Advertisment

ନେତାଜୀଙ୍କ ଜନ୍ମ ଦିନ ପାଳିବାକୁ ଆରଏସଏସ୍‌ର ଯୋଜନା, ସଂଘକୁ ଟାର୍ଗେଟ କଲେ ଝିଅ

ନେତାଜୀର ସବୁବେଳେ ଆରଏସଏସର ବିଚାରଧାରାକୁ ବିରୋଧ କରୁଥିଲେ। ତେଣୁ ଅନିତା ଜାନୁଆରୀ ୨୩ରେ ନେତାଜୀଙ୍କ ଜନ୍ମଦିନ ପାଇଁ ଆରଏସଏସ କରୁଥିବା ଯୋଜନାକୁ ପରୋକ୍ଷରେ ବିରୋଧ କରିଛନ୍ତି।

author-image
Hemant Lenka
Anita Bose Pfaff

Anita Bose Pfaff

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିନ ପାଳନ କରିବାକୁ ଯୋଜନା ଆରମ୍ଭ କରିଛି ଆରଏସଏସ୍‌। ତେବେ ଆରଏସଏସର ଏପରି ଯୋଜନାକୁ ତେର୍ଚ୍ଛାବାଣ ମାରିଛନ୍ତି ନେତାଜୀଙ୍କ ଝିଅ ଅନୀତା ବୋଷ ଫାଫ। ନେତାଜୀର ସବୁବେଳେ ଆରଏସଏସର ବିଚାରଧାରାକୁ ବିରୋଧ କରୁଥିଲେ। ତେଣୁ ଅନିତା ଜାନୁଆରୀ ୨୩ରେ ନେତାଜୀଙ୍କ ଜନ୍ମଦିନ ପାଇଁ ଆରଏସଏସ କରୁଥିବା ଯୋଜନାକୁ ପରୋକ୍ଷରେ ବିରୋଧ କରିଛନ୍ତି।

Advertisment

କୋଲକାତାର ସହିଦ ମିନାର ଠାରେ ନେତାଜୀଙ୍କ ୧୨୬ତମ ଜନ୍ମ ଦିନକୁ ଆରଏସଏସ୍‌ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମରେ ସଂଘ ମୁଖ୍ୟ ମୋହନ ଭାଗବତ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆରଏସଏସକୁ ଅନୀତା ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ମୋ ବାପା ହିନ୍ଦୁ ଧର୍ମ ପ୍ରତି ବେଶ ନିଷ୍ଠା ରଖିଥିଲେ। ଏଥିସହ ସେ ସବୁ ଧର୍ମକୁ ସମ୍ମାନ କରୁଥିଲେ ଓ ସମସ୍ତ ଧର୍ମର ଲୋକ ଏକାଠି ରୁହନ୍ତୁ ବୋଲି ଚାହୁଁଥିଲେ। ମୁଁ ଭାବୁନି ଆରଏସଏସ ଏଭଳି ଚିନ୍ତାଧାରା ରଖିଛି। ଯଦି ଆରଏସଏସ ନେତାଜୀଙ୍କ ବିଚାରଧାରାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି, ତା’ହେଲେ ଏହା ଭାରତ ପାଇଁ ଭଲ କଥା।

Advertisment

ନେତାଜୀ ଧର୍ମନିରପେକ୍ଷରେ ବିଶ୍ୱାସ ରଖୁଥିଲେ। ମୁଁ ନିଶ୍ଚିତ ଯେ ଆରଏସଏସ ଧର୍ମନିରପେକ୍ଷରେ ବିଶ୍ୱସ ରଖେ ନାହିଁ। ଯଦି ଆରଏସଏସ ହିନ୍ଦୁ ଜାତୀୟତାରେ ବିଶ୍ୱାସ କରୁଛି, ତା’ହେଲେ ଏହା ନେତାଜୀଙ୍କ ବିଚାରଧାରା ଠାରୁ ସଂପୂର୍ଣ୍ଣ ଭିନ୍ନ। ସେମାନେ ନେତାଜୀଙ୍କ ୧୨୬ତମ ଜନ୍ମଦିନକୁ ପାଳନ କରିବାକୁ ଯାଉଥିବାରୁ ମୁଁ ଏହାକୁ ସମ୍ମାନ କରୁଛି। କିନ୍ତୁ ସେମାନେ ଯଦି ନେତାଜୀଙ୍କ ଆଦର୍ଶକୁ ମାନିବେ, ତା’ହେଲେ ବହୁତ ଭଲ ହେବ।”

ଅନ୍ୟପକ୍ଷରେ ନେତାଜୀ ସଂଘକୁ ବିରୋଧ କରୁଥିବା କୌଣସି ପ୍ରମାଣ ନାହିଁ ବୋଲି ଆରଏସଏସର ଅଜୟ ନନ୍ଦି କହିଛନ୍ତି।

Netaji Subhas Chandra Bose Netaji Subhas Chandra Bose Jayanti Rss