Advertisment

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି, ସାମ୍ନାକୁ ଆସିଲା ସାଟେଲାଇଟ୍‌ ଫଟୋ

ଉଭୟ ଦେଶର ସେନା ସୀମା ନିକଟରେ ତିଆରି କରିଥିବା ଅସ୍ଥାୟୀ ନିର୍ମାଣ ହଟାଇଥିବା ଦେଖିବାକୁ ମିଳିଛି।

India China New satelite Image

India China New satelite Image

Advertisment

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି। ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି। ଲଦାଖର ଡେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

Advertisment

ଶୁକ୍ରବାର ଉଠାଯାଇଥିବା ଏହାର ଏକ ସାଟେଲାଇଟ୍‌ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଉଭୟ ଦେଶର ସେନା ସୀମା ନିକଟରେ ତିଆରି କରିଥିବା ଅସ୍ଥାୟୀ ନିର୍ମାଣ ହଟାଇଥିବା ଦେଖିବାକୁ ମିଳିଛି। ଉଭୟ ସେନା ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ପଏଣ୍ଟରେ ସେମାନଙ୍କର ଅସ୍ଥାୟୀ ତମ୍ବୁ ଏବଂ ସେଡ୍ ହଟାଇ ଦେଇଛନ୍ତି। ଯାନବାହାନ ଏବଂ ସାମରିକ ଉପକରଣ ମଧ୍ୟ ଫେରାଇ ନିଆଯାଉଛି।  

ଚଳିତ ମାସ ଅର୍ଥାତ୍ ଅକ୍ଟୋବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇପାରେ ସୈନ୍ୟ ଅପସାରଣ ପ୍ରକ୍ରିୟା। ତେବେ ଉଭୟ ଦେଶ ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବେ ଏବଂ ପାଟ୍ରୋଲିଂକୁ ବାହାରିବା ପୂର୍ବରୁ ପ୍ରତିପକ୍ଷଙ୍କୁ ଏନେଇ ଅବଗତ କରିବେ ବୋଲି ନିଷ୍ପତ୍ତି ହୋଇଛି।

Advertisment

ସୂଚନା ଯୋଗ୍ୟ ଯେ, ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ପାଟ୍ରୋଲିଂକୁ ନେଇ ବିବାଦରୁ ଗଲୱାନ୍ ସଂଘର୍ଷ ଭଳି ଭୟଙ୍କର ସ୍ଥିତି ଉପୁଜିଥିଲା। କେଉଁ ଦେଶ LACର କେତେ ଭିତର ଯାଏଁ ପାଟ୍ରୋଲିଂ କରିପାରିବ ଏହାକୁ ନେଇ ବିବାଦ ଉଗ୍ର ହୋଇଥିଲା। ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ସହ, ସୀମା ଉଭୟ ପଟେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିଥିଲେ ଭାରତ ଓ ଚୀନ୍। ଏହାର ସମାଧାନ ପାଇଁ ବହୁ ପର୍ଯ୍ୟାୟରେ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ଏବଂ କୂଟନୈତିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ଉଭୟ ଦେଶ ମଧ୍ୟରେ।

ତେବେ କିଛି ଦିନ ତଳେ ୪ ବର୍ଷ ଧରି LACରେ ପାଟ୍ରୋଲିଂକୁ ନେଇ ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ପୂର୍ବ ଲଦ୍ଦାଖରେ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ଆପୋଷ ବୁଝାମଣା ସଫଳ ହୋଇଛି। ଏହାପରେ ବ୍ରିକ୍ସ ସମ୍ମିଳନୀ ଅବସରରେ ରୁଷିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟ ସାକ୍ଷାତ ହେବା ପରଠୁ, ସୀମାରେ ଚିତ୍ର ବଦଳିବାରେ ଲାଗିଛି ଏବଂ ତିକ୍ତତାରେ ସୁଧାର ଆସୁଥିବା କୁହାଯାଉଛି।

India-china Border Tension LAC Tension
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe