Advertisment

ନେହରୁ ଭାରତୀୟଙ୍କୁ ଅଳସୁଆ ମନେ କରୁଥିଲେ: ମୋଦି

‘ଏବେ କଂଗ୍ରେସକୁ ଦେଖିଥିଲେ ଲାଗୁଛି ଇନ୍ଦିରା ଗାନ୍ଧୀ ଦେଶର ଲୋକଙ୍କୁ ଠିକ୍‌ ଭାବେ ବୁଝି ପାରି ନଥିଲେ, କିନ୍ତୁ କଂଗ୍ରେସକୁ ପୂରା ଠିକ୍ ଭାବେ ବୁଝି ପାରିଥିଲେ।’

author-image
Jitendra Garnayak
Modi and Nehru

Modi and Nehru

‘ଭାରତୀୟମାନେ ଅଳସୁଆ ଓ ଅଳ୍ପ ଜ୍ଞାନୀ ବୋଲି ଜବାହରଲାଲ ନେହରୁ ମନେ କରୁଥିଲେ। ଇନ୍ଦିରା ଗାନ୍ଧିଙ୍କ ଚିନ୍ତାଧାରା ବି ସେହିଭଳି ଥିଲା।’ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସମାଲୋଚନା କରି ଏହି କଥା କହିଥିଲେ। 

Advertisment

ମୋଦି କହିଥିଲେ, ‘ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ନେହରୁ କହିଥିଲେ ଯେ ଭାରତୀୟମାନଙ୍କର ସାଧାରଣତଃ କଠିନ ପରିଶ୍ରମ କରିବାର ଅଭ୍ୟାସ ନାହିଁ। ଇଉରୋପ ବା ଜାପାନ ବା ଚାଇନା ବା ରୁଷିଆ ବା ଆମେରିକାର ଲୋକମାନେ ଯେତିକି ପରିଶ୍ରମ କରନ୍ତି, ଆମେ ସେତିକି ପରିଶ୍ରମ କରୁନା।’ ଏହାର ଅର୍ଥ ନେହରୁଜୀ ଭାବୁଥିଲେ ଯେ ଭାରତୀୟମାନେ ଅଳସୁଆ ଓ ଅଳ୍ପ ଜ୍ଞାନୀ।ଇନ୍ଦିରା ଗାନ୍ଧିଙ୍କ ଚିନ୍ତାଧାରା ମଧ୍ୟ ନେହରୁଙ୍କ ଠାରୁ ଭିନ୍ନ ନଥିଲା।

ଥରେ ସ୍ୱାଧୀନତା ଦିବସ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲାଲକିଲ୍ଲାରେ ଦେଇଥିବା ଭାଷଣ କିଛି ଅଂଶକୁ ଉଦ୍ଧାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିରେ ଇନ୍ଦିରା ଗାନ୍ଧି କହିଥିଲେ, ଯେତେବେଳେ କୌଣସି ଶୁଭ କାର୍ଯ୍ୟ ସମାପ୍ତ ହେବାକୁ ଯାଉଥାଏ, ସେତେବେଳେ ଆମେ ଅସନ୍ତୁଷ୍ଟ ହେଉ, ଯେତେବେଳେ କିଛି ବିପଦ ପଡ଼େ, ଆମେ ନିରାଶ ହୋଇଯାଉ। ବେଳେ ବେଳେ ଲାଗେ ପୂରା ଦେଶଟା ବିଫଳ ହୋଇଯାଇଛି। ଦୁର୍ଭାଗ୍ୟର କଥା, ଏହା ହେଉଛି ଆମର ଅଭ୍ୟାସ।    

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଏବେ କଂଗ୍ରେସକୁ ଦେଖିଥିଲେ ଲାଗୁଛି ଇନ୍ଦିରା ଗାନ୍ଧୀ ଦେଶର ଲୋକଙ୍କୁ ଠିକ୍‌ ଭାବେ ବୁଝି ପାରି ନଥିଲେ, କିନ୍ତୁ କଂଗ୍ରେସକୁ ପୂରା ଠିକ୍ ଭାବେ ବୁଝି ପାରିଥିଲେ। 

ସେହିଭଳି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ଜିନିଷକୁ ବାରମ୍ବାର ଲଞ୍ଚ କରିବାକୁ ପ୍ରୟାସ କରୁଥିବା ଯୋଗୁ କଂଗ୍ରେସର ଦୋକାନ ବନ୍ଦ ହେବା ଉପରେ ପହଞ୍ଚିଛି। ଏହା ସହିତ ଏନ୍‌ଡିଏ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ବିଶ୍ୱାସର ସହିତ କହିଥିଲେ ପ୍ରଧାନମନ୍ତ୍ରୀ। 

Jawaharlal Nehru PM Narendra Modi