/odisha-reporter/media/post_attachments/uploadimage/library/16_9/16_9_0/Dalit_1685981071.jpg)
Dalit
ଆଜିର ସାମାଜରେ ମଧ୍ୟ ଜାତିଗତ ଭେଦଭାବ ରହିଛି। ଦଳିତମାନଙ୍କ ପ୍ରତି ତଥାକଥିତ ଉଚ୍ଚ ଜାତିର ଲୋକମାନେ ନିଜର କୁତ୍ସିତ ମାନସିକତା ପ୍ରଦର୍ଶନ କରୁଛନ୍ତି। ସମାଜରେ ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଏହାର ପ୍ରଭାବ ଆଦୌ ଲୋକଙ୍କ ଉପରେ ପଡ଼ୁ ନଥିବା ଭଳି ମନେ ହେଉଛି।
ଏହିକ୍ରମରେ ଗୁଜରାଟର ପଟାନ ଜିଲ୍ଲାରୁ ସମାନ ଘଟଣା ସାମ୍ନାକୁ ଆସିଛି। କିଛି ତଥାକଥିତ ଉଚ୍ଚ ଜାତିର ଲୋକ ଜଣେ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ତାଙ୍କର ଗୋଟିଏ ଆଙ୍ଗୁଠି କାଟି ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ପୁତୁରା ସ୍କୁଲରେ ଚାଲିଥିବା ଗୋଟିଏ କ୍ରିକେଟ ମ୍ୟାଚ୍ ବେଳେ କେବଳ ବଲକୁ ଛୁଇଁ ଦେଇଥିଲେ। ବାସ୍ ଏହାକୁ କେନ୍ଦ୍ର କରି ତାଙ୍କର ଦୁଇ ଦାଦାଙ୍କୁ ଉଚ୍ଚ ଜାତିର ଜାତିର ଲୋକମାନେ ମାଡ଼ ମାରିଛନ୍ତି। ଏଥିସହ ଗୋଟିଏ ଦାଦାଙ୍କର ଆଙ୍ଗୁଠି କାଟି ଅମାନବୀୟ ଦଣ୍ଡ ଦେଇଛନ୍ତି।
ପୁଲିସ୍ କହିଛି ଯେ ଘଟଣାଟି ଜିଲ୍ଲାର କାକୋଶି ଗାଁରେ ଘଟିଛି। ସ୍କୁଲ ପଡ଼ିଆରେ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ପୀଡ଼ିତଙ୍କ ପୁତୁରା ଏହାକୁ ଦେଖୁଥିଲେ। ଏହି ସମୟରେ ସେ ମ୍ୟାଚ୍ରେ ବ୍ୟବହାର ହେଉଥିବା ବଲକୁ ଧରି ପକାଇଥିଲେ। ଏହାକୁ ନେଇ ଅଭିଯୁକ୍ତମାନେ ପିଲାଟିକୁ ଧମକ ଚମକ ଦେଇଥିଲେ। ଏଥିସହ ସେମାନେ ପିଲାଟିରୁ ଜାତିକୁ ନେଇ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାଟିର ଦାଦା ଧୀରଜ ପାରମର ବିରୋଧ କରିବାରୁ ସ୍ଥିତି କିଛି ସମୟ ପାଇଁ ସ୍ୱାଭାବିକ ହୋଇଯାଇଥିଲା।
ତେବେ ସନ୍ଧ୍ୟା ବେଳେ ୭ ଜଣ ବ୍ୟକ୍ତି ହଠାତ୍ ଧାରୁଆ ଅସ୍ତ୍ର ଓ ଠେଙ୍ଗା ଧରି ଧୀରଜଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେମାନେ ଧୀରଜ ଓ ତାଙ୍କ ଭାଇ କିର୍ତ୍ତିଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ପ୍ରବଳ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏତିକି ବେଳେ ଜଣେ ଅଭିଯୁକ୍ତ କିର୍ତ୍ତିଙ୍କ ଗୋଟିଏ ଆଙ୍ଗୁଠି କାଟି ଦେଇଥିଲେ ବୋଲି ଧୀରଜ ପୁଲିସ୍ରେ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଧାରା ୩୨୬, ୫୦୬ ଓ ଆପିସିର ବିଭିନ୍ନ ଦଫା ସହ ଏସସି/ଏସଟି ଆଇନ ଅନୁସାରେ ମାମଲା କରିଛି। ତେବେ ଅଭିଯୁକ୍ତମାନଙ୍କୁ ପୁଲିସ୍ ଧରିବାକୁ ଏଯାଏ ସକ୍ଷମ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
