Advertisment

ନେପାଳର ୱାଣ୍ଟେଡ୍ ଲିଷ୍ଟରେ ଅମ୍ରିତପାଲ ସିଂହ

ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

undefined

Amritpal Singh

Advertisment

ଭାରତ ପରେ ନେପାଳରେ ମଧ୍ୟ ୱାଣ୍ଟେଡ ଘୋଷିତ ହେଲା ଖଲିସ୍ତାନୀ ସମର୍ଥକ ତଥା ପଳାତକ ଅମ୍ରିତପାଲ ସିଂହ। ନେପାଳ ସରକାର ଅମ୍ରିତପାଲକୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି। ଏହାପରେ ଅମ୍ରିତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି। 

Advertisment

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ଦେ ୱାରିସ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ଏଜେନ୍ସି ଅନୁମାନ କରୁଛି କି ସେ ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରେ। ତେଣୁ ତାକୁ ଧରିବା ପାଇଁ ନେପାଳ ସରକାର ତାକୁ ୱାଣ୍ଟେଡ ଘୋଷଣା କରିଛନ୍ତି।

ନେପାଳର ଇମିଗ୍ରେଶନ ବିଭାଗ ଅମ୍ରିତପାଲ ସିଂହକୁ ସର୍ଭିଲାନ୍ସ ଲିଷ୍ଟରେ ପକାଇଛି। ବିଭାଗ ପକ୍ଷରୁ କୁହାଯାଇଛି କି ଭାରତୀୟ ଦୂତାବାସରୁ ଏକ ଲିଖିତ ନୋଟ ଓ ଅମ୍ରିତପାଲ ସିଂହର ପାସପୋର୍ଟର ଏକ କପି ମିଳିଛି। ଦୂତାବାସ ଅନୁମାନ କରୁଛି କି ସେ ନେପାଳରେ ପହଞ୍ଚି ସାରିଛି। ଭାରତୀୟ ଦୂତାବାସ ଅମ୍ରିତପାଲ ସିଂହକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବାକୁ ନେପାଳ ସରକାରଙ୍କୁୂ ଅପିଲ କରିଥିଲା। 

Advertisment

ଭାରତୀୟ ଦୂତାବାସ ନିଜ ଅପିଲରେ କହିଥିଲା, ଅମ୍ରିତପାଲ ସିଂହକୁ ନକଲି ପାସ୍‌ପୋର୍ଟ ଜରିଆରେ ଅନ୍ୟ ଦେଶକୁ ପଳାୟନ କରିବାକୁ ଚେଷ୍ଟା କରିପାରେ। ଏଥିପାଇଁ ତାକୁ ଅନୁମତି ଦିଆନଯାଉ। ଯଦି ସେ ଫେରାର ହେବାକୁ ଉଦ୍ୟମ ପରେ ତେବେ ତାକୁ ତୁରନ୍ତ ଗରିଫ କରାଯାଉ।  

ମିଳିଥିବା ସୂଚନା ମୁତାବକ, ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି। ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍‌ପୋର୍ଟ ରହିଥିବା କୁହାଯାଉଛି। ସେ ମାର୍ଚ୍ଚ ୧୮ ତାରିଖରୁ ଫେରାର ଅଛି। ପୁଲିସକୁ ଚକ୍‌ମା ଦେଇ ପେରାର ହୋଇଯାଇଛି ଏହି ଖଲିସ୍ତାନୀ ନେତା। ତାକୁ ଧରିବାକୁ ପଞ୍ଜାବ ପୁଲିସ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ପୁଲିସ ତା’ର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଛି। 

Nepal Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe