Advertisment

କୋଭିସିଲ୍ଡ ପରେ କୋଭାକ୍ସିନକୁ ନେଇ ଆସିଲା ସାଂଘାତିକ ତଥ୍ୟ: ଝିଅମାନେ ଅଧିକ ପ୍ରଭାବିତ

ଧୀରେଧୀରେ ଦୁଇଟି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Covaxin

Covaxin

Advertisment

କରୋନା ମହାମାରୀ ସମୟରେ ଦେଶର ବହୁଳ ମାତ୍ରାରେ ଲୋକଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ କରୋନା ବିରୋଧରେ ଏହି ଟିକା ବ୍ରହ୍ମାସ୍ତ୍ର।

Advertisment

ଏହାକୁ ସମସ୍ତେ ନେବା ଦରକାର। ହେଲେ ଏବେ ଏହି ଟିକାକୁ ନେଇ ଚିନ୍ତାଜନକ ଖବର ଆସିଛି। ଧୀରେ ଧୀରେ ଦୁଇଟି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଭୟଙ୍କର ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। କୋଭିସିଲ୍ଡକୁ ବିକଶିତ କରିଥିବା ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନାକା ନିକଟରେ ଗୋଟିଏ କୋର୍ଟରେ ସ୍ୱୀକାର କରିଛି ଯେ ଏହାର ଟିକା କିଛି ଲୋକଙ୍କଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।

ଏବେ ଭାରତ ବାୟୋଟେକ୍ କମ୍ପାନୀ ଦ୍ୱାରା ବିକଶିତ ଟିକା 'କୋଭାକ୍ସିନ'ର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଟିକା ନେବାର ପ୍ରାୟ ଗୋଟିଏ ବର୍ଷ ଯାଏ ଓ ପରେ ବିଭିନ୍ନ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ବହୁ ସଂଖ୍ୟାରେ ଦେଖାଯାଇଛି। ବିଶେଷ କରି ଯୁବତୀ ଓ ଝିଅମାନେ ଏପରି ପାର୍ଶ୍ୱ ପ୍ରତିକ୍ରିୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟନ୍ତ ଗୁରୁତର ମଧ୍ୟ ରହିଥିଲା।

Advertisment

‘ଇକୋନୋମିକ୍ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଗୋଟିଏ ‘ପର୍ଯ୍ୟବେକ୍ଷଣ ଅଧ୍ୟୟନ’ କରାଯାଇଥିଲା। ଏଥିରେ ଟିକାକରଣ କରିଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ କ୍ଷେତ୍ରରେ Adverse events of special interest ବା AESI ଦେଖାଦେଇଥିଲା। ଏହି ଅଧ୍ୟୟନ ରିପୋର୍ଟ ସ୍ପ୍ରିଞ୍ଜର ଲିଙ୍କ ପତ୍ରିକାରେ ବି ପ୍ରକାଶିତ ହୋଇଛି।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣା ଶୁଭ ଚକ୍ରବର୍ତ୍ତୀ ଓ ତାଙ୍କ ଟିମ କରିଥିଲେ। ସେମାନେ ଦେଇଥିବା ରିପୋର୍ଟ ଅନୁଯାୟୀ, ଟିକା ନେଇଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ଗୋଟିଏ ବର୍ଷ ପାଇଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଗବେଷଣାରେ ୧୦୨୪ ଜଣଙ୍କୁ ସାମିଲ କରାଯାଇଥିଲେ। ଏଥିରେ ୬୩୫ ଜଣ କିଶୋର/କିଶୋରୀ ଓ ୨୯୧ ଜଣ ପ୍ରାପ୍ତ ବୟସ୍କ ରହିଥିଲେ। ଟିକା ନେବାର ଏକବର୍ଷ ଯାଏ ଫଲୋଅପ୍ ଚେକ୍ଅପ୍ ପାଇଁ ସମସ୍ତଙ୍କୁ ଯୋଗାଯୋଗ କରାଯାଇଥିଲା।

ଏହି ସମୟରେ ୩୦୪ ଜଣ କିଶୋରୀ ଅର୍ଥାତ୍ ପ୍ରାୟ ୪୮ ପ୍ରତିଶତଙ୍କ କ୍ଷେତ୍ରରେ ‘ଭାଇରାଲ୍ ଅପର ଶ୍ୱାସକ୍ରିୟା ଟ୍ରାକ ସଂକ୍ରମଣ’ ଦେଖାଯାଇଥିଲା। ୧୨୪ ଜଣ ଅଥାର୍ତ ୪୨.୬% ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ସମାନ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ୧୦.୫% ପ୍ରତିଶତ କିଶୋର/କିଶୋରୀଙ୍କ କ୍ଷେତ୍ରରେ ଚର୍ମ ଓ ସବ୍କ୍ୟୁଟାନ୍ସ ଡିସଅର୍ଡର୍, ୧୦.୨% କ୍ଷେତ୍ରରେ ସାଧାରଣ ରୋଗ ଏବଂ ୪.୭% କ୍ଷେତ୍ରରେ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥିଲା।

ସେହିଭଳି ୮.୯% ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ସାଧାରଣ ରୋକ, ୫.୮% କ୍ଷେତ୍ରରେ ମାଂସପେଶୀ-ସ୍କେଲେଟାଲ୍ ରୋଗ ଏବଂ ସ୍ନାୟୁ ଓ ଗଣ୍ଠି ଜନିତ ରୋଗ ୫.୫% ଲୋକଙ୍କ କ୍ଷେତ୍ରରେ ରେକର୍ଡ କରାଯାଇଛି।

ରିପୋର୍ଟ ଅନୁଯାୟୀ, କୋଭାକ୍ସିନ୍ର ପାର୍ଶ୍ୱ ପ୍ରତିକ୍ରିୟା ଯୁବତୀମାନଙ୍କଠାରେ ଅଧିକ ଦେଖାଯାଇଥିଲା। ୪.୬ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଇଥିଲା। ୨.୭% ମହିଳାଙ୍କ କ୍ଷେତ୍ରରେ ଆଖି ସମସ୍ୟା ଓ ୦.୬%ଙ୍କ କ୍ଷେତ୍ରରେ ଉଚ୍ଚ ଥାଇରଏଡ ସମସ୍ୟା ମଧ୍ୟ ଦେଖାଯାଇଥିଲା।

୦.୩% ଲୋକଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍ (ଅର୍ଥାତ୍ ୩୦୦ରୁ ଜଣେ) ଓ Guillain-Barre Syndrome ଗୁଇଲାଇନ୍-ବାରେ ସିଣ୍ଡ୍ରୋମ ୦.୧%ଙ୍କ କ୍ଷେତ୍ରରେ ଦେଖାଯାଇଛି।

Coronavirus Corona Vaccine Covaxin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe