Advertisment

ଜି-୨୦ରେ ଭାରତକୁ ବଡ଼ ସଫଳତା

ନୂଆଦିଲ୍ଲୀ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରକୁ ମିଳିଛି ଜି-୨୦ର ମଞ୍ଜୁରୀ। ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି।

author-image
Hemant Lenka
ଜି୨୦

ଜି୨୦

ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନର ଅଧକ୍ଷତା କରୁଥିବା ଭାରତକୁ ମିଳିଛି ବଡ଼ ସଫଳତର। ନୂଆଦିଲ୍ଲୀ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରକୁ ମିଳିଛି ଜି-୨୦ର ମଞ୍ଜୁରୀ। ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଏହାର ଅର୍ଥ ଘୋଷଣାପତ୍ରରେ ଥିବା ସବୁ କଥାରେ ଓ ଯୋଜନାରେ ଜି-୨୦ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାରର ଆପତ୍ତି ଉଠାଇ ନାହାନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, “ମୁଁ ଗୋଟିଏ ଭଲ ଖବର ପାଇଛି। ଆମେ ଟିମର କଠିନ ପରିଶ୍ରମ ଯୋଗୁ ନୂଆଦିଲ୍ଲୀ ଜି୨୦ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି। ଏହି ଘୋଷଣାପତ୍ରକୁ ଗ୍ରହଣ କରିବାକୁ ମୋର ପ୍ରସ୍ତାବ ରହିଥିଲା। ଏହାକୁ ସମସ୍ତେ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଁ ମୋର ସେରପା, ମନ୍ତ୍ରୀଗଣଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନେ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି ଓ ଏହାକୁ ସମ୍ଭବ କରିପାରିଛନ୍ତି।”

ଘୋଷଣାପତ୍ରରେ କେଉଁ ସବୁ ବିଷୟ ଉପରେ ଫୋକସ କରାଯାଇଛି

୧-ଶକ୍ତିଶାଳୀ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି

୨- ନିରନ୍ତର ବିକାଶ ଲକ୍ଷ୍ୟର ଗତିକୁ ତ୍ୱରାନ୍ୱିତ କରିବା

୩- ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି

୪- ଏକବିଂଶ ଶତାବ୍ଦୀ ପାଇଁ ମଲ୍ଟିଲାଟେରାଲ ଇନଷ୍ଟିଚ୍ୟୁସନ୍ସ

୫- ବହୁପକ୍ଷବାଦକୁ ପୁର୍ନଜୀବିତ କରିବା

ଘୋଷଣାପତ୍ରରେ ସବୁ ଜି-୨୦ ରାଷ୍ଟ୍ର ଏକମତ ହୋଇଥିବା କଥା ଜି-୨୦ ସେରପା ଅମିତାଭ କାନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜି-୨୦ ଘୋଷଣାପତ୍ରକୁ ୧୦୦% ସହମତି ଆଧାରରେ ମଞ୍ଜୁରୀ ମିଳିଛି। ସମସ୍ତ ପ୍ରକାରର ବିକାଶମୂଳ ଓ ଜିଓ ପଲଟିକାଲ ପ୍ରସଙ୍ଗରେ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି।

Advertisment
PM Modi G20 Meet G20 Summit G20