ସଂସଦର ନୂଆ ବିଲଡିଂ ବିଷୟରେ ଜାଣନ୍ତୁ କିଛି ଖାସ୍‌ କଥା

ଏହି ଉଦଘାଟନୀ ଉତ୍ସବକୁ କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ବୟକଟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବା ଦରକାର ବୋଲି ଦାବି କରି ବିରୋଧୀ ଦଳ ଗୁଡ଼ିକ ଉଦଘାଟନୀ ଉତ୍ସବରେ ସାମିଲ ହୋଇ ନାହାନ୍ତି।

ସଂସଦର ନୂଆ ବିଲଡିଂ ଭିତରର ଦୃଶ୍ୟ

  • Published: Sunday, 28 May 2023
  • , Updated: 28 May 2023, 03:50 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିଛନ୍ତି। ଏଥିସହ ଲୋକସଭା ଚ୍ୟାମ୍ବରରେ ଐତିହାସିକ ରାଜଦଣ୍ଡ ସେଙ୍ଗୋଲକୁ ମଧ୍ୟ ସେ ସ୍ଥାପିତ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ମିଶି ଉଦଘାଟନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ଶେଷ କରିଛନ୍ତି।

ତେବେ ଏହି ଉଦଘାଟନୀ ଉତ୍ସବକୁ କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ବୟକଟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବା ଦରକାର ବୋଲି ଦାବି କରି ବିରୋଧୀ ଦଳ ଗୁଡ଼ିକ ଉଦଘାଟନୀ ଉତ୍ସବରେ ସାମିଲ ହୋଇ ନାହାନ୍ତି।

ସଂସଦର ନୂଆ ବିଲଡିଂ ଓ ଏହା ସହ ଜଡ଼ିତ କିଛି ଖାସ କଥା

୧- ଏହି ବିଶାଳକାୟ ବିଲଡିଂକୁ ଟାଟା ପ୍ରୋଜେକ୍ଟ ଲିଃ ତିଆରି କରିଛି। ଏଥିରେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ସମ୍ବିଧାନ ହଲ, ସାଂସଦମାନଙ୍କ ପାଇଁ ଗୋଟିଏ ଘାଷ ଗାଲିଚା, ଲଇବ୍ରେରୀ, ଏକାଧିକ କମିଟି ରୁମ, ଡାଇନିଂ ଅଞ୍ଚଳ ଓ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା ରହିଛି।

୨- ତିକୋଣିଆ ଆକାରର ଏହି ୪ ମହଲା ବିଶିଷ୍ଟ ବିଲଡିଂକୁ ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ତିଆରି କରାଯାଇଛି।

୩- ବିଲଡିଂରେ ୩ଟି ମୁଖ୍ୟ ଫାଟକ-ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ରହିଛି। ଭିଆଇପି, ସାଂସଦ ଓ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିଛି।

୪- ବିଲଡିଂର ଡିଜାଇନ ପାଇଁ ମହାରାଷ୍ଟ୍ରର ନାଗପୁରରୁ ଶାଗୁଆନ କାଠ ଆସିଛି। ସେହିପରି ନାଲି ଓ ଧଳା ସ୍ୟାଣ୍ଡଷ୍ଟୋନ ବା ପଥର ରାଜସ୍ଥାନର ସରମାଥୁରାରୁ ଅଣା ଯାଇଥିଲା।

୫- କେଶରିଆ ଗ୍ରୀନ ଷ୍ଟୋନକୁ ରାଜସ୍ଥାନର ଉଦୟପୁରୁ ଅଣା ଯାଇଥିବା ବେଳେ ନାଲି ଗ୍ରାନାଇଟ ଆଜମେର ନିକଟସ୍ଥ ଲାଖାରୁ ଅଣାଯାଇଛି। ସଂସଦ ଭବନରେ ବ୍ୟବହୃତ ଧଳା ମାର୍ବଲ ରାଜସ୍ଥାନରୁ ଅମ୍ବାଜୀରୁ ଅଣାଯାଇଛି।

୬-ଲୋକସଭା ଓ ରାଜସଭା ଚ୍ୟାମ୍ବରର ସିଲିଂରେ ଲାଗିଥିବା ଷ୍ଟିଲ ଷ୍ଟ୍ରକଚର କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଡ୍ୟୁରୁ ଆସିଥିବା ବେଳେ ନୂଆ ବିଲଡିଂରେ ଲାଗିଥିବା ଫର୍ଣ୍ଣିଚରକୁ ମୁମ୍ବାଇରେ ତିଆରି କରାଯାଇଥିଲା।

୭- ବିଲଡିଂରେ ଡଟ୍‌ ତିଆରି କରିବା ପାଇଁ ଜାଲି ପଥରର ବ୍ୟବହାର କରାଯାଇଛି। ଏହାକୁ ରାଜସ୍ଥାନର ରାଜନଗର ଓ ଉତ୍ତର ପ୍ରଦେଶର ନୋଏଡାରୁ ଅଣାଯାଇଥିଲା।

୮- ଅଶୋକ ସମ୍ଭରେ ବ୍ୟବହାର କରାଯାଇଥିବା ଜିନିଷକୁ ମହାରାଷ୍ଟ୍ରର ଔରଙ୍ଗାବାଦ ଓ ରାଜସ୍ଥାନର ଜୟପୁରରୁ ଅଣାଯାଇଛି। ଲୋକସଭା ଓ ରାଜ୍ୟସଭା ଚ୍ୟାମ୍ବରେ ଲାଗିଥିବା ଅଶୋକ ଚକ୍ର ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛି।

୯- ନିର୍ମାଣ କାମ ପାଇଁ ବ୍ୟବହାର ହୋଇଥିବା ଇଟା ଉତ୍ତର ପ୍ରଦେଶ ଓ ହରିଆଣାରୁ ଆସିଥିଲା। ବ୍ରାସ କାମ ଓ ସାଜସଜା ପାଇଁ ଜିନିଷ ଗୁଜରାଟର ଅହମଦାବାଦା ଅଣାଯାଇଥିଲା।

୧୦- ନୂଆ ବିଲଡିଂର ଲୋକସଭାରେ ଏକାସଙ୍ଗ ୮୮୮ ଜଣ ଓ ରାଜ୍ୟସଭାରେ ୩୦୦ ଜଣ ସଦସ୍ୟ ବେଶ ଆରାମରେ ବସି ପାରିବେ।

୧୧- ନୂଆ ଲୋକସଭା ଚ୍ୟାମ୍ବରଟି ମୟୂର ଥିମରେ ଡିଜାଇନ କରାଯାଇଛି। ରାଜ୍ୟସଭା ଚ୍ୟାମ୍ବରଟି ଜାତୀୟ ଫୁଲ ପଦ୍ମକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି।

୧୨- ଲୋକସଭା ଓ ରାଜ୍ୟସଭାରେ ପଡ଼ିଥିବା ଗୋଟିଏ ବେଞ୍ଚରେ ଦୁଇ ଜଣ ସାଂସଦ ବସି ପାରିବେ। ସେମାନଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ କମ୍ପ୍ୟୁଟର ରହିଛି।

୧୩- ନୂଆ ସଂସଦ ଭବନରେ ସ୍ୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି। ଏହା ବ୍ୟବହୃତ ପାଣିକୁ ରି-ସାଇକେଲ କରିବ। ଏହାକୁ ଫ୍ଲଶିଂ ଓ ଜଳସେଚନରେ ବ୍ୟବହାର କରାଯାଇ ପାରିବ।

୧୪- ପୂରା ବିଲଡିଂକୁ ଶକ୍ତି ସଂରକ୍ଷଣ, ଏହା ମଧ୍ୟରେ ବାୟୁର ଭଲ ଗୁଣବତ୍ତା ବଜାୟୀ ରଖିବାକୁ ବ୍ୟବସ୍ଥା କରାଯାଇଛି। ଏହାକୁ ଗୋଟିଏ ଗ୍ରୀନ ବିଲଡିଂ ସାର୍ଟିଫିକେସନ ମିଳିଛି।

୧୫- ବିଲଡିଂରେ ଅତ୍ୟାଧୁନକ ହ୍ୟୁମିଡିଫାୟର ଲଗା ଯାଇଛି। ବାୟୁର ଗୁଣବତ୍ତା ଜାଣି ଏହାକୁ ପ୍ରଦୂଷଣରୁ ରୋକିବା ପାଇଁ ବିଭିନ୍ନ ସରଞ୍ଜାମ ବି ଲଗା ହୋଇଛି।

Related story