Advertisment

ସିଦ୍ଦରମୈୟା ଓ ଶିବକୁମାର ବିବାଦ: ସାମ୍ନାକୁ ଆସିଲେଣି ଅନେକ ମୁଖ୍ୟମନ୍ତ୍ରୀ ଦାବିଦାର

ଉଭୟ ନେତା ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ଏହି ବିବାଦର ସମାଧାନ କଂଗ୍ରେସ ହାଇକମାଣ୍ଡ ବେଶ ସତର୍କତାର ସହ କରୁଥିବା ବେଳେ ଏବେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି।

Karnataka

Karnataka

Advertisment

କର୍ଣ୍ଣାଟକାରେ ରେକର୍ଡ ବିଜୟ ପରେ କଂଗ୍ରେସର ଚିନ୍ତା ଦୂର ହେଉନି। ଦଳ ଏଠାରେ ୧୩୫ଟି ଆସନ ଜିତି ସରକାର ଗଠନ କରିବାକୁ ସ୍ପଷ୍ଟ ବହୁମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟଣାଓଟରା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Advertisment

ଉଭୟ ନେତା ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ଏହି ବିବାଦର ସମାଧାନ କଂଗ୍ରେସ ହାଇକମାଣ୍ଡ ବେଶ ସତର୍କତାର ସହ କରୁଥିବା ବେଳେ ଏବେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି।

ଏବେ ବିଭିନ୍ନ ଜାତିର ପ୍ରତିନିଧିତ୍ୱ କରୁଥିବା ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି। ଲିଙ୍ଗାୟତ ସଂପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ବଭାରତୀୟ ବୀରଶୈବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଦାବି କରାଯାଇଛି। ମହାସଭା କହିଛି ଯେ ନବନିର୍ବାଚିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ୩୪ ଜଣ ଲିଙ୍ଗାୟତ ସଂପ୍ରଦାୟର। ତେଣୁ ଲିଙ୍ଗାୟତ ସଂପ୍ରଦାୟର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ।

Advertisment

ସେହିପରି ଦଳିତ ସଂପ୍ରଦାୟ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦାବି କରାଯାଇଛି। କଂଗ୍ରେସ ଭେଟରାନ ଜି ପରମେଶ୍ୱରଙ୍କ ସମର୍ଥକମାନେ ବିକ୍ଷୋଭ କରିବା ସହ ଦଳିତ ସଂପ୍ରଦାୟର ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ ବୋଲି କହିଛନ୍ତି। ଟୁମକୁରରେ ପରମେଶ୍ୱରଙ୍କ ସମର୍ଥକମାନେ ଏକାଠି ହୋଇ ଜଣେ ଦଳିତ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ଲାକାର୍ଡ ଦେଖାଇଛନ୍ତି। ଦୁଇ ସଂଗଠନର ଏପରି ଦାବି କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତାକୁ ଦୁଇ ଗୁଣିତ କରିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ମହାସଭା କହିଛି ଯେ କଂଗ୍ରେସ ଲିଙ୍ଗାୟତ ସଂପ୍ରଦାୟରୁ ୪୬ ଜଣଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ୩୪ ଜଣ ଜିତିଛନ୍ତି। ଆମ ସଂପ୍ରଦାୟର ଲୋକ ଅନ୍ୟ ୫୦ଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ବିଜେପିର ପାରମ୍ପରିକ ଭୋଟ କଂଗ୍ରେସକୁ ଯାଇଛି। ଆମ ସମର୍ଥନ ଯୋଗୁ କଂଗ୍ରେସ କର୍ଣ୍ଣାଟକାରେ ୧୩୫ଟି ଆସନ ଜିତି ପାରିଛି। ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏହି ସଂପ୍ରଦାୟର ସମର୍ଥନ ନିଶ୍ଚିତ ଆବଶ୍ୟକ କରିବ।

ତେଣୁ ସବୁ କିଛିକୁ ଦୃଷ୍ଟିରେ ରଖି ଆମେ କଂଗ୍ରେସକୁ ଅନୁରୋଧ କରୁଛୁ ଯେ ବୀରଶୈବ ଲିଙ୍ଗାୟତ ସଂପ୍ରଦାୟର ଜଣେ ନେତାଙ୍କୁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରେ ବସାଯାଉ। ସେହିପରି ଲିଙ୍ଗାୟତ ସଂପ୍ରଦାୟର ବିଧାୟକଙ୍କୁ କ୍ୟାବିନେଟ ସଦସ୍ୟ କରାଯାଉ ବୋଲି ମହାସଭା କହିଛି।

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe