Advertisment

ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ପ୍ରଧାନମନ୍ତ୍ରୀ ହିଁ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ

ଏଥିରେ ଦଖଲ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ନ୍ୟାୟାଳୟରେ ଶୁଣାଣି ବିଷୟ ନୁହେଁ ବୋଲି ବିଚାରପତି କହିବା ସହ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀଙ୍କ ଉପରେ ବର୍ଷିବାକୁ ପଛାଇ ନାହାନ୍ତି।

ଅଦ୍ୟତନ ହୋଇଛି
supreme court of india

supreme court of india

Advertisment

ସଂସଦର ନୂଆ ବିଲଡିଂକୁ କିଏ ଉଦଘାଟନ କରିବ ତାକୁ ନେଇ ପଲଟିକାଲ ହାଇ ଭୋଲଟେଜ ଡ୍ରାମା ଚାଲିଥିବା ବେଳେ ଏଥିରେ ଦଖଲ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହା ନ୍ୟାୟାଳୟରେ ଶୁଣାଣି ବିଷୟ ନୁହେଁ ବୋଲି ବିଚାରପତି କହିବା ସହ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆଇନଜୀବୀଙ୍କ ଉପରେ ବର୍ଷିବାକୁ ପଛାଇ ନାହାନ୍ତି। ଏହି ମାମଲାର ଶୁଣାଣି ଉପରେ ସମଗ୍ର ଦେଶବାସୀଙ୍କ ନଜର ଥିବା ବେଳେ ଆଜି ଜଷ୍ଟିସ ଜେଜେ ମହେଶ୍ୱରୀ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦ୍‌ଘାଟନ କରିବେ ବୋଲି ସ୍ପଷ୍ଟ ହୋଇ ଯାଇଛି। 

Advertisment

ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଏହି ମାମଲାର ଶୁଣାଣି ନିମନ୍ତେ ଏକ ପିଆଇଏଲ ଦାଖଲ କରିଥିଲେ । ସଂସଦ ଭବନ ର ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସାମିଲ ନ କରି କେନ୍ଦ୍ର ସରକାର ଭାରତର ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତେଣୁ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରିବା ନିମନ୍ତେ ସୁପ୍ରିମକୋର୍ଟ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ସେ ପିଆଇଏଲ ଦାଖଲ କରିଥିଲେ ।

ଏଥିସହ ସେ କହିଥିଲେ, ସଂସଦରେ ପାସ୍‌ ହେଉଥିବା ସବୁ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଆଇନରେ ପରିଣତ ହୋଇଥାଏ। ତେଣୁ ସଂସଦର ନୂଆ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟନ ହେବା ଉଚିତ ।

Advertisment

ମାତ୍ର ନିଜ ରାୟରେ ବିଚାରପତି ବର୍ଷିବା ସହ ଏପରି ମାମଲା ଦେଖିବା ସୁପ୍ରିମ କୋର୍ଟଙ୍କ କାମ ନୁହଁ ବୋଲି ସଫା ସଫା କହିଛନ୍ତି। ଏଥିସହ ଆଇନଜୀବୀ ସିଆର ଜୟା ସୁକିନଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା ହେବା ସହ କ’ଣ ପାଇଁ ତାଙ୍କ ଉପରେ ଜରିମାନା ଲଗା ନ ଯିବ ବୋଲି ପ୍ରଶ୍ନ କରିଛନ୍ତି ।

ଆସନ୍ତା ରବିବାର ଏକ ଭବ୍ୟ ସମାରୋହରେ ନୂଆ ସଂସଦ ଭବନର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏହାକୁ ବୟକଟ କରିବା ପାଇଁ ବିରୋଧୀଙ୍କ ମେଳି ବି ବଢ଼ିବାରେ ଲାଗିଛି। ଏଯାବତ ସଂସଦର ଉଦ୍‌ଘାଟନୀ ସମାରୋହକୁ ବୟକଟ କରୁଥିବା ପାର୍ଟିଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ଏହାକୁ ସମର୍ଥନ କରୁଥିବା ପାର୍ଟିଙ୍କ ସଂଖ୍ୟା ତା’ଠୁ ଅଧିକ ରହିଛ। ୨୫ ରାଜନୈତିକ ପାର୍ଟି ଉଦ୍‌ଘାଟନୀ ସମାରୋହର ନିମନ୍ତ୍ରଣ ପତ୍ର ସ୍ୱୀକାର କରି ନେଇଥିବା ଜଣାଯାଇଛି। ଆସନ୍ତା ରବିବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନୂଆ ସଂସଦ ବିଲଡିଂର ଉଦ୍‌ଘାଟନ କରିବେ ବୋଲି ଜଣାଯାଇଛି।

Delhi Supreme Court Judgement New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe