UGC NET Exam
ପେପର୍ ଲିକ୍ ବିବାଦ ଭିତରେ ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ।
ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ NTA ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା। ଏନଟିଏ ପକ୍ଷରୁ ପୁଣି ଥରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ତିନୋଟି ପରୀକ୍ଷା ହେବା ନେଇ ଘୋଷଣା କରାଯାଇଛି।
ଏନସିଇଟି, ଜଏଣ୍ଟ CSIR ୟୁଜିସି ନେଟ ଏବଂ ୟୁଜିସି ନେଟ୍ ପରୀକ୍ଷା ଅନଲାଇନରେ କରାଯିବ। ଏନସିଇଟି ପରୀକ୍ଷା ଜୁଲାଇ ୧୦ରେ ତାରିଖରେ କରାଯିବ। ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ।
ସେହିପରି ୟୁଜିସି ନେଟ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯିବ। ପୂର୍ବରୁ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ସିବିଆଇ ଯାଞ୍ଚ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us