ ଯେଉଁ କୁତ୍ସିତ ଉଦ୍ୟମ କରାଯାଉଛି, ତାହା କେବେ ହେଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବ ନାହିଁ।

ସେ ଆଧୁନିକ ଭାରତର ସ୍ରଷ୍ଟା ଓ ଗଣତନ୍ତ୍ରର ସାହାସୀ ଅଭିଭାବକ ଥିଲେ। ଏହା କେବଳ ବିଜେପି-ଆରଏସଏସର ଏକଛତ୍ରବାଦ ଶାସନର ଆଭିମୁଖ୍ୟ ଓ ନିମ୍ନ ମାନସିକତାର ପରିଚୟ।” ଜୟରେମ ରମେଶ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱଗୁରୁ ଚିତ୍ରକୁ ତାଚ୍ଛଲ୍ୟ କରିଛନ୍ତି।

ତେବେ ବିଜେପି ନାଁ ପରିବର୍ତ୍ତନର ଓକିଲାତି କରିଥିବା ବେଳେ ଏହାକୁ ରାଜନୀତିକ ରଙ୍ଗ ନ ଦେବାକୁ କଂଗ୍ରେସକୁ ପରାମର୍ଶ ଦେଇଛି। ବିଜେପି ସାଂସଦ ନୀରଜା ଶେଖର କହିଛନ୍ତି, କଂଗ୍ରେସ କେବେ ହେଲେ ଗୋଟିଏ ବଂଶ ଛଡ଼ା ଆଗକୁ କିଛି ବି ଦେଖିପାରେ ନାହିଁ।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe