Advertisment

ନେପାଳୀ ଯୁବତୀଙ୍କୁ ପ୍ରେମ ପରେ ହତ୍ୟା କଲେ ବିବାହିତ ସେନା ଅଧିକାରୀ

ନେପାଳୀ ଯୁବତୀଙ୍କୁ ଲଙ୍ଗ ଡ୍ରାଇଭରେ ନେବା କହି ରାଜପୁର ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ତାଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ନିର୍ମମ ହତ୍ୟା କରିଥିଲେ। ତେବେ ଏହି ଘଟଣା ପରେ ଅଭିଯୁକ୍ତ ସେନା ଅଧିକାରୀ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ।

ଅଦ୍ୟତନ ହୋଇଛି
The accused, Ramendu Upadhyay

The accused, Ramendu Upadhyay

Advertisment

ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଆସିଛି ଏକ ଦୁଃଖଦ ଖବର। ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣେ ନେପାଳୀ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି ଡେରାଡୁନ୍ ପୁଲିସ। ସୋମବାର ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିବା ପରେ ଏହି ହତ୍ୟାକାଣ୍ତ ଉପରେ ପର୍ଦ୍ଦାଫାସ କରିଛି ପୁଲିସ।

Advertisment

ପୁଲିସ ମୁତାବକ, ଉତ୍ତରାଖଣ୍ଡର ଡେରାଡୁନରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାମେନ୍ଦୁ ଉପାଧ୍ୟାୟ ଜଣେ ନେପାଳୀ ଯୁବତୀଙ୍କୁ ହତ୍ୟା କରିଥିଲେ। ମୃତ ନେପାଳୀ ଯୁବତୀ ହେଉଛନ୍ତି ୩୦ ବର୍ଷୀୟ ଶ୍ରେୟା ଶର୍ମା। ସେ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ରହୁଥିଲେ। ତବେ ଡେରାଡୁନ୍ ପୁଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି।  

ପୁଲିସ ମୁତାବକ, ଶନିବାର ରାତିରେ ଅଭିଯୁକ୍ତ ସେନା ଅଧିକାରୀ ନେପାଳୀ ଯୁବତୀଙ୍କୁ ଲଙ୍ଗ ଡ୍ରାଇଭରେ ନେବା କହି ରାଜପୁର ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଯୁବତୀଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ନିର୍ମମ ହତ୍ୟା କରିଥିଲେ। ତେବେ ଏହି ଘଟଣା ପରେ ଅଭିଯୁକ୍ତ ସେନା ଅଧିକାରୀ ପୁଲିସକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

Advertisment

ପୁଲିସ ଆହୁରି କହିଛି ଯେ ୩ ବର୍ଷ ପୂର୍ବେ ସିଲିଗୁଡିର ଏକ ଡ୍ୟାନ୍ସ ବାରରେ ଉଭୟଙ୍କ ମଧ୍ୟରେ ପ୍ରଥମେ ସାକ୍ଷାତ ହୋଇଥିଲା। ଅଭିଯୁକ୍ତ ସେନା ଅଧିକାରୀ ପୂର୍ବରୁ ବିବାହିତ ଥିଲେ। ଏହା ପରେ ବି ସେନା ଅଧିକାରୀ ଏହି ନେପାଳୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପରେ ନେପାଳୀ ଯୁବତୀ ଜଣଙ୍କ ସେନା ଅଧିକାରୀଙ୍କୁ ବରମ୍ବାର ବିବାହ କରିବାକୁ ଚାପ ପକାଇବାରୁ ସେ ଏହି ହତ୍ୟାକାଣ୍ଡ କରିଛନ୍ତି।

Murder Dehradun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe