Advertisment

ମୋଦିଙ୍କ ଶାସନକୁ ପୂରିବ ୯ ବର୍ଷ, ଚଳିତ ମାସରେ ଖୋଲିବ ସଂସଦର ନୂଆ ବିଲଡିଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ’ ୨୬ରେ ଶପଥ ଗ୍ରହଣ କରିଥିଲେ। ତେଣୁ ୨୦୨୩ ମେ’ ୨୬ରେ ତାଙ୍କ ଶାସନକୁ ୯ ବର୍ଷ ପୂରିବ। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ନୂଆ ଡିଜାଇନରେ ତିଆରି ହୋଇଥିବା ସଂସଦ ବିଲଡିଂକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ।

author-image
Hemant Lenka
PM Modi

PM Modi

ଭାରତର ନୂଆ ସଂସଦ ବିଲଡିଂ ଚଳିତ ମାସରେ ହିଁ ଉଦଘାଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। କାର୍ଯ୍ୟକ୍ଷମ ହେବାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସଂସଦର ଏହି ନୂଆ ବିଲଡିଂ ଚଳିତ ମାସର ଶେଷ ସପ୍ତାହରେ ଖୋଲିବ। ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ଏହାକୁ ଉଦଘାଟନ କରାଯିବ ବୋଲି ଜଣାପଡ଼ିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ’ ୨୬ରେ ଶପଥ ଗ୍ରହଣ କରିଥିଲେ। ତେଣୁ ୨୦୨୩ ମେ’ ୨୬ରେ ତାଙ୍କ ଶାସନକୁ ୯ ବର୍ଷ ପୂରିବ। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ନୂଆ ଡିଜାଇନରେ ତିଆରି ହୋଇଥିବା ସଂସଦ ବିଲଡିଂକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ।

୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୯୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏକା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି। ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ରହିଛି।

Advertisment

ଉଭୟ ଗୃହର କର୍ମଚାରୀମାନେ ନୂଆ ଓ ସ୍ୱତନ୍ତ୍ର ୟୁନିଫର୍ମ ପିନ୍ଧିବେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲଜି ବା ଏନଆଇଏଫଟି ୟୁନିଫର୍ମର ଡିଜାଇନ କରିଛି।

ନୂଆ ବିଲଡିଂରେ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ରହିଛି। ସାଂସଦ, ଭିଆଇପି ଓ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଦ୍ୱାର ବ୍ୟବସ୍ଥା କରାଯାଇଛି। ନୂଆ ସଂସଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହା ଡିସେମ୍ବର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏବେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଉଦଘାଟନ କରାଯିବ।

ମୋଦି ସରକାରଙ୍କ ୯ ବର୍ଷ ଶାସନ ପୂର୍ତ୍ତିକୁ ବେଶ ଭବ୍ୟ ଭାବେ ପାଳନ କରିବାକୁ ବିଜେପି ଯୋଜନା କରିଛି। ଏଥିପାଇଁ ଦଳ ପକ୍ଷରୁ ମାସେ କାଳ ସ୍ୱତନ୍ତ୍ର କଣ୍ଟାକ୍ଟ ପ୍ରଚାର ବା ସ୍ୱତନ୍ତ୍ର ଯୋଗାଯୋଗ ପ୍ରଚାର କାର୍ଯ୍ୟକ୍ରମ କରାଯିବ। ଏହି ପ୍ରଚାର ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦି ମେ’ ୩୦ରେ ଲଞ୍ଚ କରିବେ।

ମେ’ ୩୧ରେ ମୋଦି ନିଜେ ମଧ୍ୟ ଶୋଭାଯାତ୍ରା କରିବେ। ବିଜେପି ନେତୃବୃନ୍ଦ ପ୍ରାୟ ୫୧ଟି ରାଲି ପୂରା ଦେଶରେ କରିବାକୁ ଯୋଜନା କରିଛନ୍ତି। ୩୯୬ ଲୋକସଭା ଆସନରେ ସର୍ବସାଧାରଣ ସମାବେଶ କରାଯିବ। ବିଜେପିର ମୁଖ୍ୟମନ୍ତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଯୋଗଦେଇ ଲୋକଙ୍କ ନିକଟତର ହେବେ।

Narendra Modi PM Modi Parliament