Advertisment

ନାଇଡୁଙ୍କ ନୂଆ ପ୍ଲାନ- ଦୁଇରୁ ଅଧିକ ଛୁଆ ଥିଲେ ଲଢ଼ି ହେବ ନିର୍ବାଚନ

ସମଗ୍ର ଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଏପରି ସମୟରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ସୃଷ୍ଟି ହେଲାଣି। ତେଣୁ ବଡ଼ ପରିବାର କରିବା ଆବଶ୍ୟକ ଥିବା ସେ କହିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
chandrababu naidu

chandrababu naidu

ଆନ୍ଧ୍ରପ୍ରଦେଶରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା। ଜନସଂଖ୍ୟାର ଏକ ବୃହତ୍ତ ଅଂଶ ବୟସ୍କ ଶ୍ରେଣୀରେ ଯାଉଛନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ରାଜ୍ୟରେ ଜନସଂଖ୍ୟା ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଏହାକୁ ପ୍ରୋତ୍ସାହିତ କରିବାକୁ ଯାଇ ଲୋଭନୀୟ ଅଫର ବି ଘୋଷଣା କରିଛନ୍ତି। ଦୁଇରୁ ଅଧିକ ଛୁଆ ଥିବା ବ୍ୟକ୍ତିଙ୍କୁ ହିଁ ସ୍ଥାନୀୟ ନିର୍ବାଚନରେ ଲଢ଼ିବାକୁ ଅନୁମତି ମିଳିବ ବୋଲି ଖୁବ୍‌ ଶୀଘ୍ର ନିୟମ ଆସିବ ବୋଲି ସେ ଘୋଷଣା କରିଛନ୍ତି।

Advertisment

ସମଗ୍ର ଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ । ଏପରି ସମୟରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ସୃଷ୍ଟି ହେଲାଣି। ତେଣୁ ବଡ଼ ପରିବାର କରିବା ଆବଶ୍ୟକ ଥିବା ସେ କହିଛନ୍ତି।

ବଡ଼ ପରିବାରକୁ ପ୍ରୋତ୍ସାହିତ କରିବାକୁ ଯାଇ ସ୍ଥାନୀୟ ନିର୍ବାନରେ କେବଳ ଦୁଇରୁ ଅଧିକ ଛୁଆ ଥିବା ଅଭିଭାବକ ହିଁ ସାମିଲ ହୋଇପାରିବେ ବୋଲି ଖୁବ୍‌ ଶୀଘ୍ର ନିୟମ ଆସିବ ବୋଲି କହିଛନ୍ତି। ଅଧିକ ଛୁଆ ଜନ୍ମ ହେଲେ ଭବିଷ୍ୟତରେ ଜନସଂଖ୍ୟାର ଏକ ବୃହତ ଅଂଶ ଯୁବବର୍ଗ ହୋଇପାରିବେ ବୋଲି ଆକଳନ କରିଛନ୍ତି।

Advertisment

ଏଥିସହ ସେ କହିଛନ୍ତି, ଏବେକାର ଯାହା ଜନସଂଖ୍ୟା ସ୍ଥିତି ରହିଛି ଆମେ ତାହାର ଲାଭ ୨୦୪୭ ମସିହା ପର୍ଯ୍ୟନ୍ତ ପାଇପାରିବ। କିନ୍ତୁ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାର ସଙ୍କେତ ପରିଲକ୍ଷିତ ହେଲାଣି। ତେଣୁ ଆଗାମୀ ଦିନରେ ଭାରତ ଜାପାନ, ଚୀନ ଓ ଅନ୍ୟ ୟୁରୋପୀୟ ଦେଶଙ୍କ ପରି ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହେଲାଣି ।

ରୋଜଗାର ନିମନ୍ତେ ବର୍ତ୍ତମାନ ଦକ୍ଷିଣ ରାଜ୍ୟର ଯୁବବର୍ଗ ଦେଶର ଅନ୍ୟ ପ୍ରାପ୍ତ କିମ୍ବା ବିଦେଶ ପଳାଉଛନ୍ତି। ଫଳରେ ଏହି ସମସ୍ୟା ଏବେ ଦକ୍ଷିଣ ଭାରତରେ ଅଧିକ ମାତ୍ରାରେ ଅନୁଭୂତ ହେଲାଣି।

ସ୍ଥିତି ଏପରି ହେଲାଣି ଯେ ଦେଶର ଅଧିକାଂଶ ଗାଁରେ କେବଳ ବୟସ୍କ ବ୍ୟକ୍ତି ହିଁ ବସବାସ କରୁଛନ୍ତି। କାରଣ ଯୁବବର୍ଗ ସହରମୁହାଁ ହେଉଛନ୍ତି। କେବଳ ଏତିକି ନୁହେଁ ସମଗ୍ର ଦେଶରେ ଜନ୍ମ ହାର ୨.୧% ଥିବା ବେଳେ ଦକ୍ଷିଣ ରାଜ୍ୟରେ ତାହା ଏବେ ୧.୬%ରେ ଅଛି। ତେଣୁ ଜନସଂଖ୍ୟା ହାର ଏପରି ତଳମୁହାଁ ରହିଲେ ୨୦୪୭ ମସିହା ବେଳକୁ ଆମକୁ ଗମ୍ଭୀର ବୃଦ୍ଧାବସ୍ଥା ସମସ୍ୟା ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।

Andhra Pradesh Chandrababu Naidu