Advertisment

ଆଜ୍ଞାମି-୨ ସିଟ୍‌ରୁ ଜିତିଲେ ମୁଖ୍ୟମନ୍ତ୍ରୀ ରିଓ

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ନେତା ନେଇଫିଉ ରିଓ ପୁଣିଥରେ ବାଜିମାତ କରିଛନ୍ତି।

author-image
Hemant Lenka
Neiphiu Rio

Neiphiu Rio

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ନେତା ନେଇଫିଉ ରିଓ ପୁଣିଥରେ ବାଜିମାତ କରିଛନ୍ତି। ସେ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ନର୍ଦ୍ଦନ ଅଜ୍ଞାମି-୨ ଆସନରୁ ଏକତରଫା ବିଜୟ ହାସଲ କରିଛନ୍ତି। ରିଓ କଂଗ୍ରେସର ସେୟିଭିଲିଇ ସାଚୁଙ୍କୁ ହରାଇ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Advertisment

ରିଓଙ୍କୁ ମୋଟ ୧୫,୬୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ସାଚୁଙ୍କୁ କେବଳ ୧,୦୭୮ ଜଣ ଭୋଟ ଦେଇଛନ୍ତି। ରିଓ ନିର୍ବାଚନ ଜିତିଥିବାରୁ ପୁଣିଥରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ଦଳ ଏନଡିପିପି ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଯାଏ ସରିଥିବା ଗଣତିକୁ ଦେଖିଲେ ବିଜେପି ଓ ଏନଡିପିପି ରାଜ୍ୟରେ ପୁଣି ସରକାର ଗଠନ କରିବେ।

୬୦ଟି ବିଧାନସଭା ଆସନରୁ ଫେବୃଆରୀ ୨୭ରେ ୫୯ଟି ଆସନ ପାଇଁ ମତଦାନ ହୋଇଥିଲା। ଆଜି ଭୋଟ ଗଣତି ସକାଳୁ ଆରମ୍ଭ ହୋଇଛି। ଏବେ ସୁଦ୍ଧା ସାମ୍ନାକୁ ଆସିଥିବା ଫଳାଫଳ ଅନୁଯାୟୀ, ଏନଡିପିପି ୨୪ଟି, ବିଜେପି ୧୨ଟି, ଏନପିଏଫ ୨ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ/ବିଜୟୀ ହୋଇଛନ୍ତି। କଂଗ୍ରେସ ଏଯାଏ କୌଣସି ସ୍ଥାନରେ ଲିଡ୍‌ କିମ୍ବା ବିଜୟ ହୋଇନାହିଁ।

Advertisment

ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ବିଜେପି ଓ ଏନଡିପିପି ବେଶ ଆରାମରେ ଏହି ସଂଖ୍ୟାକୁ ପାର୍ କରିବେ ବୋଲି ଚିତ୍ର ଏକ ପ୍ରକାରର ସ୍ପଷ୍ଟ ହୋଇଛି।

Election Nagaland