Advertisment

ଗୋଆରୁ ଗାଏବ ହୋଇଗଲେ ନେପାଳ ମେୟରଙ୍କ ଝିଅ, ମିଳୁନି ପତ୍ତା

ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
aarti-hamal

aarti-hamal

Advertisment

ଗୋଆରୁ ଗାଏବ ହୋଇଗଲେ ନେପାଳର ଜଣେ ମେୟରଙ୍କ ଝିଅ । ଯୁବତୀଜଣକ ଓସୋ ମେଡିଟେସନ ସେଣ୍ଟରରେ ଗତ କିଛି ମାସ ହେଲା ରହୁଥିବା ବେଳେ ଗତକାଲିଠୁ ତାଙ୍କ ପତ୍ତା ମିଳୁନି। ଝିଅ ନିଖୋଜ ହେବାର ଖବର ପାଇବା ପରେ ନେପାଳର ଧାଙ୍ଗାଡ଼ିର ମେୟର ଗୋପାଳ ହମଲ ଝିଅକୁ ଖୋଜିବା ନିମନ୍ତେ ସୋଶାଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Advertisment

ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ଏନେଇ ଗୋଆର ଏକ ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଛି।

ଏନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଗୋପାଳ ସୋଶାଲ ମିଡିଆରେ ପୋଷ୍ଟ କରି ନିଖୋଜ ବଡ଼ ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହି ଖବର ପାଇବା ପରେ ପରିବାରର ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସେ କହିଛନ୍ତି। 

Advertisment

ଏହାପରେ ତୁରନ୍ତ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କିଛି ବି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଗୋପାଳ ହମଲ ନିବେଦନ କରିଛନ୍ତି।

Nepal Goa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe