Advertisment

୩୦୦୦ ଟଙ୍କିଆ ନୂଆ FASTag ପାସ୍‌ କ’ଣ, କେମିତି ମିଳିବ ଲାଭ?

ଏହି ଯୋଜନା ଚଳିତ ବର୍ଷ ଅଗଷ୍ଟ ୧୫ରୁ ଆରମ୍ଭ ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
Fastag

Fastag

ଟୋଲ ପେମେଣ୍ଟରେ ସୁଧାର ଆଣିବା ଓ ସଡ଼କ ପଥରେ ଯାତ୍ରାକୁ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଗୋଟିଏ ଉଲ୍ଲେଖନୀୟ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ୩୦୦୦ ଟଙ୍କିଆ ବାର୍ଷିକ FASTag ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଆଜି ବିଧିବଦ୍ଧ ଭାବେ ଘୋଷଣା ହୋଇଥିବା ବେଳେ ଏହି ଯୋଜନା ଚଳିତ ବର୍ଷ ଅଗଷ୍ଟ ୧୫ରୁ ଆରମ୍ଭ ହେବ।

Advertisment

ଏହି ନୂଆ FASTag ଯୋଜନା ନିର୍ଦ୍ଦିଷ୍ଟ ଭାବେ ଅଣ ବ୍ୟବସାୟିକ ଘରୋଇ ଗାଡ଼ିଗୁଡ଼ିକ ପାଇଁ ହିଁ ଲାଗୁ ହେବ। ଅର୍ଥାତ ସାଧାଣ ଲୋକ ନିଜର ଯାତାୟାତ ପାଇଁ ବ୍ୟବହାର କରୁଥିବା କାର, ଜିପ ଓ ଭ୍ୟାନଗୁଡ଼ିକ ଦ୍ୱାରା ବାର୍ଷିକ FASTag ଯୋଜନାର ଲାଭ ଉଠାଇ ପାରିବେ।

୨୦୦ ଟ୍ରିପ୍ସ କିମ୍ବା ବର୍ଷକ ଯାଏ ବୈଧ

ସରକାରଙ୍କ ଘୋଷଣା ଅନୁସାରେ, ନୂଆ FASTag ପାସ୍‌ ଆକ୍ଟିଭ ହେବା ତାରିଖ ଠାରୁ ଗୋଟିଏ ବର୍ଷ ଯାଏ କିମ୍ବା ୨୦୦ଟି ଟ୍ରିପ ଯାଏ ଏହା ବୈଧ ରହିବ। ୨୦୦ଟି ଟ୍ରିପ ପରେ କିମ୍ବା ଆକ୍ଟିଭ ତାରିଖର ବର୍ଷକ ପରେ ଏହି ପାସ୍‌ର ଲାଭ ଆଉ ଲୋକମାନେ ଉଠାଇ ପାରିବେ ନାହିଁ। ନିୟମିତ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀଙ୍କୁ ଫାଇଦା ଦେବାକୁ ଏହି ଯୋଜନାରକୁ ଲଞ୍ଚ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧିକ ଖର୍ଚ୍ଚ ସମସ୍ୟାରୁ ମୁକ୍ତି ଦେବ।

Advertisment

କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ନିଜର ଏକ୍ସ ଆକାଉଣ୍ଟରେ ଏହି ଯୋଜନାର ଅପଡେଟ ସମ୍ପର୍କରେ ପୂରା ଦେଶକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ରାଜପଥରେ ସମସ୍ୟା ମୁକ୍ତ ଯାତ୍ରା ପାଇଁ ଆମେ FASTag ଭିତ୍ତିକ ବାର୍ଷିକ ପାସ୍‌ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ବାର୍ଷିକ ୩ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ୨୦୨୫ ମସିହା ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଦେଶର ସମସ୍ତ ଜାତୀୟ ରାଜପଥ ଯାତ୍ରା ସମୟରେ FASTag ପାସ୍‌ କାମ ଦେବ। ବାର୍ଷିକ ପାସ୍‌କୁ ଆକ୍ଟିଭ ଓ ପୁନଃ ନବୀକରଣ କରିବା ପାଇଁ ରାଜମାର୍ଗ ଯାତ୍ରା ଆପ୍‌ରେ ସ୍ୱତନ୍ତ୍ର ଲିଙ୍କର ବ୍ୟବସ୍ଥା ରହିବ। ଏନଏଚଏଆଇ କିମ୍ବା MoRTH ୱେବସାଇଟ ମାଧ୍ୟମରେ ଲୋକମାନେ ଉକ୍ତ ଲିଙ୍କକୁ ଯାଇ ଯୋଜନାର ଫାଇଦା ଉଠାଇ ପାରିବେ।

Nitin Gadkari Toll Plaza