Advertisment

ସ୍ୱାଧୀନତା ଦିବସ ପୂର୍ବରୁ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।

President

President

Advertisment

ଆସନ୍ତାକାଲି ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ। ୭୮ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନିଜ ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଛନ୍ତି। ଏଥିସହ ଅର୍ଥ, କ୍ରୀଡ଼ା ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଛନ୍ତି।

Advertisment

ଏହାବାଦ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଦେଶରେ ପ୍ରଣୟନ କରାଯାଇଥିବା ନୂଆ ଅପରାଧିକ ଆଇନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। 

ସେ କହିଛନ୍ତି, “ତିଲକ ମାଞ୍ଝୀ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାଏକ ଓ ଫୁଲୋ ଝାନୋଙ୍କ ଭଳି ଅନେକ ଆଦିବାସୀ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିଲେ। ଏବେ ସେମାନଙ୍କୁ ପ୍ରଶଂସା କରାଯାଉଛି। ଆମେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରୁଛୁ। ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜନ୍ମ ଦିନ ପାଳନ କରାଯିବ।”

Advertisment

ସେ ଆହୁରି କହିଛନ୍ତି, “ଦେଶ ବିଦେଶରେ ଆମେ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ପାଇଁ ପ୍ରଣାମ କରିବା। ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି କ୍ଷତ ଏଯାଏ ମନରୁ ଲିଭିନି। ଏବେ ବି ସେଗୁଡ଼ିକ ତାଜା ହୋଇ ରହିଛି। ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର।

ଗରିବୀ ହଟାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଥିଲା। ଏବେ ବି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଲୋକମାନେ ମାଗଣାରେ ରାସନ ପାଉଛନ୍ତି। ଜି-୨୦ର ସଫଳ ଆୟୋଜନ କରି ବିଶ୍ୱରେ ଭାରତ ପରାକାଷ୍ଠା ଦେଖାଇଛି।

ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ। ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି। ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି। ଏଥିପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି।

ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ। ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡିଜିଟାଲ ଟେକ୍ନୋଲୋଜିକୁ ଆଜି ଅନ୍ୟ ଦେଶ ଟାମ୍ପଲେଟ ମାନିଲେଣି।”

ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଖେଳାଳିମାନଙ୍କୁ ରାଷ୍ଟ୍ରପତି ମୁର୍ମୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ୱ ଚାମ୍ପିଅନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି।”

Droupadi Murmu Indian Independence President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe