Advertisment

ପୋଷା ବିଲେଇ ପାଇଁ ୩୦ ପାରାକୁ ବିଷ ଦେଇ ମାରିଦେଲେ

ପ୍ରତିଶୋଧ ନେବା ପାଇଁ ସେ ୱାରିଶଙ୍କ ୩୦ ପାରାକୁ ବିଷ ଦେଇଥିଲେ। କିନ୍ତୁ ପରେ ତାଙ୍କ ପୋଷା ବିଲେଇଟି ଘରକୁ ଫେରି ଆସିଥିଲା। ପଡ଼ୋଶୀ ଆବିଦଙ୍କ ସନ୍ଦେହ ଓ କ୍ରୋଧ ଯୋଗୁଁ ନିର୍ଦ୍ଦୋଶରେ ପାରାଙ୍କ ଜୀବନ ଯାଇଛି।

suspected of killing pet cat killed his 30 pigeons

ପୋଷା ବିଲେଇ ପାଇଁ ୩୦ ପାରାକୁ ବିଷ ଦେଇ ମାରିଦେଲେ

Advertisment

ପୋଷା ବିଲେଇ ପାଇଁ ପାଲଟିଲେ ନୃଶଂସ। ଚୋରି ଓ ହତ୍ୟା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ମାରିଦେଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହଜହାଁପୁରରେ।

Advertisment

ବିଲେଇକୁ ହତ୍ୟା କରିଥିବା ସନ୍ଦେହ କରି ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ମୋହଲ୍ଲା ଅମନ୍‌ଜାଇରେ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ୩୦ ପୋଷା ପାରାକୁ ମାରି ଦେଇଛନ୍ତି। ବିଷ ମିଶା ଖାଦ୍ୟ ଦେଇ ତାଙ୍କ ପଡ଼ୋଶୀଙ୍କର ୩୦ଟି ପାରାକୁ ମାରିଦେଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ଏହି ମାମଲାରେ ପୁଲିସ ୩ ଜଣ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।  

ସୂଚନା ମୁତାବକ, ଥାନା ସଦର ବଜାର ଅଞ୍ଚଳରେ ରହୁଥିବା ୱାରିସ ଅଲି ଜଣେ ପକ୍ଷୀ ପ୍ରେମୀ। ସେ ନିଜ ଘରେ ପ୍ରାୟ ୭୮ଟି ପାରା ପୋଷିଛନ୍ତି। ତେବେ ତାଙ୍କ ପଡୋଶୀ ଆବିଦ୍ ୱାରିସ ତାଙ୍କ ପୋଷା ବିଲେଇକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ୱାରିଶଙ୍କ ୩୦ ପାରାକୁ ବିଷ ଦେଇଥିଲେ। କିନ୍ତୁ ପରେ ତାଙ୍କ ପୋଷା ବିଲେଇଟି ଘରକୁ ଫେରି ଆସିଥିଲା। ପଡ଼ୋଶୀ ଆବିଦଙ୍କ ସନ୍ଦେହ ଓ କ୍ରୋଧ ଯୋଗୁଁ ନିର୍ଦ୍ଦୋଶରେ ପାରାଙ୍କ ଜୀବନ ଯାଇଛି।

Advertisment

ପୁଲିସ କହିବା ଅନୁସାରେ, ଅଳ୍ପ କିଛି ଦିନ ହେବ ଆବିଦଙ୍କ ବିଲେଇ ନିଖୋଜ ଥିଲା। ତାଙ୍କର ସନ୍ଦେହ ହୋଇଥିଲା ଯେ, ପଡ଼ୋଶୀ ଅଲି ବୋଧହୁଏ ତାଙ୍କ ବିଲେଇକୁ ମାରି ଦେଇଛନ୍ତି। ତେଣୁ ସେ ଅଲିଙ୍କ ପାରାଙ୍କୁ ବି‌ଷଗୋଳା ଖାଦ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। 

ସେ ଖାଦ୍ୟ ଖାଇବା ପରେ ୩୦ଟି ପାରାଙ୍କର ମୃତ୍ୟୁ ହେବା ସହିତ ଆଉ କେତେକ ପାରା ଅସୁସ୍ଥ ହୋଇପଡ଼ିଥିଲେ। ବ୍ୟବଚ୍ଛେଦ ପାଇଁ ମୃତ ପାରାମାନଙ୍କୁ ପଠାଯାଇଛି ବୋଲି ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସଞ୍ଜୟ କୁମାର କହିଛନ୍ତି। ଏହି ଘଟଣାରେ ଆବିଦଙ୍କ ସମେତ ୩ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ପୁଲିସ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe