Advertisment

ରେଳ ଷ୍ଟେସନରେ ଦଳାଚକଟା ପରେ ଚେତିଲେ ସରକାର: ଭିଡ଼ ନିୟନ୍ତ୍ରଣ ପାଇଁ ଏବେ AI ଭରସା

ରେଳ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବାକୁ ସରକାର ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Train

Train

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ଯିବା ପାଇଁ ଲୋକ ଏବେ ବ୍ୟାକୁଳ। ମହାକୁମ୍ଭରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ ଆଶାରେ କୋଟି କୋଟି ଲୋକ ପ୍ରୟାଗରାଜ ମୁହାଁ ହେଉଛନ୍ତି। ପ୍ରବଳ ଭିଡ଼ ଯୋଗୁ ପୂର୍ବରୁ ପ୍ରୟାଗରାଜରେ ଦଳା ଚକଟା ହୋଇଥିଲା। ଦିନକ ତଳେ ପ୍ରାୟଗରାଜ ଯିବାକୁ ଥିବା ଟ୍ରେନରେ ବସିବା ପାଇଁ ପ୍ରବଳ ଭିଡ଼ ହେବାରୁ ଦିଲ୍ଲୀ ରେଳ ଷ୍ଟେସନରେ ଭୟଙ୍କର ଦଳଚକଟା ଘଟଣା ଘଟିଛି। ଏଥିରେ ୧୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରେଳ କର୍ତ୍ତୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।

Advertisment

ଏହି ଘଟଣା ପରେ ସରକାରଙ୍କ ଚେତା ପଶିଛି। ରେଳ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ କରିବାକୁ ସରକାର ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ୬୦ଟି ଗହଳୀପୂର୍ଣ୍ଣ ରେଳ ଷ୍ଟେସନରେ ସରକାର ଯାତ୍ରୀଙ୍କ ପାଇଁ ସ୍ଥାୟୀ ହୋଲଣ୍ଡିଂ ଜୋନ ତିଆରି କରିବେ। ଏଠାରେ ଯାତ୍ରୀମାନଙ୍କ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସେହିପରି ଭିଡ଼ ଓ ସଙ୍କଟର ପରିଚାଳନା ପାଇଁ କୃତ୍ରିମ ବୃଦ୍ଧିମତା ବା ଏଆଇର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭିଡ଼ ହେଉଥିବା ରେଳ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ଅଧିକାରୀଙ୍କୁ ସ୍ଥିତିକୁ ନିୟନ୍ତ୍ରଣ ଓ ସଙ୍କଟମୟ ସ୍ଥିତିର ମୁକାବିଲା କେମିତି କରାଯିବ, ତା’ର ତାଲିମ ଦିଆଯିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ସହାୟତା କେନ୍ଦ୍ର, ତୀର ଚିହ୍ନ ଓ ଛବି ବିଭିନ୍ନ ସ୍ଥାନରେ ମରାଯିବ। ଏହାକୁ ଦେଖି ଯାତ୍ରୀମାନେ ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ହୋଲଣ୍ଡିଂ ଅଞ୍ଚଳକୁ ଯାଇ ପାରିବେ।

Advertisment

ଭିଡ଼ ଉପରେ ନଜର ରଖିବା ପାଇଁ ଏଆଇର ବ୍ୟବହାର କରାଯିବ। ବିଶେଷ କରି ଟ୍ରେନ ବିଳମ୍ବ ଥିବା ବେଳେ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରୟାଗରାଜକୁ ସଂଯୋଗ କରୁଥିବା ୩୫ଟି ଷ୍ଟେସନକୁ କେନ୍ଦ୍ରୀୟ ୱାର ରୁମରୁ ମନିଟର କରାଯାଉଛି। କ୍ୟାମେରା ଦ୍ୱାରା ଲୋକମାନେ ଫୁଟ ଓଭର ବ୍ରିଜ କିମ୍ବା ପାହାଚ ଉପରେ ବସୁଛନ୍ତି କି ନାହିଁ, ତା’କୁ ଧ୍ୟାନ ଦିଆଯିବ। ଏପରି କରୁଥିବା ଲୋକଙ୍କୁ ଅନ୍ୟତ୍ର ବସିବାକୁ ପରାମର୍ଶ ଦିଆଯିବ। ଫୁଟ ଓଭର ବ୍ରିଜ ଓ ପାହାଚକୁ ସବୁବେଳେ ଖାଲି ରଖିବାକୁ ବ୍ୟବସ୍ଥା ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ରେଳ ଷ୍ଟେସନରେ ଅତିରିକ୍ତ ୨୦୦ ସିସିଟିଭି ଲଗାଯାଇଛି।

ରେଳବାଇ ପକ୍ଷରୁ କାହିଁକି ଆବଶ୍ୟକତା ଠାରୁ ଅଧିକ ଭିଡ଼ ହେଉଛି, ତା’ର କାରଣ ଜାଣିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ସେହିପରି ଯାତ୍ରୀ, କୁଲି ଓ ଦୋକାନୀମାନଙ୍କ ଠାରୁ ଭିଡ଼ର କାରଣ ଓ ଏହାର ନିୟନ୍ତ୍ରଣ ପାଇଁ ମତାମତ ନିଆଯିବ ବୋଲି ଜଣାପଡ଼ିଛି।

ଦିଲ୍ଲୀ ଷ୍ଟେସନରେ ହୋଇଥିଲା ଦଳାଚକଟା

ଶନିବାର ରାତି ୧୦ଟା ବେଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟିଥିଲା। ଅତ୍ୟଧିକ ଭିଡ଼, ଟ୍ରେନ୍ ଆସିବାରେ ବିଳମ୍ବ ଓ ଗୁଜବ ଯୋଗୁ ଏହି ଘଟଣା ଘଟିଛି। ନୂଆଦିଲ୍ଲୀ ରେଳ ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିଲା। ୧୩ ନମ୍ବର ପ୍ଲାଟଫର୍ମରେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଯିବାର ଥିଲା। ଏହି ଦୁଇ ଟ୍ରେନ୍‌ ଧରିବାକୁ ଉଭୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିବା ବେଳେ ଦୁଇଟି ଯାକ ଟ୍ରେନ୍‌ ଆସିବାରେ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ମହାକୁମ୍ଭ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରୁ ଛାଡ଼ିବାର ସମୟ ହୋଇଆସୁଥିଲା। ରାତି ୧୦ଟା ୧୦ରେ ଏହା ୧୪ ନମ୍ବର ପ୍ଲାଟଫର୍ମରୁ ଏହି ଟ୍ରେନ୍ ଛାଡ଼ିଥା’ନ୍ତା।

ପ୍ରୟାଗରାଜ ଏକ୍ସପ୍ରେସରେ ପ୍ରୟାଗରାଜ ଯିବା ପାଇଁ ଗତକାଲି ୧୫୦୦ରୁ ଅଧିକ ଜେନେରାଲ ଟିକେଟ୍ ବିକ୍ରି ହୋଇଥିଲା। ଏହା ଷ୍ଟେସନରେ ଭିଡ଼କୁ ବଢ଼ାଇ ଦେଇଥିଲା। ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଆସିବାରେ ବିଳମ୍ବ ହେଉଥିବା ବେଳେ ପ୍ରୟାଗରାଜ ଏକ୍ସପ୍ରେସ ଆସିବାର ସମୟ ପାଖେଇ ଆସୁଥିଲା। ତେଣୁ ପ୍ରୟାଗରାଜ ଯିବାକୁ ଟିକେଟ କରିଥିବା ଯାତ୍ରୀମାନେ ୧୪ ନମ୍ବର ପ୍ଲାଟଫର୍ମକୁ ଆସିଥିଲେ। ପୂର୍ବରୁ ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଜମିଥିବା ବେଳେ ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀମାନେ ସେଠାକୁ ଆସିବା ଫଳରେ ଭିଡ଼ ବହୁତ ବେଶୀ ବଢ଼ିଯାଇଥିଲା। ସ୍ଥିତି ନିୟନ୍ତ୍ରଣାଧୀନ ବାହାରେ ଥିବା ବେଳେ ଏକ ଗୁଜବ ସାଜିଥିଲା କାଳ।

୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ହୋଇଥିବା ବେଳେ ସେତିକି ବେଳେ ପ୍ରଚାର ହୋଇଗଲା ଯେ ୧୪ ନମ୍ବର ପ୍ଲାଟଫର୍ମରେ ଆସିବାକୁ ଥିବା ପ୍ରୟାଗରାଜ ଏକ୍ସପ୍ରେସ ୧୬ ନମ୍ବର ପ୍ଲାଟଫର୍ମରେ ଆସିବ। ଏହା ପରେ ଲୋକେ ଠେଲାପେଲା କରି ୧୬ ନମ୍ବର ପ୍ଲାଟଫର୍ମକୁ ଯିବାକୁ ତରତର ହୋଇ ଫୁଟ୍‌ ଓଭରବ୍ରିଜ୍‌ ମୁହାଁ ହୋଇଥିଲେ। ଏତିକି ବେଳେ ଫୁଟ ଓଭରବ୍ରିଜରେ ବସିଥିବା କିଛି ଲୋକଙ୍କ ଉପରେ ୧୬ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ଲୋକ ଚଢ଼ି ଯାଇଥିଲେ। ଏଥିଯୋଗୁ ଦଳଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି।

Train Prayagraj Stamped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe